Indus Valley Times

ବିବାହର ପ୍ରତିଶୃତି ଦେଇ ଡିଆର୍‌ଡିଓର ୫ କର୍ମଚାରୀଙ୍କଠାରୁ ଦେଶର ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ ଓଗାରିଥିଲେ ରହସ୍ୟମୟୀ ମହିଳା

 Breaking News

ବିବାହର ପ୍ରତିଶୃତି ଦେଇ ଡିଆର୍‌ଡିଓର ୫ କର୍ମଚାରୀଙ୍କଠାରୁ ଦେଶର ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ ଓଗାରିଥିଲେ ରହସ୍ୟମୟୀ ମହିଳା

ବିବାହର ପ୍ରତିଶୃତି ଦେଇ ଡିଆର୍‌ଡିଓର ୫ କର୍ମଚାରୀଙ୍କଠାରୁ ଦେଶର ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ ଓଗାରିଥିଲେ ରହସ୍ୟମୟୀ ମହିଳା
September 22
16:49 2021

ଭୁବନେଶ୍ୱର,୨୨/୯: ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ଚୋରି କରିବାକୁ ରହସ୍ୟମୟୀ ମହିଳା ବିଛାଇଥିଲେ ଜାଲ । ଯେଉଁଥିରେ ୫ଜଣ ଡିଆର୍‌ଡିଓ କର୍ମଚାରୀ ଙ୍କୁ ତାଙ୍କ ହନିଟ୍ରାପରେ ଫାସାଇ ଦେଶର ଗୋପନୀୟ ତଥ୍ୟ ଚୋରି କରୁଥିଲେ ।କେତେବେଳେ ଆଇ ଲଭ୍ ୟୁ କହି ମନ ମୋହୁଥିଲେ ତ କେତେବେଳେ ବିବାହର ପ୍ରତିଶୃତି ଦେଶ ବିଶ୍ୱାସ ଜନ୍ମାଉଥିଲେ । ଏବଂ ତା’ପରେ ୫ଜଣ ଡିଆର୍‌ଡିଓ କର୍ମଚାରୀଙ୍କ ମାଧ୍ୟମରେ ଗୋଟି ପରେ ଗୋଟିଏ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ଚୋରି କରୁଥିଲେ ।
ଏପରି ଭାବେ ହନିଟ୍ରାପ୍‌ରେ ଫସାଇ ଚାନ୍ଦିପୁର ଊଜଊଙର ୫ କର୍ମଚାରୀଙ୍କଠାରୁ ପ୍ରାୟ ଦେଢ ବର୍ଷ ଧରି ଓଗାରିଥିଲେ ଦେଶର ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ। ଊଜଊଙରୁ ଗୋପନୀୟ ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଜଣଙ୍କଠାରୁ ଆଜି ମିଳିଛି ଏପରି ସାଂଘାତିକ ତଥ୍ୟ।
ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଜେରା କରୁଥିବା ବେଳେ ହାତରେ ଲାଗିଛି ଏପରି ଚାଞ୍ଚଲ୍ୟକର ତଥ୍ୟ। ସମସ୍ତ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ହନିଟ୍ରାପ୍ରେ ପକାଇ ତଥ୍ୟ ହାସଲ କରୁଥିଲେ ରହସ୍ୟମୟୀ ମହିଳାଜଣକ ।
କ୍ରାଇମବ୍ରାଞ୍ଚ ତଥ୍ୟ ଅନୁଯାୟୀ, ଡିଆର୍‌ଡିଓରୁ ଗିରଫ ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବୃଆରୀରୁ କଥା ହେଉଥିଲେ ରହସ୍ୟମୟୀ। ମହିଳାଜଣକ କାହାକୁ ବ୍ରିଟେନ ଲିଭରପୁଲରେ ରହୁଥିବା କହୁଥିଲେ ତ କାହାକୁ ରାଜସ୍ଥାନରେ ରହୁଛି ବୋଲି କହୁଥିଲେ। ସେହିପରି କାହାକୁ ଡିଫେନ୍ସ ଷ୍ଟାଫ୍ ତ କାହାକୁ ଚଣ୍ଡିଗଡ଼ରେ ନର୍ସ ଥିବା କହୁଥିଲା।
ହେଲେ ମିଜାଇଲ ଉପରେ ନିଜର ଆଗ୍ରହ ଥିବା ସମସ୍ତଙ୍କୁ କହୁଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ଗିରଫ ୫ ଜଣଙ୍କ ମଧ୍ୟରୁ କାହାକୁ ବି ପରସ୍ପର ସମ୍ପର୍କରେ ଟେର ମିଳି ନ ଥିଲା।
