Legatus

ଆନ୍ତର୍ଜାତୀୟ ମହିଳା ଦିବସ: ନାରୀ ଶକ୍ତିସ୍ୱରୂପା, ସହିଷ୍ଣୁ ଓ ଅତୁଳନୀୟା

 Breaking News

ଆନ୍ତର୍ଜାତୀୟ ମହିଳା ଦିବସ: ନାରୀ ଶକ୍ତିସ୍ୱରୂପା, ସହିଷ୍ଣୁ ଓ ଅତୁଳନୀୟା

ଆନ୍ତର୍ଜାତୀୟ ମହିଳା ଦିବସ: ନାରୀ ଶକ୍ତିସ୍ୱରୂପା, ସହିଷ୍ଣୁ  ଓ ଅତୁଳନୀୟା
March 08
09:36 2024

International Women’s Day: Woman is manifestation of divinity

By Mamata Sahoo

ପ୍ରତି ବର୍ଷ ମାର୍ଚ୍ଚ 8 ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ | ଏହି ଦିନ ମହିଳାମାନଙ୍କୁ ସମ୍ମାନ ଦେବା ଏବଂ ସମାଜରେ ସେମାନଙ୍କର ଅବଦାନକୁ ହୃଦୟଙ୍ଗମ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଦିନଟି ସମଗ୍ର ବିଶ୍ୱରେ ଏକ ଉତ୍ସବ ରୁପେ ​​ପାଳନ କରାଯାଏ | ସମାଜର ବିକାଶରେ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି | ଘରୋଇ କାର୍ଯ୍ୟ ବ୍ୟତୀତ, ସେମାନେ ସମାଜ ସହିତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରନ୍ତି | ଶିକ୍ଷା, ସେବା, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତ୍ୟନ୍ତ ସ୍ୱତନ୍ତ୍ର |

ଆନ୍ତର୍ଜାତୀୟ ମହିଳା ଦିବସର ବିଶେଷ ମହତ୍ତ୍ୱ ରହିଛି | ଏହି ଦିନ ମହିଳାମାନଙ୍କ ପାଇଁ ସେମାନଙ୍କର ସଫଳତାକୁ ପାଳନ କରିବା

ଲିଙ୍ଗଗତ ସମାନତା: ପୁରୁଷମାନଙ୍କ ପରି ମହିଳାମାନଙ୍କର ସମାନ ସୁଯୋଗ ଏବଂ ଅଧିକାର ରହିବା ଉଚିତ୍ |

ମହିଳା ଶିକ୍ଷା: ଶିକ୍ଷା ମହିଳା ମାନଙ୍କୁ ସଶକ୍ତ କରିଥାଏ ଏବଂ ସେମାନଙ୍କୁ ସେମାନଙ୍କର ଜୀବନ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ କରିଥାଏ |

ମହିଳାଙ୍କ ସ୍ୱାସ୍ଥ୍ୟ: ମହିଳାମାନେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ |

ମହିଳାଙ୍କ ପ୍ରତି ହେଉଥିବା ହିଂସା: ମହିଳାଙ୍କ ପ୍ରତି ହେଉଥିବା ସମସ୍ତ ପ୍ରକାର ହିଂସା ଦୂର କରିବା।

ମହିଳା ଉଦ୍ୟୋଗୀ: ମହିଳାମାନଙ୍କୁ ନିଜର ବ୍ୟବସାୟ ଆରମ୍ଭ ଏବଂ ଚଳାଇବାକୁ ଉତ୍ସାହିତ କରିବା |

ଏହି ଦିନଟି ବିଂଶ ଶତାବ୍ଦୀର ଆରମ୍ଭରୁ ଆରମ୍ଭ ହୋଇଥିଲା, ଯେତେବେଳେ ମହିଳାମାନେ ଉନ୍ନତ କାର୍ଯ୍ୟ ପରିସ୍ଥିତି, ଭୋଟ୍ ଅଧିକାର ଏବଂ ସମାନ ଦରମା ଦାବି କରିଥିଲେ । ଧୀରେ ଧୀରେ ଏହି ଆନ୍ଦୋଳନ ସମଗ୍ର ବିଶ୍ୱରେ ବ୍ୟାପିଗଲା ଏବଂ 1975 ରେ ମିଳିତ ଜାତିସଂଘ ମାର୍ଚ୍ଚ 8 ଘୋଷଣାକଲା |

