Indus Valley Times

ଅର୍ଚ୍ଚନା ନାଗ ହନିଟ୍ରାପ୍: ପୋଲିସ୍ ହାତରେ ଲାଗିଲା ଇ.ମେଲ ଆଇ.ଡି, ମିଳିଲା ଅନେକ ଅଶ୍ଲୀଳ ଫଟୋ

 Breaking News

ଅର୍ଚ୍ଚନା ନାଗ ହନିଟ୍ରାପ୍: ପୋଲିସ୍ ହାତରେ ଲାଗିଲା ଇ.ମେଲ ଆଇ.ଡି, ମିଳିଲା ଅନେକ ଅଶ୍ଲୀଳ ଫଟୋ

ଅର୍ଚ୍ଚନା ନାଗ ହନିଟ୍ରାପ୍: ପୋଲିସ୍ ହାତରେ ଲାଗିଲା ଇ.ମେଲ ଆଇ.ଡି, ମିଳିଲା ଅନେକ ଅଶ୍ଲୀଳ ଫଟୋ
October 09
15:05 2022

ଭୁବନେଶ୍ୱର,୯/୧୦: ଧୀରେ ଧୀରେ ଖୋଲୁଛି ମାୟାବିନୀ ଅର୍ଚ୍ଚନା ନାଗର ମାୟାଜାଲର ଗୁମର। ଆଜି ପୁଣି ମାୟାବିନୀର ନୂଆ କାରନାମା ସାମ୍ନାକୁ ଆସିଛି। ଏଥର ମାୟାବିନୀର ହ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିଛି।
ଏହି ଚାଟ୍ରୁ ଜଣା ପଡୁଛି ଜଣେ ଝିଅଙ୍କ ସହିତ ଚାଟ୍ କରୁଛନ୍ତି ଲେଡି ବ୍ଲାକମେଲ ଅର୍ଚ୍ଚନା। ଯୁବତୀଙ୍କୁ ବୁଝାଇବାକୁ, ମନେଇବାକୁ ଲେଡି ବ୍ଲାକମେଲର୍ ଚେଷ୍ଟା କରୁଛନ୍ତି। ହେଲେ ଯୁବତୀ ଜଣକ କହୁଛନ୍ତି, ବହୁତ ଟଙ୍କା ଦେବେ ବୋଲି କହିବାରୁ ସେମାନଙ୍କ କଥାରେ ମୁଁ ରାଜି ହୋଇଥିଲି। ଏବେ ନ ମାନିଲେ ଜୀବନ ପ୍ରତି ବିପଦ ଅଛି। ତେବେ କାହାକୁ ସେ ଇଙ୍ଗିତ କରୁଛନ୍ତି, ତାହା ସ୍ପଷ୍ଟ ଭାବେ ଜଣାପଡ଼ୁନି।
ରହସ୍ୟମୟୀ ମହିଳା ଜଣକ ପଚାରୁଛନ୍ତି- ସେମାନଙ୍କୁ ପ୍ରମାଣ ଦେଇ ଦେଇଛ କି ? ତେବେ ଏ ସମ୍ପର୍କରେ ଯୁବତୀ ଜଣକ ହଁ କି ନା କିଛି ବି କହୁ ନାହାନ୍ତି। ଲେଡି ବ୍ଲାକମେଲର୍ ଜଣକ ଉକ୍ତ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି, ସେ ଯାହା କହିବ, ତାକୁ ମାନିବେ। ଏପରିକି ଯାହା ବି ମାଗିବେ, ତାହା ଦିଆଯିବ ବୋଲି ରହସ୍ୟମୟୀ ମହିଳା କହିଛନ୍ତି। ସାହାଯ୍ୟ କରି ଯୁବତୀଙ୍କ ଭବିଷ୍ୟତ ସଜାଡ଼ି ଦେବାର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି ଲେଡି ବ୍ଲାକମେଲର୍।
