Indus Valley Times

ଅଳ୍ପକେ ବର୍ତ୍ତିଗଲା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍

 Breaking News

ଅଳ୍ପକେ ବର୍ତ୍ତିଗଲା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍

ଅଳ୍ପକେ ବର୍ତ୍ତିଗଲା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍
June 07
13:17 2023

ଝାଡ଼ଖଣ୍ଡ,୭/୬: ଝାଡ଼ଖଣ୍ଡର ବୋକାରୋ ଜିଲ୍ଲା ଅନ୍ତର୍ଗତ ଗୋଟାଏ ରେଳ କ୍ରସିଙ୍ଗ୍ରେ ଟ୍ରାକ୍ଟର୍ଟିଏ ଫସି ଯାଇଥିବା ଦେଖି ମଙ୍ଗଳବାର ଅପରାହ୍ଣରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍ର ଡ୍ରାଇଭର୍ ଜରୁରୀକାଳୀନ ବ୍ରେକ୍ ମାରିବାରୁ ଏକ ନିଶ୍ଚିତ ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରିଥିବା କଥା ଆଜି ଦକ୍ଷିଣପୂର୍ବ ରେଳବାଇ କହିଛି।
ସଂଗୃହୀତ ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ଣ ୪.୪୫ରେ ବୋକାରୋ ଜିଲ୍ଲା ଅନ୍ତର୍ଗତ ଭୋଜୁଡିହ ରେଳ ଷ୍ଟେସନ୍ ଅନ୍ତର୍ଗତ ସାନ୍ତଳଡିହ ରେଲ୍ୱେ କ୍ରସିଙ୍ଗ୍ରେ ଉକ୍ତ ଘଟଣାଟି ଘଟିଛି। ଟ୍ରଲି ଲାଗିଥିବା ଟ୍ରାକ୍ଟର୍ଟି ରେଲ୍ୱେ କ୍ରସିଙ୍ଗ୍ର ଦୁଇଟିଯାକ ଫାଟକରେ ଫସିଯାଇଥିଲା। ରେଲ୍ ଟ୍ରାକ୍ ଉପରକୁ ଟ୍ରାକ୍ଟର୍ ନେଇ ଯିବା ପରେ କ୍ରସିଙ୍ଗ୍ର ଆରପଟ ଗେଟ୍ ବନ୍ଦ ଥିବା ଦେଖି ଡ୍ରାଇଭର୍ ଦେଖିଲେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଟ୍ରାକ୍ଟରକୁ ଦେଖି ଠିକଣା ସମୟରେ ଟ୍ରେନ୍ ଡ୍ରାଇଭର୍ ଜରୁରୀକାଳୀନ ବ୍ରେକ୍ ମାରିବାରୁ ଟ୍ରେନ୍ ଅଟକି ଗଲା।
ଘଟଣା ପରେ ପରେ ଉକ୍ତ କ୍ରସିଙ୍ଗ୍ର ଗେଟ୍ମ୍ୟାନ୍ଙ୍କୁ ତୁରନ୍ତ ନିଲମ୍ବନ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଆଦ୍ରା ରେଳବାଇ ଷ୍ଟେସନ୍ର ବରିଷ୍ଠ ଡିଭିଜିନାଲ୍ କମର୍ସିଆଲ୍ ଅଫିସର୍ ବିକାଶ କୁମାର କହିଛନ୍ତି।
ରେଳବାଇ ଅଧିକାରୀମାନେ ଘଟଣାର ସମାଧାନ କରିବା ପରେ ପ୍ରାୟ ୪୧ ମିନିଟ୍ ବିଳମ୍ବରେ ସେଠାରୁ ଟ୍ରେନ୍ ଛାଡ଼ିଥିଲା।
କୁହାଉଛି, ଟ୍ରେନ୍ ଆସିବା ବିଷୟରେ ସୂଚନା ପାଇବା ପରେ ଗେଟ୍ମ୍ୟାନ୍ ତୁରନ୍ତ ପକାଇ ପାରି ନ ଥିଲେ। ଗେଟ୍ ପଡ଼ିବା ଭିତରେ ଟ୍ରାକ୍ଟର୍ ଡ୍ରାଇଭର୍ ମଧ୍ୟ କ୍ରସିଙ୍ଗ୍ ପାର ହେବା ଉପରେ ଧ୍ୟାନ ଦେଇ ଟ୍ରାକ୍ ଉପରକୁ ଗାଡ଼ି ଚଳାଇ ଆଣିଥିଲେ।
ଟ୍ରାକ୍ଟର୍ଟିକୁ ଜବତ କରାଯାଇ ସ୍ଥାନୀୟ ଥାନାରେ ‘ଏଫ୍ଆଇଆର୍’ ରେଜିଷ୍ଟ୍ରି କରାଯାଇଥିବା କଥା କୁମାର କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31