Indus Valley Times

ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ

 Breaking News

ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ

ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ
March 01
11:36 2025

ଭୁବନେଶ୍ୱର, ୧/୩: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ମୋଟ ୨୬ଜଣ ଆଇପିଏସ୍‌ଙ୍କର ବଦଳି ସହିତ ପଦବୀରେ ପରିବର୍ତ୍ତନ କରାଯାଇଛି । ଦୈତନଗରୀ କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ବଦଳି କରିଛନ୍ତି ସରକାର ।
ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ସ୍ଥାନରେ ଆସିଛନ୍ତି କଟକ ଡିସିପି ଜଗମୋହନ ମୀନା । ସେହିପରି କଟକର ନୂଆ ଡିସିପି ହୋଇଛନ୍ତି ଆଇପିଏସ୍ ଋଷିକେଶ ଦ୍ୟାନଦେଓ । ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ବିଜ୍ଞପ୍ତି ପ୍ରକାଶ ପାଇଛି ।
୧୯୮୯ ବ୍ୟାଚ୍ ଆଇପିଏସ୍ ତଥା ଡାଇରେକ୍ଟର ପ୍ରିଣ୍ଟିଂ ସିଦ୍ଧାର୍ଥ ଏସ୍ ନରବଣେଙ୍କୁ ଓଡ଼ିଶା ମାନବିକ ଅଧିକାର ସୁରକ୍ଷା ସେଲ୍‌ର ସ୍ଵତନ୍ତ୍ର ଡିଜି ଭାବେ ନୂତନ ଦାୟିତ୍ୱ ମିଳିଛି । ୧୯୯୭ ବ୍ୟାଚ୍ ଆଇପିଏସ୍ ତଥା ଓଏସ୍‌ଆର୍‌ଟିସି ସିଏମ୍‌ଡି ଦୀପ୍ତେଶ ପଟ୍ଟନାୟକଙ୍କୁ ନରବଣେଙ୍କ ସ୍ଥାନରେ ଡାଇରେକ୍ଟର ପ୍ରିଣ୍ଟିଂ ଭାବେ ନିଯୁକ୍ତି ଦିଆଯାଇଛି ।
୨୦୦୦ ବ୍ୟାଚ୍ ଆଇପିଏସ୍ ତଥା ଏଡିଜିପି ପ୍ରୋଭିଜନିଂ ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ଏଚ୍‌ଆରପିସିଭାବେ ବଦଳି କରାଯାଇଛି । ସେହିପରି ୨୦୦୨ ବ୍ୟାଚ୍ ଆଇପିଏସ୍ ତଥା ଆଇଜି ପର୍ସୋନେଲ୍ ପ୍ରବୀଣ କୁମାରଙ୍କୁ କେନ୍ଦ୍ରାଞ୍ଚଳ ରେଞ୍ଜକୁ ବଦଳି କରାଯାଇଛି ।
୨୦୦୨ ବ୍ୟାଚ୍ ଆଇପିଏସ୍ ତଥା ଅବକାରୀ କମିସନର ନରସିଂହ ଭୋଳଙ୍କୁ ଭୁବନେଶ୍ଵର-କଟକ ପୁଲିସ କମିଶନରେଟ୍‌ର ଅତିରିକ୍ତ ପୁଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଛି । ତେବେ ତାଙ୍କ ସ୍ଥାନରେ ଅବକାରୀ କମିଶନର ଭାବେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ । ୨୦୦୪ ବ୍ୟାଚ୍ ଆଇପିଏସ୍ ତଥା ଅଗ୍ନିଶମ ଆଇଜି ଡା.ଦୀପକ କୁମାରଙ୍କୁ ଆଇଜି ଅପରେସନ୍ ଭାବେ ନିଯୁକ୍ତି ମିଳିଥିବାବେଳେ ଉକ୍ତ ପଦବୀରେ ଥିବା୨୦୦୫ ବ୍ୟାଚ୍ ଆଇପିଏସ୍ ଜୟନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ଆଇଜି ଭାବେ ନିଯୁକ୍ତି ଦିଆଯାଇଛି ।
