Indus Valley Times

ଆଦର୍ଶ କାର୍ଯ୍ୟକ୍ରମ: ମହଗାଁ ରେ ଜୈବିକ ପ୍ରଣାଳୀରେ କପା ଚାଷ ଶିବିର ଅନୁଷ୍ଠିତ

 Breaking News

ଆଦର୍ଶ କାର୍ଯ୍ୟକ୍ରମ: ମହଗାଁ ରେ ଜୈବିକ ପ୍ରଣାଳୀରେ କପା ଚାଷ ଶିବିର ଅନୁଷ୍ଠିତ

December 25
06:36 2020

Training on organic cotton farming organised in Mahanga in Bolangiri district
By Mahendra Darjee

ବଲାଙ୍ଗୀର, Dec. 25:- ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ଅନ୍ତର୍ଗତ ଭଦ୍ରା ପଞ୍ଚାୟତ ଅଧୀନସ୍ଥ ମହଗାଁ ଠାରେ
ଗୁରୁବାର ଦିନ ଅପରାହ୍ନ ୨ ଘଣ୍ଟା ସମୟରେ ଜୈବିକ ପ୍ରଣାଳୀ ରେ କପା ଚାଷ ଶିବିର ଅନୁଷ୍ଠିତ ହୋଇଯାଇଛି । ରାସାୟନିକ ସାର ପ୍ରୟୋଗ ର କୁପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଯଦ୍ୱାରା ଚାଷୀର ଚାଷ ଓ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ । ଏଣୁ ଏଭଳି କୁପ୍ରଭାବ ରୁ ବଞ୍ଚିବା ତଥା ମୃତ୍ତିକା କୁ ବଞ୍ଚାଇବା ପାଇଁ କପା ରେ ଜୈବିକ ସାର ଉପଯୋଗ ଉପରେ ଏକ ଶିବିର ସଇଁତଳା କୃଷି ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି ।
ମହଗାଁ ଠାରେ ୧୦ ହେକ୍ଟର ଜମିରେ ଜୈବିକ ପ୍ରଣାଳୀ ରେ କପା ଚାଷ ପ୍ରଦର୍ଶନ କ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା । ଏହି ଶିବିରରେ କେ ବି କେ ବୈଜ୍ଞାନିକ ଆଶିଷ ଦାସ, ସଇଁତଳା ବି ଏ ଓ ଚିତ୍ତରଞ୍ଜନ ଶତପଥୀ, ଟିଟିଲାଗଡ ଏ ଏ ଓ ନିଶାନ୍ତ ଦାସ, ଶିବ ନାଗ ଏବଂ ଭଦ୍ରା ପଞ୍ଚାୟତ ର ଭି ଏ ଡବ୍ଲୁ ସବନମ୍ ବେଗମ କାର‌୍ୟ୍ୟକ୍ରମ ଉପରେ ସୂଚନା ଦେଇଥିଲେ । କରମତଲା ଭି ଏ ଡବ୍ଲୁ ବିପିନ୍ କୁମାର ଦଳାଇ ଶିବିର ସୁଚାରୁରୂପେ ପରିଚାଳନା ପାଇଁ ସାହାଯ୍ୟ କରିଥିଲେ ।
ଏହି ଶିବିରରେ ଅନେକ ଚାଷୀ ଯୋଗଦାନ କରି ଜୈବିକ ପ୍ରଣାଳୀ ରେ କପା ଚାଷ ର ଉପଯୋଗ ସମ୍ପର୍କରେ ଅବଗତ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031