Indus Valley Times

ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ, ଏବେବି ଜେଲରେ ରହିବେ

 Breaking News

ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ, ଏବେବି ଜେଲରେ ରହିବେ

ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ, ଏବେବି ଜେଲରେ ରହିବେ
August 02
14:38 2023

ଭୁବନେଶ୍ୱର,୨/୮: ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି। ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ। ଆବେଦନକାରୀ ଶ୍ରଦ୍ଧାଞ୍ଜଳିଙ୍କ ସହ ଯୋଗାଯୋଗ କରିବା ମନା।
ସର୍ତ୍ତ ମୁତାବକ ଅର୍ଚ୍ଚନାଙ୍କ ନାଁରେ ଦାୟର ମୋଟ ୩ଟି ମାମଲାରୁ ଏହାକୁ ମିଶାଇ ୨ଟିରେ ଜାମିନ ମିଳିଛି। ଗୋଟିଏ ମାମଲା ବିଚାରଧୀନ ଥିବାରୁ ଏବେବି ଜେଲ୍ରୁ ମୁକୁଳି ପାରିବେନି ଅର୍ଚ୍ଚନା।
ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ। ଏବେ କେବଳ ଇଡି ମାମଲାରେ ଜାମିନ ପାଇନାହାନ୍ତି ଅର୍ଚ୍ଚନା। ଇଡ଼ି ମାମଲାରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନାଁ ରହିଛି। ଆସନ୍ତା ୯ ତାରିଖରେ ଜଗବନ୍ଧୁଙ୍କ ଜାମିନ ନେଇ ଶୁଣାଣି ହେବାକୁ ଥିବା ବେଳେ ପରବର୍ତ୍ତୀ ୧୬ ତାରିଖରେ ଏହି ମାମଲାର ଶୁଣାଣି ହେବାର ତାରିଖ ଧାର୍ଯ୍ୟ ହୋଇଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30