Indus Valley Times

ବାଲେଶ୍ୱର: ଚାଉଳ କଳ ପାଲଟିଛି ଶ୍ରମିକ ମରଣଜନ୍ତା, ଦୁର୍ଘଟଣାଗ୍ରସ୍ତ କର୍ମଚାରୀଙ୍କ ପାଇଁ ଚିନ୍ତା ନାହିଁ

 Breaking News

ବାଲେଶ୍ୱର: ଚାଉଳ କଳ ପାଲଟିଛି ଶ୍ରମିକ ମରଣଜନ୍ତା, ଦୁର୍ଘଟଣାଗ୍ରସ୍ତ କର୍ମଚାରୀଙ୍କ ପାଇଁ ଚିନ୍ତା ନାହିଁ

ବାଲେଶ୍ୱର: ଚାଉଳ କଳ ପାଲଟିଛି ଶ୍ରମିକ ମରଣଜନ୍ତା, ଦୁର୍ଘଟଣାଗ୍ରସ୍ତ କର୍ମଚାରୀଙ୍କ ପାଇଁ ଚିନ୍ତା ନାହିଁ
March 20
21:23 2023

Giriraj Rice Mill grossly neglects to take care of accident victim
ସୁଦାମ କୁମାର ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୨୦/ ୩: ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି ପାଖାପାଖି ତିନି-ଚାରି ଗୋଟି ପଞ୍ଚାୟତବାସୀଙ୍କୁ ଯନ୍ତ୍ରଣା ଦେଉଥିବା ଅଭିଯୋଗ ହେଉଥିବା ଗିରିରାଜ୍ ଚାଉଳ କଳ କର୍ମକର୍ତ୍ତାଙ୍କ ବ୍ୟବହାର କର୍ମଚାରୀଙ୍କ ପ୍ରତି ସେତେ ଭଲ ନାହିଁ ।
ଏହି କାରଖାନାରେ କାମକରୁଥିବା ଶ୍ରମିକମାନଙ୍କ ର ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା ତ ଦୂରର କଥା ମାତ୍ର ଶ୍ରମିକମାନଙ୍କୁ କାର୍ଯ୍ୟସାଧନ ସମୟରେ ନିରାପତ୍ତା ପରିବେଶରେ ମଧ୍ୟରେ ରଖୁନାହିଁ । ଯାହା ଫଳରେ ବିଗତ ଡିସେମ୍ବର ୨୦୨୨ ରେ ଶୀତ ସିଂ, ସ୍ୱାମୀ – ପଣୁଆ ସିଂ, କୁରୁଡ଼ା, ବାଲେଶ୍ୱର କାର୍ଯ୍ୟ କରୁଥିବା ବେଳେ କାରଖାନା ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛି।
ଧର୍ମକୁ ଆଖି ଠାର ସଦୃଶ ଉପରଠାଉରିଆ ଭାବେ ମାଲିକ ସଞ୍ଜୟ ସମାନି ଓ ପୀୟୂଷ ସୋମାନି ନିଜର ଠିକା କର୍ମଚାରୀମାନେ ସରକାରୀ ହସ୍ପିଟାଲ ରେ ଦିନେ-ଦୁଇ ଦିନ ଚିକିତ୍ସା କରାଇ ଅଳ୍ପ କିଛି ମଜୁରୀ ଦେଇ ନିଜ ରୋଜଗାର ବଢ଼େଇବାରେ ବ୍ୟସ୍ତ ରହୁଛନ୍ତି।
ସୀତା ସିଂ ଆଜକୁ ୧୨-୧୫ ବର୍ଷ ଧରି ଉକ୍ତ କାରଖାନାରେ ରେ ଶ୍ରମିକ ଭାବରେ ୧୫୦ ଟଙ୍କା ରୁ ୨୨୦ଟଙ୍କା ପର୍ଯ୍ୟନ୍ତ କାମ କରୁଛି ।
ଘଟଣା ଦିନ ନିଜର ଅନିଚ୍ଛା ସତ୍ୱେ ଠିକାଦାର ମନୋଜ ବାବୁ କହିଛନ୍ତି ବୋଲି କହି ଜୋର କରି ମେସିନ ପାଖରେ କାମ କରିବାକୁ ବାଧ୍ୟ କରିଥିଲା। କାମ କରିବାର ୧୫–୨୦ ମିନିଟ୍ ମଧ୍ୟରେ ମେସିନ ରେ ପିନ୍ଧା ଲୁଗା ସହ ଗୋଡ଼ାଇ ହୋଇ ଦୁର୍ଘଟଣାଗ୍ରସ୍ତ ହେଲା । ଯାହାଫଳରେ ପରବର୍ତ୍ତୀ ସମୟରେ ସୀତା ସିଂ ଗୋଡ଼ ହରାଇଲl ।
ଆଗାମୀ ସମୟରେ ଜୀବନ ଧାରଣ ପାଈଁ ନିଜର ମତାମତ ରଖିବାରୁ “ମୁଁ ଶାସକ ଦଳର ଲୋକ, ମୋର କିଏ କଣ କରିବ କିଛି ପଇସା ନେଇକି ଚୁପ୍ ରହ। ତୁମେ ମାନେ ଆଦିବାସୀ ତୁମମାନଙ୍କ ଜୀବନର ମୂଲ୍ୟ କଣ ମୁଁ ଜାଣିଛି , ଏହି ଭଳି କୋହ ଭର କଣ୍ଠରେ ସୀତା ସିଂ ବୟାନ ଦେଇଛନ୍ତି ।
ଏପରି ଅବସ୍ଥା ରେ ସହଯୋଗ ପାଇଁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031