        ତଥାପି,ଏହା ଗୁରୁତ୍ୱ ପୂର୍ଣ୍ଣ ଯେ ଆନ୍ତର୍ଜାତୀୟ ମହିଳା ଦିବସ କେବଳ ଏକ ପ୍ରତୀକାତ୍ମକ ଉତ୍ସବରେ ପରିଣତ ହୁଏ ନାହିଁ, ବରଂ ମହିଳା ସଶକ୍ତିକରଣ ଦିଗରେ ଏକ ନିରନ୍ତର ପ୍ରୟାସରେ ପରିଣତ ହୁଏ , କେତେକ ଭାରତୀୟ ମହିଳା ବିଜ୍ଞାନ, କଳା, ସାହିତ୍ୟ, କ୍ରୀଡା ଏବଂ ରାଜନୀତି ଭଳି ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ ସଫଳତା ହାସଲ କରୁଛନ୍ତି । ଏହି ମହିଳାମାନଙ୍କର ସଫଳତା ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ଉତ୍ସ ଅଟେ ଏବଂ ଦର୍ଶାଏ ଯେ ମହିଳାମାନେ ଯେ କୌଣସି  କ୍ଷେତ୍ରରେ ସଫଳ ହୋଇପାରିବେ | ଏହାସହିତ, ୨୦୨୪ ମସିହାରେ ମହିଳା ଦିବସର ବିଷୟବସ୍ତୁ ହେଉଛିପ୍ରେରଣା ଅନ୍ତର୍ଭୁକ୍ତ, ଯାହାର ଅର୍ଥ ହେଉଛି ଏକ ବିଶ୍ୱ ଯେଉଁଠାରେ ସମସ୍ତେ ସମାନ ଅଧିକାରଏବଂ ସମ୍ମାନ ପାଆନ୍ତି |

ଆନ୍ତର୍ଜାତୀୟ ମହିଳା ଦିବସ ଅବସର ରେ କେତେକ ନାରୀ ଙ୍କ ମତାମତ ଜାଣିବା l

          ନାରୀ ହେଉଛି ଭଗବାନଙ୍କର ସୁନ୍ଦର ସୃଷ୍ଟି, ସେ ହେଉଛନ୍ତି ସ୍ନେହମୟୀ ମାଆ, ଯତ୍ନଶୀଳ ଭଉଣୀ, ପ୍ରିୟ ଝିଅ , ବୁଝି ପାରୁଥିବା ପତ୍ନୀ | ସେମାନେ ବିକାଶଶୀଳ ସମାଜର ମେରୁଦଣ୍ଡ | Happy Women’ s Day – – ତ୍ରିଷ୍ଣା ମହାନ୍ତି, ଭୁନେଶ୍ୱର

