Indus Valley Times

ପ୍ରତ୍ୟେକ ସାମ୍ବାଦିକ ଜଣେ ଜଣେ ସତ୍ୟାଗ୍ରହୀ, ଜନସାଧାରଣଙ୍କ ଠାରୁ ମିଳୁଥିବା ସ୍ୱୀକୃତି ସାମ୍ବାଦିକ ହିଁ ପାଇଁ ବଡ ଉପଲବ୍ଧି

 Breaking News

ପ୍ରତ୍ୟେକ ସାମ୍ବାଦିକ ଜଣେ ଜଣେ ସତ୍ୟାଗ୍ରହୀ, ଜନସାଧାରଣଙ୍କ ଠାରୁ ମିଳୁଥିବା ସ୍ୱୀକୃତି ସାମ୍ବାଦିକ ହିଁ ପାଇଁ ବଡ ଉପଲବ୍ଧି

December 23
17:07 2021

Every journalist is a Satyagrahi, social security is greatest recognition

By Gopal Biswal
Bhubaneswar, Dec. 23: ଓଡ଼ିଶା ସାମ୍ବାଦିକଙ୍କ ସ୍ବାର୍ଥ ଆଉ ସୁରକ୍ଷା ପାଇଁ ସର୍ବଦା ସ୍ବର ଉଠାଇ ଆସୁଥିବା ଓଡ଼ିଶା ସାମ୍ବାଦିକ ୟୁନିଅନ୍‌(OJU) ଆଜି 50 ବର୍ଷରେ ପାଦ ଦେଇଛି । ମୁକ୍ତ ସାମ୍ବାଦିକତା ସୃଷ୍ଠି କରିବା ଲକ୍ଷରେ 1971 ମସିହାରେ ଗଠନ କରାଯାଇଥିବା OJU ନିଜର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ସାଧାରଣ ପରିଷଦ ବୈଠକକୁ ପାଳନ କରିଛି ।

ସାମ୍ବାଦିକଙ୍କ ଉନ୍ନତି ପାଇଁ ଓଡିଶା ସାମ୍ବାଦିକ ୟୁନିଅନ୍‌ ସବୁବେଳେ ଚେଷ୍ଟିତ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଅଧିକାଂଶ ସମସ୍ୟା OJU ପାଇଁ ସମାଧାନ ହୋଇପାରୁଛି ବୋଲି ରାଜ୍ୟ ସୂଚନା ଭବନରେ ଆୟୋଜିତ ସମାରୋହରେ ଯୋଗଦେଇ ଅତୀଥି ମାନେ କହିଥିଲେ । ୟୁନିଅନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରସ୍ନନ ମହାନ୍ତି କହିଥିଲେ ମାଲକାନ୍‌ଗିରିରେ ସାମ୍ବାଦିକଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ସେମାନଙ୍କୁ ନ୍ୟାୟ ମିଳିବା ଦରକାର । ସର୍ବଦା ବିଭିନ୍ନ କାରଣରୁ ସାମ୍ବାଦିକମାନେ ଆକ୍ରମଣର ଶିକାର ହେଉଛନ୍ତି । ପ୍ରତିବାଦ ମାଧ୍ୟମରେ ଘଟଣାର ସମାଧାନ ହୋଇଯାଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହେବା ଉଚିତ୍‌  । ସରକାରଙ୍କ ଠାରୁ ସୀକୃତି ନମିଳିଲେ ମଧ୍ୟ ଜଣେ ସାମ୍ବାଦିକ ପାଇଁ ଜନସାଧାରଣଙ୍କ ପାଖରୁ ମିଳୁଥିବା ସୀକୃତି ହିଁ ବଡ କଥା । ବୀମା ରାଶି 2ଲକ୍ଷ ରୁ 5ଲକ୍ଷକୁ ବୃଦ୍ଧି, ସାମ୍ବାଦିକଙ୍କ ପାଇଁ ପେନସନ୍‌ ସ୍କିମ୍‌ ଲାଗୁ କରିବାକୁ ସାଧାରଣ ପରିଷଦ ବୈଠକ ଜରିଆରେ ସରକାରଙ୍କୁ ସେ ପ୍ରସ୍ତାବ ଦେଇଛନ୍ତି ।

ଆଜିକୁ 50 ବର୍ଷ ତଳେ ବରିଷ୍ଠ ସାମ୍ବାଦିକଙ୍କ ଉଦ୍ୟମରେ ମୁକ୍ତ ସାମ୍ବାଦିକତା ସୃଷ୍ଠି କରିବା ପାଇଁ OJU ଗଠନ କରାଯାଇଥିଲା । ସାମ୍ବାଦିକ ସତ୍ୟର ଗ୍ରହିତା, ସତ୍ୟକୁ ଆଧାର କରି ଖବର ପ୍ରସ୍ତୁତ କରିବା ହେଉଛି ଆମର ମୂଳ ମନ୍ତ୍ର । ତେଣୁ ପ୍ରତ୍ୟକ ସାମ୍ବାଦିକ ଜଣେ ଜଣେ ସତ୍ୟାଗ୍ରହି । ଏମାନେ ସରକାରଙ୍କ ଶତ୍ରୁ ନୁହଁନ୍ତି, କି ମିତ୍ର ଏମାନେ କେବଳ ଜନସାଧାରଣଙ୍କ ସାଥୀ ବୋଲି କହିଥିଲେ ବରିଷ୍ଠ ସାମ୍ବାଦିକ ରବି ଦାସ୍ ।

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାର୍ମଶଦାତା ମାନସ ମଙ୍ଗରାଜ ଯୋଗଦେଇ କହିଥିଲେ ରାଜ୍ୟ ସରକାରଙ୍କ ତରଫରୁ ସାମ୍ବାଦିକ କଲ୍ୟାଣ ପାଣ୍ଠି ହେଉଛି ସାମ୍ବାଦିକଙ୍କ ପାଇଁ ବଡ ଉପହାର । ଯାହାଦ୍ବାରା ଅନେକ ସାମ୍ବାଦିକ ଲାଭବାନ୍‌ ମଧ୍ୟ ହୋଇସାରିଲେଣି। ବୈଠକରେ OJU ତରଫରୁ କରାଯାଇଥିବା ବିଭିନ୍ନ ଦାବି ସେ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଜୀବନ ବ୍ୟାପି କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ପାଇଁ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକଙ୍କୁ ଆୟୋଜିତ ସମାରୋହରେ ସର୍ମ୍ବଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ଓଟିଭିର ଲୋକପ୍ରିୟ ସାମ୍ବାଦିକ ଭବାନୀ ମହାପାତ୍ର, ଜଣାଶୁଣା ସାମ୍ବାଦିକ ଶିଶିର ଭଟ୍ଟମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031