Indus Valley Times

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଗାଁ ଠାରୁ ସହର ,ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଧୁମଧାମରେ ପାଳିତ

 Breaking News

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଗାଁ ଠାରୁ ସହର ,ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଧୁମଧାମରେ ପାଳିତ

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଗାଁ ଠାରୁ ସହର ,ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଧୁମଧାମରେ ପାଳିତ
August 27
21:51 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୭/୮ : ଆଜି ଗଣେଶ ଚତୁର୍ଥୀ ଅବସରରେ ଅଗ୍ରପୂଜ୍ୟ ଶ୍ରୀଗଜାନନଙ୍କ ପୂଜାରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚଳଚଂଚଳ। ଖୋର୍ଦ୍ଧା ସହରରେ ବିଘ୍ନରାଜ ଗଣେଷଙ୍କ ପୂଜା ବିଭିନ୍ନ ସାହି ଗଳି ଠାରୁ ଆରମ୍ଭ କରି ବଜାର ହାଟ,କ୍ଳବ ମାନଙ୍କରେ ୭୦ ରୁ ଉର୍ଦ୍ଧ୍ବ ସ୍ଥାନରେ ଗଜାନନଙ୍କ ପୂଜା ପାଉଛନ୍ତି।
ଏହି ପୂଜା କେଉଁମାନେ ୪ ଦିନ ପାଳନ କରୁଥିବା ବେଳେ କେତେକ ସ୍ଥାନରେ ୧୧ ଦିନ ଧରି ପାଳିତ ହୋଇଆସୁଛି। ଖୋର୍ଦ୍ଧାର ସମସ୍ତ ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ବିଭିନ୍ନ ଅନୁଷ୍ଠାନ, ସର୍ବପରି କ୍ଳବ,ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ପୂଜା ବହୁ ଆଡମ୍ବରରେ ହେଉଥିବା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀ ଠାରୁ ଆବାଳ ବୃଦ୍ଧ ବନିତା ସମସ୍ତେ ଭକ୍ତିପୁତ ଭାବରେ ଆଜି ଦିନ ସକାଳୁ ଉଠି ସ୍ନାନ ସାରି ନାନାଦି ପୁଷ୍ପ ଫଳ ସହିତ ଭୋଗ ନେଇ ପୂଜା ମଣ୍ଡପ ମାନଙ୍କରେ ଉପସ୍ଥିତ ରହି ବିଘ୍ନରାଜଙ୍କୁ ଆବାହାନ କରୁଥିବା ଦେଖିବାକୁ ମିଳିଛି।
ସେହିପରି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର ଓଡିଶା ପ୍ରସିଦ୍ଧ ଗଣେଷ ପୂଜା ଧୁମଧାମରେ ପାଳିତ ହେଉଛି। ଜଟଣୀର ବିଭିନ୍ନ ବ୍ୟବସାୟୀ ସଂଘ ସମେତ କ୍ଳବ , ସାହି ବସ୍ତିରେ ୪୦୦ ରୁ ଉର୍ଦ୍ଧ୍ବ ସ୍ଥାନରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହେଉଛି। ସହରର ବିଭିନ୍ନ ପୂଜା ମଣ୍ଡପ ଗୁଡ଼ିକ ସୁସଜ୍ଜିତ ହୋଇଥିବା ବେଳେ ବିଭିନ୍ନ କ୍ଳବ ,ସାହି ,ବଜାର ସାରା ସୁନ୍ଦର ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସହରକୁ ଚକମକ ଦେଖାଯାଉଛି ।
ଶ୍ରଦ୍ଧାଳଙ୍କୁ ନିଜ ମଣ୍ଡପ ଆଡ଼କୁ ଆକୃଷ୍ଟ କରିବା ପାଇଁ ସହରର ପ୍ରମୁଖ ବ୍ୟବସାୟୀ ସଙ୍ଘ ଏକ ପ୍ରକାର ପ୍ରତିଯୋଗିତାରେ ଉଚ୍ଚ କୋଟିର ସାଜସଜ୍ଜା ସୁଉଚ୍ଚ ତୋରଣ ମାନ କରାଯାଇ ଗଣେଷଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ଏହା ବ୍ୟତୀତ ପ୍ରତିଦିନ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ମିନା ବଜାର,ଯାତ୍ରା ,ମେଲୋଡ଼ି, ପାଲା ,ଦାସକାଠିଆ ,ଭଜନ ର ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ସହରରେ ଶାନ୍ତିଶୃଙ୍ଖଳା ଏବଂ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିବା ଜଟଣୀ ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜଟଣୀ ଗଣେଷ ମହୋତ୍ସବ ୧୧ ଦିନ ପର୍ଯ୍ୟନ୍ତ ଚାଲିବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031