Indus Valley Times

ନର ସେବା ନାରାୟଣ ସେବା ଦିଗରେ ସଫଳତାର ସହ ମାହେଶ୍ଵରୀ ସଂଗଠନର ପ୍ରତି ପଞ୍ଚାୟତ ରେ କାୟା ବିସ୍ତାର

 Breaking News

ନର ସେବା ନାରାୟଣ ସେବା ଦିଗରେ ସଫଳତାର ସହ ମାହେଶ୍ଵରୀ ସଂଗଠନର ପ୍ରତି ପଞ୍ଚାୟତ ରେ କାୟା ବିସ୍ତାର

July 31
13:04 2023

Maheswari’s social works spread to every gram panchayat in Bolangir

By Mahendra Darjee

ବଲାଙ୍ଗୀର , July 31: ମାହେଶ୍ଵରୀ ସଂଗଠନ ଦୁଃଖୀ,ଗରିବ,ଅନାଥ ଙ୍କୁ ସାହାଯ୍ୟ ସହଯୋଗ କରିବାରେ ଏକ ଅଗ୍ରଣୀ ସଂସ୍ଥା ।ସଂସ୍ଥା ର ମୂଳମନ୍ତ୍ର ନର ସେବା ନାରାୟଣ ସେବା।ସେବା ମନୋଭାବ କୁ ବ୍ୟାପକ କରିବା ସହ ମାହେଶ୍ଵରୀ ସଂଗଠନ ତାର କାୟା ପ୍ରତି ପଞ୍ଚାୟତ ରେ ବିସ୍ତାର କରିବାରେ ଲାଗିଛି ।

ଏହି ଅନୁଷ୍ଠାନ ର ଆହ୍ବାନ କ୍ରମେ ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଳା ଗ୍ରାମ ପଞ୍ଚାୟତ, ମାହେଶ୍ଵରୀ ସଂଗଠନ ସହ ଯୋଡ଼ି ହୋଇଯାଇଛି ।ସ୍ଥାନୀୟ ସରପଞ୍ଚ କୈଳାସ ସିଂଦେଓ ବ୍ୟକ୍ତିଗତ ଭାବେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଦେବା ସହ ଯୁବ ଗୋଷ୍ଟିଙ୍କୁ ଉତ୍ସାହିତ କରିଥିଲେ।ଘାସିରାମ ପଟେଲ ଙ୍କୁ ସଂଯୋଜକ ତଥା ଟଙ୍କଧର ନାୟକ ଙ୍କୁ ସହ ସଂଯୋଜକ ଭାବେ ମନୋନୀତ  କରାଯାଇଥିବା ବେଳେ ଯୁବଗୋଷ୍ଠୀଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରସାଦି ନାଏକ,ବିକାଶ ରଥ,ପ୍ରମୋଦ ମିଶ୍ର,ପ୍ରଦୀପ ସିଂ ଦେଓ,ସହଦେବ ସାହୁ,ପ୍ରବୀଣ ନାଏକ,ଦାଶରଥି ବେହେରା, କାନ୍ତ ଚିନ୍ଦା,ଚିନ୍ତାମଣି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ମାହେଶ୍ଵରୀ ସଂଗଠନ ର ବରିଷ୍ଠ ସଦସ୍ୟ ଦେବାଶିଷ ପାଣ୍ଡିଆ ଙ୍କ ସଂଯୋଜନା ରେ ହୋଇଥିବା ସଭାରେ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ,ସଭାପତି ଶୋଭନ ଅଗ୍ରୱାଲ,ସୋସିଆଲ ମିଡିଆ ସଂଯୋଜକ ଶିବ ପ୍ରସାଦ ମିଶ୍ର,ଅପ୍ରମିତ ପରିଛା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031