Legatus

ବାହାର ରାଜ୍ୟ ବିଶ୍ଵବିଦ୍ୟାଳୟରୁ ପ୍ରାପ୍ତ ସନ୍ଦେହାତ୍ମକ ସାର୍ଟିଫିକେଟଧାରୀ ପଦୋନ୍ନତି ପାଇବାକୁ ପ୍ରସ୍ତୁତ

 Breaking News

ବାହାର ରାଜ୍ୟ ବିଶ୍ଵବିଦ୍ୟାଳୟରୁ ପ୍ରାପ୍ତ ସନ୍ଦେହାତ୍ମକ ସାର୍ଟିଫିକେଟଧାରୀ ପଦୋନ୍ନତି ପାଇବାକୁ ପ୍ରସ୍ତୁତ

ବାହାର ରାଜ୍ୟ ବିଶ୍ଵବିଦ୍ୟାଳୟରୁ ପ୍ରାପ୍ତ ସନ୍ଦେହାତ୍ମକ ସାର୍ଟିଫିକେଟଧାରୀ ପଦୋନ୍ନତି ପାଇବାକୁ ପ୍ରସ୍ତୁତ
July 03
07:19 2023

Teachers with suspected fake certificates are all set to get promotions in Bolangir

By Mahendra Darjee

ବଲାଙ୍ଗୀର, July 3:  ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ବିଦ୍ୟାଳୟର ଲେବେଲ୍ -୪ ର ଶିକ୍ଷକଙ୍କୁ ଲେବେଲ -୩ କୁ ପଦୋନ୍ନତି କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ପଦୋନ୍ନତି ତାଲିକା ପ୍ରସ୍ତୁତି ହୋଇସାରିଛି ଏବଂ ଆଗାମୀ ୪.୭.୨୦୨୩ ରିଖ ରେ ୪୫୩ ଜଣ ଶିକ୍ଷକ ଙ୍କ ନିଯୁକ୍ତି କାଉନସେଲିଂ ସ୍ଥାନୀୟ ପ୍ରୁଥିରାଜ୍ ହାଇସ୍କୁଲ ରେ ହେବାକୁ ନିର୍ଧାରଣ କରାଯାଇଛି ।

ମାତ୍ର ପ୍ରକାଶିତ ପଦୋନ୍ନତି ତାଲିକାରେ ଏପରିକି କେତେଜଣ ଶିକ୍ଷକ ଅନ୍ତର୍ଭୁକ୍ତ ଅଛନ୍ତି ଯେଉଁମାନେ ବାହାର ରାଜ୍ୟ ବିଶ୍ଵବିଦ୍ୟାଳୟ ରୁ ସ୍ନାତକ ଏବଂ ବିଇଡି ଡିଗ୍ରୀ ହାସଲ କରିଥିବା ସନ୍ଦେହାତ୍ମକ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଏହା ଭିତରୁ କେତେକ ପ୍ରାର୍ଥୀ ଙ୍କ ସାର୍ଟିଫିକେଟ ନକଲି ହୋଇଥିବାର ସନ୍ଦେହ କରି ପଦକ୍ଷେପ ଗ୍ରହଣ କରାଯାଉଥିବାର ବିଭାଗୀୟ ସୂତ୍ରରୁ ଚର୍ଚ୍ଚା ହେଉଥିବାର ଜଣାପଡିଥିଲା ।

 ପ୍ରକାଶ ଥାଉ କି ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରୁ ଆସିଥିବା ତାଲିକାରେ କିଛି ବାହାର ରାଜ୍ୟ ବିଶ୍ଵବିଦ୍ୟାଳୟ ରୁ ପ୍ରାପ୍ତ ହୋଇଥିବା ସାର୍ଟିଫିକେଟ ଧାରୀ ଏଠାରେ  ଅନ୍ତର୍ଭୁକ୍ତ ଅଛନ୍ତି ଯାହାକି ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ ଭଲ ଭାବରେ ଜାଣିଛନ୍ତି । ଉକ୍ତ ସାର୍ଟିଫିକେଟ ଧାରୀଙ୍କ ସାର୍ଟିଫିକେଟ ର ସତ୍ୟାସତ୍ୟ ପ୍ରମାଣ ପାଇଁ ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ ସେହି ବିଶ୍ଵବିଦ୍ୟାଳୟ ମାନଙ୍କୁ ଚିଠି କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ  ସେଠାରୁ ସାର୍ଟିଫିକେଟ ର ବିଶ୍ୱସନୀୟ ଉପରେ କୌଣସି ତଥ୍ୟ ଆସି ନ ଥିବା ପ୍ରକାଶ କରିଛନ୍ତି ।

ନିର୍ଦ୍ଦେଶକ ପ୍ରାଥମିକ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ଓଡ଼ିଶା ଙ୍କ ଚିଠି ଅନୁଯାୟୀ ସନ୍ଦେହାନ୍ ସାର୍ଟିଫିକେଟ ମାନଙ୍କ ଉପରେ ଯଥା ପଦକ୍ଷେପ ଗ୍ରହଣ କରି ସତ୍ୟତା ପ୍ରମାଣ କରିବା ପରେ ସେମାନଙ୍କ ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସଇଁତଳା ବିଇଓ ପାଖକୁ ଆସିଥିବା କେତେକ ସାର୍ଟିଫିକେଟ ର ବର୍ତ୍ତମାନ ପର୍ଯ୍ୟନ୍ତ ସତ୍ୟତା ପ୍ରମାଣିତ ହୋଇନାହିଁ ।ଏହା ସତ୍ତ୍ୱେ ସେହି ସାର୍ଟିଫିକେଟ ଧାରୀ ମାନଙ୍କୁ ପଦୋନ୍ନତି ତାଲିକା ରେ ଅନ୍ତର୍ଭୁକ୍ତ କରିଥିବା ତାଲିକା ରୁ ଜଣା ପଡ଼ିଛି।

ଏ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଡିଇଓ,ବଲାଙ୍ଗୀର ଙ୍କ ସହିତ ଯୋଗାଯୋଗ କରାଯାଇଥିଲା ।ମାତ୍ର ସେ ଫୋନ୍ ଉଠାଇ ନ ଥିଲେ । ଏଭଳି ତାଲିକା ପ୍ରସ୍ତୁତି ସମ୍ପର୍କରେ ଜନ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚର୍ଚ୍ଚା ହେଉଛି ଏବଂ ସନ୍ଦେହ କରାଯାଉଛି କତୃପକ୍ଷ ଜାଣିଶୁଣି ଉପରୋକ୍ତ ବିଷୟକୁ ଚପେଇ ଦେବାକୁ ଚେଷ୍ଟା କରୁଥିବା ପରିଲକ୍ଷିତ ହୁଏ ।ଏଣୁ ଉପରୋକ୍ତ ସାର୍ଟିଫିକେଟ ମାନଙ୍କ ର ବିଧିବଦ୍ଧ ତଦନ୍ତ କଲେ ସତ୍ୟତା ସାମ୍ନା କୁ ଆସିବା ସହ ନକଲି ସାର୍ଟିଫିକେଟ ଧାରୀ ଙ୍କ ଅସଲି ମୁଖା ଖୋଲିଯିବ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31