Indus Valley Times

ଅଟିଜିମ୍ ନେଇ ଅଚ୍ୟୁତଙ୍କ ବିବାଦୀୟ ମନ୍ତବ୍ୟ, ବିଭିନ୍ନ ବର୍ଗରୁ ନିନ୍ଦା

 Breaking News

ଅଟିଜିମ୍ ନେଇ ଅଚ୍ୟୁତଙ୍କ ବିବାଦୀୟ ମନ୍ତବ୍ୟ, ବିଭିନ୍ନ ବର୍ଗରୁ ନିନ୍ଦା

ଅଟିଜିମ୍ ନେଇ ଅଚ୍ୟୁତଙ୍କ ବିବାଦୀୟ ମନ୍ତବ୍ୟ, ବିଭିନ୍ନ ବର୍ଗରୁ ନିନ୍ଦା
April 05
20:16 2026

ଭୁବନେଶ୍ୱର, ୫/୪ : ଅଚ୍ୟୁତ ସାମନ୍ତଙ୍କ ମନ୍ତବ୍ୟକୁ ନିନ୍ଦା କଲେ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପୂର୍ବ ଜନ୍ମର କର୍ମଫଳ ପାଇଁ ଭିନ୍ନକ୍ଷମ ଶିଶୁ ଭାବେ ଜନ୍ମ ମନ୍ତବ୍ୟକୁ ନିନ୍ଦା କଲେ ମନ୍ତ୍ରୀ ।
ମୁଁ ଏହି କଥାକୁ ଗ୍ରହଣ କରି ପାରୁନି । ପ୍ରେରିତ କରି ସମାଜରେ ସମ୍ମାନଜନକ ଭାବେ ବଞ୍ଚିବାକୁ ଦେବା ଉଚିତ୍ । ସାଧାରଣ ଲୋକଙ୍କ ଭଳି କିପରି ଜୀବନ ଯାପନ କରିବେ ତାହା କରିବା କଥା । ସେମାନନଙ୍କୁ ସହାନୁଭୂତି ଦେଖାଇବା କଥା । ଏଭଳି ମନ୍ତବ୍ୟ ଦେବା ଠିକ୍ ନୁହେଁ ।
ଅଚ୍ୟୁତ ସାମନ୍ତଙ୍କ ମତ୍ତବ୍ୟ ଅତ୍ୟନ୍ତ ଲଜ୍ଜାନକ ବୋଲି କହିଲେ ପ୍ରଫେସର ପ୍ରତାପ ରଥ । ଏଭଳି ମନ୍ତବ୍ୟ ସମ୍ବିଧାନ ବିରୋଧୀ, ଧର୍ତ୍ତବ୍ୟ ଅପରାଧ ଏବଂ ନିହାତି ଅରୁଚିକର । ପୂର୍ବ ଜନ୍ମ, ପର ଜନ୍ମ ବୋଲି କିଛି ନାହିଁ । ଅଚ୍ୟୁତ ସାମନ୍ତ ପ୍ରମାଣ କରି ପାରିବେ କି । ଓପନ ଲର୍ଣ୍ଣିଂ ଜରିଆରେ ୪୦ ବର୍ଷ ହେଲା ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରୁଛି ।
ଯିଏ ଏପରି ଅରୁଚିକର ମନ୍ତବ୍ୟ ଦେଉଛି, ତାଙ୍କୁ ମୁଁ ଶିକ୍ଷାବିତ କହି ପାରିବି ନାହିଁ । ପିଲାମାନଙ୍କ ପାଇଁ ସ୍କୁଲ କରି ଏପରି ଅରୁଚିକର ମନ୍ତବ୍ୟ ଦେବା ଧର୍ତ୍ତବ୍ୟ ଅପରାଧ । ପ୍ରତ୍ୟେକଙ୍କୁ ଆତ୍ମ ସମ୍ମାନର ସହ ବଞ୍ଚିବା ପାଇଁ ସମ୍ବିଧାନ ଅଧିକାର ଦେଇଛି । କୌଣସି ବାପା ମାଆ ଏପରି ଅରୁଚିକର ମନ୍ତବ୍ୟକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।
କଣ କହିଥିଲେ ଅଚ୍ୟୁତ ?
ଏହା ପୂର୍ବରୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିବାଦୀୟ ମନ୍ତବ୍ୟ ଦେଇିଥିଲେ । ଅବିଶ୍ୱ ଅଟିଜିମ ଦିବସରେ ଅଟିଜିମ ଶିଶୁଙ୍କ ପ୍ରତି ସମ୍ବେଦନହୀନ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ପୂର୍ବ ଜନ୍ମର କର୍ମ ଫଳ ପାଇଁ ଅଟିଷ୍ଟିକ ଚାଇଲ୍ଡ ଜନ୍ମ ହୁଅନ୍ତି । ଜଣଙ୍କ ଜନ୍ମ ରାଜକୁମାର ଭଳି ଏବଂ ଆଉ ଜଣେ ଅଟିଷ୍ଟିକ ହୋଇ ଜନ୍ମ ହେଉଛି । ଶିଶୁ ତ କିଛି ପାପ କରିନି, ସେ କାଇଁ ଅଟିଷ୍ଟିକ ଚାଇଲ୍ଡ ହେଲା । ଏ ଦଶା କେବଳ ପୂର୍ବ ଜନ୍ମ କର୍ମଫଳର ପାଇଁ ।
ବେଳେ ବେଳେ ଦୁଷ୍ଟ ଲୋକଙ୍କୁ କୁହେ ଆରେ କାଇଁ ଏମିତି ହେଉଛ । ଏମିତି ଆଦୌ ହୁଅନି, ଏତେ ଅନ୍ୟାୟ, ଅନୀତି, ଅଧର୍ମ କରନି । ପର ଜନ୍ମରେ ଅଟିଷ୍ଟିକ ଚାଇଲ୍ଡ ହୋଇ ଯିବୁରେ । ଏଭଳି ବିବାଦୀୟ ମନ୍ତବ୍ୟ ବେଳେ ଉପସ୍ଥିତ ଥିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅଚ୍ୟୁତଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଭାଇରାଲ୍ ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031