             ସାମ୍ପ୍ରତିକ ପରିସ୍ଥିତି ରେ ନାରୀ ମାନେ ଶିକ୍ଷାଗତ ଯୋଗ୍ୟତା, କର୍ମଦକ୍ଷତା, ଆର୍ଥିକ କ୍ଷମତା ଆଦି ରେ ପୁରୁଷ ମାନଙ୍କ ସମସ୍କନ୍ଧ. କିନ୍ତୁ ବସ୍ତୁବାଦୀ ଦୁନିଆ ର ପ୍ରତିଷ୍ପର୍ଦ୍ଧା ରେ ନାରୀ ନିଜର ଜନ୍ମଗତ ଦାୟିତ୍ୱକୁ ମଧ୍ୟ ସମାନ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି. ପରିବାର କୁ ସୁସଂସ୍କାର ସମ୍ପନ୍ନ କରି ଗଢି ଧର୍ମ ପଥ ରେ ଚାଲିବା ଦ୍ୱାରା ସମାଜ ଶୃଙ୍ଖଳିତ ହୋଇ ଉତ୍ତମ ରାଷ୍ଟ୍ର ନିର୍ମାଣ ହୋଇଥାଏ. ଏଥିରେ ନାରୀ ର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ. ନଚେତ  ମୂଲ୍ୟବୋଧ ର ଅଭାବ ରେ ସମାଜ ର ଅଧୋପତନ ଆବଶ୍ୟାମ୍ଭାବି. ଭାରତୀୟ ସଂସ୍କୃତି ଓ ପରମ୍ପରା ସମଗ୍ର ବିଶ୍ୱ ରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ଓ ପାଶ୍ଚାତ୍ୟ ଦେଶ ଗୁଡିକ ଏହାକୁ ଅନୁସରଣ କରିବାକୁ ଆରମ୍ଭ କଲେଣି. ତେଣୁ ଆଜିର ନାରୀ ନିଜ ର କର୍ମବହୁଳ ଜୀବନ ରେ ମଧ୍ୟ ଅନୁଶାସନ ଓ ଆଧ୍ୟାତ୍ମିକତା କୁ ଗୁରୁତ୍ୱ ଦେଲେ ପରିବାର ରେ ସୁସଂସ୍କାର ର ସୁଗନ୍ଧ ବ୍ୟାପିଯିବ, ଭବିଷ୍ୟତ ପିଢ଼ି ସୁରକ୍ଷିତ ରହିବେ. ଦେବୀ ଦୁର୍ଗା ଙ୍କର ଅସୀମ ଶକ୍ତି ପ୍ରତ୍ୟେକ ନାରୀ କୁ ପ୍ରାପ୍ତି ହେଉ, ଏହା ହିଁ କାମନା- ଲିଟି ପଟ୍ଟନାୟକ , ଯୁଗ୍ମ ନିର୍ଦେଶିକା , ରାଜ୍ୟ କୃଷି ବିଭାଗ

          ଜଳ, ସ୍ଥଳ ଓ ବାୟୁରେ ନିଜର ସ୍ଥାନ ପକ୍କା କରିଥିବା ମହିଳାମାନେ ନିଜ ଅଂଚଳର ଅପରିଚିତ ମହିଳାଙ୍କର ପ୍ରେରଣା ବନନ୍ତୁ । ସାହିତ୍ୟ, କୃଷି, ବୈଷୟିକ କୌଶଳ, କଳା, ସଂସ୍କୃତି ଇତ୍ୟାଦି କ୍ଷେତ୍ର ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଅବହେଳିତ ନାରୀମାନେ ନିଜର ପ୍ରତିଭାକୁ ଏ ସମାଜରେ ପ୍ରଚାର ଓ ପ୍ରସାର କରନ୍ତୁ । ଯାହା ସମସ୍ତଙ୍କର ଦ୍ୱାରା ଆଦୃତ, ପ୍ରଶଂସନୀୟ ହୋଇ ରହିବେ ।   — ସିପ୍ରା ମହାନ୍ତି, EXECUTIVE PR, SIKSHA ‘O’ ANUSANDHAN UNIVERSITY,

                ନାରୀ ସ୍ଵଭାବତଃ ସ୍ନେହୀ , ସାହସୀ ଓ ସହନଶୀଳତା l ଚିନ୍ତା ଧାରା ରେ  ଆଶାଠାରୁ ଅଧିକ ସଂବେଦିନଶିଳ l ପରିସ୍ଥିତି କୁ ସାମ୍ନା କରି ସଂସାର ର ନିତ୍ୟ ନିୟମିତ ଧାରା ରେ ନିଜର ପରିଚୟ ବଜାୟ ରଖି ଆଗାମୀ ପିଢ଼ି ପାଇଁ ଉଦାହରଣ ସୃଷ୍ଟି କରିପାରେ l ତେଣୁ ସେ ନିର୍ଭୟା, ସଶକ୍ତl  , ସମ୍ପୂର୍ଣl ଓ ସ୍ୱୟଂସିଦ୍ଧl— ପୁଷ୍ପା ମଞ୍ଜରୀ ପଣ୍ଡା, ଅଧ୍ୟାପିକା