ରହସ୍ୟମୟୀ ମହିଳାଜଣକ ଭିଡିଓ କଲ୍, ଫେସବୁକ୍ କଲ୍ ଓ ମେସେଜ୍, ମେସେଞ୍ଜର ଜରିଆରେ କଲ୍ କରୁଥିଲେ। ଅଭିଯୁକ୍ତଙ୍କ ସହ ଇଂଲିଶ ଓ ହିନ୍ଦୀରେ କଥା ହେଉଥିଲେ ।
ଏମିତିକି କିଛି ଅଭିଯୁକ୍ତଙ୍କୁ ବିବାହ କରିବାର ପ୍ରଲୋଭନ ବି ଦେଇଥିଲେ। ସମ୍ପୃକ୍ତ ମହିଳାଙ୍କ ଦୁବାଇ ଆକାଉଣ୍ଟରୁ ଜଣଙ୍କ ଆକାଉଣ୍ଟକୁ ୩୮ ହଜାର ଟଙ୍କା ଆସିଛି। ହେଲେ ଦୀର୍ଘ ଦେଢ ବର୍ଷ ଧରି କେଉଁ ମାଧ୍ୟମ ଦେଇ ଅନ୍ୟମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ତାହାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ।
ରହସ୍ୟମୟୀ ମହିଳାଙ୍କ ୟୁକେ ନମ୍ବର ଠାବ ପାଇଁ କ୍ରାଇମବ୍ରାଞ୍ଚର ପ୍ରଚେଷ୍ଟା ଜାରି ରଖିଛି। କେନ୍ଦ୍ରୀୟ ଏଜେନ୍ସି ଜରିଆରେ ୟୁକେ ଅଥରିଟିଙ୍କ ସହ ଯୋଗାଯୋଗ ନିମନ୍ତେ ଚେଷ୍ଟା କରାଯାଉଛି।
ରହସ୍ୟମୟୀ ହାତରେ ମାନବ ବିହୀନ ବିମାନ ତଥ୍ୟ ଲାଗିଛି କି ନାହିଁ ତାହାର ତନାଘନା ଆରମ୍ଭ ହୋଇଛି। ସେନେଇ ଅଭିଯୁକ୍ତମାନଙ୍କୁ ଏୟାରଫୋର୍ସ ଅଧିକାରୀ ଜେରା କରୁଥିବା ଜଣାଯାଇଛି ।
ଏନେଇ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ଅଭିଯୁକ୍ତମାନଙ୍କୁ ଏନ୍ଆଇଏ, ଏୟାରଫୋର୍ସ ଟିମ୍ ସଦସ୍ୟ ଜେରା କରୁଛନ୍ତି। ପୁଣି ଥରେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ।
ବୁଧବାର ବାୟୁସେନାର ୨ ଜଣିଆ ଟିମ୍ ଓ ଏନ୍ଆଇଏ ଟିମ୍ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଅଭିଯୁକ୍ତମାନଙ୍କୁ ଜେରା କରୁଛନ୍ତି । ସେମାନଙ୍କଠୁ ଜବତ ହୋଇଥିବା ମୋବାଇଲ ଫୋନ୍ ଫୋରେନ୍ସିକ୍ ଲ୍ୟାବକୁ ପଠାଯିବ । ଜବତ ଟଙ୍କାର ମଧ୍ୟ ଖୋଳତାଡ଼ କରୁଛନ୍ତି ଏୟାରଫୋର୍ସ ଅଧିକାରୀ ।
ଅପରପକ୍ଷେ, ଏହି ରହସ୍ୟମୟୀ ମହିଳା ଜଣେ ନା ଅନେକ ତାହା ସନ୍ଦେହଘେରରେ। ସେ ବିଦେଶରେ ନା ଦେଶରେ ରହି ଏପରି ସାଂଘାତିକ ଜାଲ ବିଛାଇଥିଲେ ତାହାର ଖୋଳତାଡ଼ ଚାଲିଛି। ମହିଳାଜଣକ ନିଜ କାହା ପାଇଁ ଏପରି ତଥ୍ୟ ସଂଗ୍ରହ କରୁଥିଲେ, ତାଙ୍କ ପଛରେ ଆଉ କିଏ ଅଛି ସବୁ ଦିଗକୁ ତର୍ଜମା କରୁଛି କ୍ରାଇମବୟାଞ୍ଚ ।
ସୂଚନାଯୋଗ୍ୟ, ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ବାଲେଶ୍ୱର ପୁଲିସ ସେପ୍ଟେମ୍ୱର ୧୮ ତାରିଖରେ ଆଇଟିଆର୍ର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ। ଘଟଣାର ଗୁରୁତ୍ୱ ଦେଖି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରୁ କରୁ ଆଇଟିଆର ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା। ସେ ହେଉଛନ୍ତି ଉତ୍ତରପ୍ରଦେଶର ସଚିନ କୁମାର ଓରଫ ଛତା। ସେ ଆଇଟିଆରରେ ଡ୍ରାଇଭର ଭାବେ କାମ କରୁଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031