Indus Valley Times

ବ୍ରଜରାଜନଗର: ଏଥର ଅଳକା, ୨୦୨୪ରେ କିଏ?

 Breaking News

ବ୍ରଜରାଜନଗର: ଏଥର ଅଳକା, ୨୦୨୪ରେ କିଏ?

ବ୍ରଜରାଜନଗର: ଏଥର ଅଳକା, ୨୦୨୪ରେ କିଏ?
May 30
21:58 2022

Brajarajnagar: Now Alaka Mohanty, who is in 2024?


ବ୍ରଜରାଜନଗର, ୩୧ /୫ (ସ୍ୱାଗତୀକା ଭୂତିଆ): ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ହାଇଭୋଲଟେଜ୍ ପ୍ରଚାର ଅଭିଯାନ ଇତି ମଧ୍ୟରେ ଶେଷ ହୋଇଛି । ମେ’ ୩୧ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ଏଠାରେ ଭୋଟ୍ ଗ୍ରହଣ ହେବ ।
ନିର୍ବାଚନ ପ୍ରଚାର ସମୟରେ ତିନି ପ୍ରମୁଖ ରାଜନୈତିକ ଦଳ ଯଥା ଶାସକ ବିଜେଡି, ବିରୋଧି ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଜନସମର୍ଥନ ପାଇବା ଲାଗି ଜୋରଦାର ଉଦ୍ୟମ ଚଳାଇଥିବା ଦେଖାଯାଇଥିଲା ।
ବରଗଡ଼ ସାଂସଦ ସୁରେଶ ପୁଜାରୀଙ୍କ ନେତୃତ୍ୱରେ ବିଜେପିର ଦଳୀୟ ପାର୍ଥୀନି ରାଧାରାଣୀ ପଣ୍ଡାଙ୍କ ଲାଗି ପ୍ରଚାର କରାଯାଇଥିଲା । ସେହିପରି ନବନିଯୁକ୍ତ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳୀୟ ପାର୍ଥୀ କିଶୋର ପଟେଲଙ୍କ ଲାଗି ପ୍ରଚାର କରାଯାଇଥିଲା ।
ଅପରପକ୍ଷରେ ଏଇ ନିର୍ବାଚନ ଲାଗି ବିଜେଡି ମନ୍ତ୍ରୀ ଶୁସାନ୍ତ ସିଂଙ୍କୁ ଦାୟିତ୍ୱ ଅର୍ପଣ କରିଛି । ବିଜେଡି ଦଳ ପ୍ରାର୍ଥୀନୀ ଅଳକା ମହାନ୍ତିଙ୍କ ପାଇଁ ନେତା ଠାରୁ ଆରମ୍ଭ କରି କର୍ମୀମାନେ ଢେର ଝାଳ ବୁହାଇବା ଦେଖାଯାଇଥିଲା ।
ପ୍ରଚାର ଅଭିଯାନରେ ଗୋଟିଏ କଥା ଦେଖିବାକୁ ମିଳିଥିଲା ଯେ ପ୍ରତ୍ୟେକ ସ୍ଥାନରେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ନିର୍ବାଚନୀ ସଭା ପରିଚାଳିତ କରୁଥିଲେ । ବସ୍ତୁତଃ ଦୀପାଳି ଏହି ନିର୍ବାଚନରେ ଷ୍ଟାର କ୍ୟାମ୍ପେନର ଭାବେ ନିଜକୁ ଉପସ୍ଥାପିତ କରିବା ଦେଖାଯାଇଥିଲା ।
ଦୀପାଳୀ ବ୍ରଜରାଜ ନଜଗର ଆସନରୁ ଲଢ଼ିବା ପାଇଁ ଦେଶ୍ ଆଶାୟୀ ଥିଲେ । କିନ୍ତୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ୍ ପ୍ରଦାନ କରିନଥିଲେ । ଦୀପାଳିଙ୍କର ଏନେଇ ମନ ଟିକେ ଉଣା ହୋଇଥିଲା । ତାଙ୍କୁ ଖୁସି କରିବାକୁ ଯାଇ ବିଜୁ ଜନତା ଦଳ ତାଙ୍କୁ ବ୍ରଜରାଜନଗର ନିର୍ବାଚନ ପ୍ରଚାରର ମୁଖ୍ୟ ସଂଯୋଜିକା ଭାବେ ଦାୟିତ୍ୱ ଅର୍ପଣ କରିଥିଲା ।
ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ୨୦୨୪ ନିର୍ବାଚନରେ ବିଜେଡି ପାର୍ଥୀନୀ ଅଳକା ମହାନ୍ତିଙ୍କ ସ୍ଥାନରେ ଦୀପାଳୀଙ୍କୁ ବିଜେଡି ଟିକେଟ୍ ମିଳିବା ଲାଗି ଆଶା ପ୍ରଦାନ କରାଯାଇଛି । ଅବଶ୍ୟ ଅତୀତରେ ନୟାଗଡ଼ ଉପନିର୍ବାଚନରେ ଭାଗବତ ବେହେରାଙ୍କ ପତ୍ନୀ ମନ୍ଦାକୀନି ବେହେରାଙ୍କୁ ଟିକେଟ୍ ମିଳିଥିଲା । କିନ୍ତୁ ୨୦୦୪ ମସିହାରେ ତାଙ୍କୁ ଆଉ ଟିକେଟ୍ ମିଳିନଥିଲା । ତାଙ୍କୁ ସ୍ଥାନରେ ବର୍ତମାନର ମନ୍ତ୍ରୀ ଅରୁଣ ସାହୁଙ୍କୁ ଟିକେଟ୍ ମିଳିଥିଲା । ଏହାପରେ ରାଜ୍ୟ ରାଜନୀତିରେ ଶ୍ରୀ ସାହୁଙ୍କର ଉତ୍‌ଥାନ ହୋଇଥିଲା ।ଦେଖାଯାଉ ଅଳକା ଓ ଦୀପାଳିଙ୍କ ଭାଗ୍ୟ ନୟାଗଡ଼ ଉପନିର୍ବାଚନ ଭଳି ହେଉଛି ନା ଭିନ୍ନ ହେଉଛି !

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031