ଏହାପରେ ଯୁବତୀ ଜଣକ ଏକ ସର୍ତ୍ତ ବି ରଖିଛନ୍ତି, ତାଙ୍କ ରୁମ୍କୁ କେହି ବି ବିନା ଅନୁମତିରେ ଯିବେନି। ଧମକ ଦେଇ ଯୁବତୀ କହିଛନ୍ତି, ନ ହେଲେ ମୋ’ଠାରୁ ଅଧିକ କେହି ଖରାପ ହେବେନି। ସମ୍ପୃକ୍ତ ଯୁବତୀ ଏହା ମଧ୍ୟ କହିଛନ୍ତି- ଯିଏ ଆପଣଙ୍କୁ ପଠାଇଥିଲେ, ସିଧା ତାଙ୍କ ଘରକୁ ଯିବି।
ଏହି ହ୍ୱାଟ୍ସଆପ୍ ଚାଟ୍ରୁ ଲେଡି ବ୍ଲାକମେଲଙ୍କ କଳାଧନ୍ଦା ସମ୍ପର୍କରେ ସୂଚନା ମିଳୁଛି। ସବୁଠୁ ବଡ଼ ପ୍ରଶ୍ନ, ଯୁବତୀ ଜଣକ କାହା କଥାରେ ରାଜି ହୋଇଥିଲେ ? କାହା ପକ୍ଷରୁ ତାଙ୍କ ଜୀବନକୁ ବିପଦ ରହିଛି ? ଲେଡି ବ୍ଲାକମେଲର୍ କେଉଁ ପ୍ରମାଣ ସମ୍ପର୍କରେ ପଚାରୁଛନ୍ତି ? କାହାକୁ ସେ ପ୍ରମାଣ ଦିଆଯିବା କଥା କୁହାଯାଉଛି। ତେବେ ଏକଥା ସ୍ପଷ୍ଟ ଯେ, ନିଶ୍ଚୟ ସେହି ପ୍ରମାଣଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବ, ନ ହେଲେ ତା’ ପାଇଁ ଲେଡି ବ୍ଲାକମେଲର୍ ଏତେ ଚିନ୍ତିତ ହେଉନଥାନ୍ତେ କି ସେହି ଯୁବତୀଙ୍କ ସବୁ କଥାରେ ରାଜି ହେଉନଥାନ୍ତେ।
ଯେଉଁ ପୁରୁଷଙ୍କ କଥା ଉଠୁଛି, ସେହି ବ୍ୟକ୍ତି ଜଣକ କିଏ ? ଏମିତି କେଉଁ କଥା ଅଛି ଯେ, ଲେଡି ବ୍ଲାକମେଲର୍ ଜଣକ ସେହି ଯୁବତୀଙ୍କ ସବୁ ସର୍ତ୍ତ ମାନିବାକୁ ରାଜି ଅଛନ୍ତି। ଏପରିକି ସବୁ କିଛି କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଯୁବତୀଙ୍କ ତା’ର ଭବିଷ୍ୟତ ବନାଇ ଦେବାକୁ ମଧ୍ୟ ଲେଡି ବ୍ଲାକମେଲର୍ କହୁଛନ୍ତି। ଏହାଛଡ଼ା କାହା ଘରକୁ ସିଧାସଳଖ ଯିବାକୁ କହୁଛନ୍ତି ସେହି ଯୁବତୀ, ତାହା ମଧ୍ୟ ଏକ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି।
ସବୁଠୁ ଆଶ୍ଚର‌୍ୟ୍ୟର କଥା ଲେଡି ବ୍ଲାକମେଲରକୁ ପୁଲିସ ଗିରଫ କରିଥିଲେ ମଧ୍ୟ ତା ସଂପର୍କରେ କିଛି ବିଆନୁଷ୍ଠାନିକ ଭାବେ ସୂଚନା ଦେଉନି। ଏହାର କାରଣ କଣ ହୋଇପାରେ ସାଧାରଣରେ ଚର୍ଚ୍ଚା ହେଉଛି?

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031