Indus Valley Times

ଅନନ୍ୟ ଶବ୍ଦ ସଂଯୋଜନା ଯୋଗୁଁ ଜୟନ୍ତ ମହାପାତ୍ର ଆନ୍ତର୍ଜାତିକ କବି ମାନ୍ୟତା ସହ ପଦ୍ମଶ୍ରୀ ପାଇଥିଲେ

 Breaking News

ଅନନ୍ୟ ଶବ୍ଦ ସଂଯୋଜନା ଯୋଗୁଁ ଜୟନ୍ତ ମହାପାତ୍ର ଆନ୍ତର୍ଜାତିକ କବି ମାନ୍ୟତା ସହ ପଦ୍ମଶ୍ରୀ ପାଇଥିଲେ

ଅନନ୍ୟ ଶବ୍ଦ ସଂଯୋଜନା ଯୋଗୁଁ ଜୟନ୍ତ ମହାପାତ୍ର ଆନ୍ତର୍ଜାତିକ କବି ମାନ୍ୟତା ସହ ପଦ୍ମଶ୍ରୀ ପାଇଥିଲେ
May 04
09:00 2025

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ,୪/୫ : ଦିଲ୍ଲୀ ଉତ୍କଳ ଅସ୍ମିତା ଓ କଟକ ଥିଙ୍କର୍ଶ କ୍ଲବ ର ୧୧୮ ତମ ଆଭାଶୀ ଆଲୋଚନା ମିଳିତ ଭାବେ ଆୟୋଜିତ ହୋଇଥିଲା ।
ଏହାକୁ କଟକ ଅତିରିକ୍ତ ଜିଲ୍ଲାପାଳ ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଶୁଭାରମ୍ଭ କରି କହିଲେ ଯେ ବୁଦ୍ଧିଜୀବୀ ମାନଙ୍କୁ ନେଇ ବିଶ୍ଵ ଓଡ଼ିଆ ମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ବିଷୟରେ ଏହି ଆଲୋଚନାକୁ ଅଧିକ ଲୋକାଭିମୁଖୀ କରାଯିବା ଉଚିତ । ବହୁସଂଖ୍ୟାରେ ଆଗ୍ରହୀ ଲୋକେ ଏଥିରେ ଅଂଶ ଗ୍ରହଣ କରି ଲାଭ ନେବାକୁ ଏଡିଏମ୍ ଗୁରୁତ୍ବ ଦେଇ କହିଥିଲେ କ୍ଷ ମୁଖ୍ୟ ବକ୍ତା ଭାବେ ଶ୍ରୀ ଶ୍ରୀ ବିଶ୍ଵ ବିଦ୍ୟାଳୟର ପ୍ରଫେସର ଡ଼ କମଳା ପ୍ରସାଦ ମହାପାତ୍ର ଯୋଗ ଦେଇ କହିଲେ ଯେ ସୁବର୍ଣ୍ଣ ଚତୁର୍ଭୁଜ କଟକ ଭୁବନେଶ୍ବର ପୁରୀ କୋଣାର୍କ ଅଞ୍ଚଳର ଐତିହ୍ୟ ସଂସ୍କୃତି ମାନବବାଦ ବାସ୍ତବ ବକ୍ଷଦ ଉପରେ ତାଙ୍କ ଲେଖା ଆଧାରିତ ହୋଇ ପ୍ରଶଂସା ପାଇଥିଲା ।
ଅନନ୍ୟ ଶବ୍ଦ ସଂଯୋଜନା ଯୋଗୁଁ ୨୭ ଖଣ୍ଡ ବହି ଲେଖି କବି ଜୟନ୍ତ ମହାପାତ୍ର ବହୁ ପୁରସ୍କାର ସହ ପଦ୍ମଶ୍ରୀ ପାଇଥିଲେ ।
ସଭାକୁ ସୂ ସଂଯୋଜନା କରି ଥୀଙ୍କର୍ଶ କ୍ଲବ ର ସଭାପତି ବରଦା ଦାସ କହିଲେ ତାଙ୍କର କାବ୍ୟିକ ପ୍ରତିଭା ଏକ ବ୍ୟତିକ୍ରମ ।
ନିଜର କବିତା ପୁସ୍ତକ ରିଲେସନ ସିପ ଯୋଗୁ ଭାରତରେ ପ୍ରଥମ ଇଁରାଜୀ କବି ଭାବେ ସାହିତ୍ୟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ଦିଲ୍ଲୀ ଉତ୍କଳ ଅସ୍ମିତା ସଭାପତି ଡାକ୍ତର ଅନିତା ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇ କବିଙ୍କୁ ଇଁରାଜୀ କବି ଟି ଏସ ଏଲିଅଟ ଙ୍କ ସହ ତୁଲାନୀୟ ବୋଲି କହିଥିଲେ । ସ୍ନେହ ମିଶ୍ର ଓ ଅକ୍ଷୟ ମହାନ୍ତି ସୂ ରଚିତ କବିତା ପାଠ କଲାପରେ ଅଧ୍ୟାପକ ଡ ନିବେଦିତା ଗିରି ଧନ୍ୟବାଦ୍ ଦେଇଥିଲେ ।
ନିଜେ ବିଭିନ୍ନ ବିଷୟରେ ଜ୍ଞାନ ଜାଣି ଅନ୍ୟକୁ ଜଣାଇବା ଏହି ଆଭାସି ଆଲୋଚନାର ମୁଖ୍ୟ ଲକ୍ଷ୍ୟ ।
ତେଣୁ ଆଗ୍ରହୀ ଲୋକେ ଏସବୁର ଫାଇଦା ନେବାକୁ କୁହାଯାଇଥିଲା । କୁମାରୀ ପ୍ରାଂଶୀ ମହନ୍ତ ,ଜ୍ୟୋତି ମଲ୍ଲ, ବିଭୁଦତ୍ତ ମହାନ୍ତି ସଭା ର ବୈଷୟିକ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930