                ମହିଳା , ସ୍ତ୍ରୀ କି ନାରୀ – ନାମ ଭିନ୍ନ ,ରୂପ ଏକ l ମହିଳା ସବୁ ରୂପରେ ପୂଜନୀୟ , ସେ ମାଆ ,ସ୍ତ୍ରୀ ,ଝିଅ କିମ୍ବା ଭଉଣୀ ହେଉ l ସେଇ ମହିଳାର ଯେତେ ପ୍ରଶଂସା କରିବା ସେତେ କମ, ନାରୀ ବିନା ସୃଷ୍ଟି ଅସମ୍ଭବ,ସେ ସର୍ବଦା ପୂଜନୀୟ     ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ , ତେଣୁ ମୋ ମତ ରେ କେବଳ ଗୋଟିଏ ଦିନ ମହିଳା ଦିବସ ରୁପେ ପାଳନ ନକରି ୩୬୫ ଦିନ ମହିଳା ଙ୍କୁ ସମ୍ମାନ କରାଯାଉ l  — ରଂଜିତା ସାହୁ , ଗୃହିଣୀ ,ପୁନେ

              ପ୍ରତ୍ୟେକ ସ୍ଥାନରେ ଆମ ଜୀବନରେ ମହିଳାଙ୍କ ମୂଲ୍ୟ ଏବଂ ମହତ୍ତ୍କୁ ସ୍ୱୀକାର କରିବା ଉଚିତ ଏବଂ ମହିଳାମାନଙ୍କ ପାଇଁ ସମଗ୍ର ବିଶ୍ୱରେ ସମାନତା ,ନ୍ୟାୟ ଏବଂ ସମ୍ମାନର ସହିତ ସମ୍ମାନିତ କରିବା ଉଚିତ | ମହିଳା ନିଜକୁ ନିରାପଦ ଅନୁଭବ କରିବା ସହିତ ଆତ୍ମବିଶ୍ୱାସୀ ହେବା ଉଚିତ | ମୋ ମତରେ, ମହିଳା ଦିବସ ପାଳନ କରିବା ହେଉଛି ପ୍ରତ୍ୟେକ ଦିନ ପାଳନ କରାଯିବା ଉଚିତ ଯେହେତୁ ମହିଳା ଦିବସ ଆମ ପାଇଁ ସମ୍ମାନ ଅଟେ ଏବଂ ଅନ୍ୟ ମହିଳାମାନଙ୍କୁ ମଧ୍ୟ ସମ୍ମାନ ଦିଅନ୍ତୁ ଯେଉଁମାନେ ସମସ୍ତେ ଆମ ଚାରିପାଖରେ ଘେରି ରହିଛନ୍ତି |— ସୁପ୍ରିୟା ଯଶୟାଲ, ଗୃହିଣୀ ,ପୁନେ

             ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସମସ୍ତ ମହିଳାଙ୍କୁ ମୋର ଆନ୍ତରିକ ଶୁଭ କାମନା l ମୋ ମତରେ କେବଳ ମାର୍ଚ୍ଚ ୮ ତାରିଖ ନୁହେଁ,ବରଂ ବର୍ଷର ପ୍ରତ୍ୟେକ ଦିନ ମହିଳା ଦିବସ ହେବା ଉଚିତ l ନାରୀର ଦୈନନ୍ଦିନ ସଂଘର୍ଷ ତାକୁ ଶକ୍ତିମୟୀ ଭାବେ ପରିଚୟ କରାଇଛି l ସେ ଏକାଧାରାରେ ଶକ୍ତି ସ୍ୱରୂପା , ସହିଷ୍ଣୁ , ଅତୁଳନୀୟା l ସେମାନଙ୍କର ଅନ୍ତର୍ନିହିତ ଶକ୍ତି , ସମାଜ ଗଠନ କରିବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛି l— ଡାକ୍ତର ସାଗରିକା ପରିଡା, ପ୍ରାଧ୍ୟାପିକା ,ସେଞ୍ଚୁରିଅନ ୟୁନିଭେର୍ସିଟି

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31