ଅନ୍ୟପକ୍ଷରେ ୨୦୦୭ ବ୍ୟାଚ୍ ଆଇପିଏସ୍ ତଥା ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଡାକ୍ତର ସାର୍ଥକ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରା଼ଞ୍ଚକୁ ବଦଳି କରାଯାଇଛି । ୨୦୦୭ ବ୍ୟାଚ୍ ଆଇପିଏସ୍ ତଥା ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ, କୋରାପୁଟ ଆଇଜି ନିତି ଶେଖର ନୂତନ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି ।
୨୦୦୮ ବ୍ୟାଚ୍ ଆଇପିଏସ୍ ତଥା ଅତିରିକ୍ତ ପୋଲିସ କମିଶନର ଡାକ୍ତର ଉମାଶଙ୍କର ଦାଶଙ୍କୁ ଅଗ୍ନିଶମ ଡିଆଇଜି ଏବଂ ୨୦୦୯ ବ୍ୟାଚ୍ ଆଇପିଏସ୍ ତଥା ଡିଆଇଜି ଅପରେସନ୍ ଅଖିଳେଶ୍ୱର ସିଂହଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ କୋରାପୁଟକୁ ବଦଳି କରାଯାଇଛି । ୨୦୦୯ ଆଇପିଏସ୍ ତଥା କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନାଙ୍କୁ ଡିଆଇଜି ପ୍ରୋଭିଜନିଂ ଭାବେ ବଦଳି କରାଯାଇଛି ।
ଅନ୍ୟପକ୍ଷରେ ମାତ୍ର ପାଞ୍ଚ ମାସ ତଳେ ଭୁବନେଶ୍ୱର ଡିସିପିଭାବେ ନିଯୁକ୍ତି ପାଇଥିବା ୨୦୧୧ ବ୍ୟାଚ୍ ଆଇପିଏସ୍ ପିନାକ ମିଶ୍ରଙ୍କୁ ଡିଆଇଜି ଏସ୍‌ଟିଏଫ୍‌ଭାବେ ବଦଳି କରାଯାଇଛି । ୨୦୦୧ ବ୍ୟାଚ୍ ଆଇପିଏସ୍ ତଥା ପୁଲିସ ମୁଖ୍ୟାଳୟ ଡିଆଇଜି ଯୁଗଳ କିଶୋର କୁମାର ବାନୋଥଙ୍କୁ ଡିଆଇଜି ପର୍ସୋନେଲ ଭାବେ ନିଯୁକ୍ତି ମିଳିଛି । ୨୦୧୧ ବ୍ୟାଚ୍ ଆଇପିଏସ୍ ତଥା ପୋଲିସ ମୁଖ୍ୟାଳୟରେ ଥିବା ଡିଆଇଜି ବି ଗଙ୍ଗାଧରଙ୍କୁ ଡିଆଇଜି କ୍ରାଇମବ୍ରାଞ୍ଚ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।
ସେହିପରି ୨୦୧୩ ଆଇପିଏସ୍ ତଥା କଟକ ଡିସିପି ଜଗମୋହନ ମୀନାଙ୍କୁ ପିନାକ ମିଶ୍ରଙ୍କ ସ୍ଥାନରେ ଅର୍ଥାତ ଭୁବନେଶ୍ଵରର କମିଶନରେଟ୍ ଡିସିପିଭାବେ ବଦଳି କରାଯାଇଛି । ୨୦୧୪ ଆଇପିଏସ୍ ତଥା ରାଜ୍ୟ ପୁଲିସ ମୁଖ୍ୟାଳୟ ଏଆଇଜି ବିବେକାନନ୍ଦ ଶର୍ମାଙ୍କୁ ରେଳବାଇ ଏସ୍‌ପି ଏବଂ ୨୦୧୬ ବ୍ୟାଚ୍ ଆଇପିଏସ୍ ତଥା ବଲାଙ୍ଗୀର ଏସ୍‌ପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କୁ କଟକ ଡିସିପି ଭାବେ ନିଯୁକ୍ତ କରାଯାଇଛି । ୨୦୧୮ ବ୍ୟାଚ୍ ଆଇପିଏସ୍ ତଥା ବୌଦ୍ଧ ଏସ୍‌ପି ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସ୍‌ପି ହୋଇଥିବାବେଳେ ତାଙ୍କ ସ୍ଥାନରେ ବୌଦ୍ଧର ନୂତନ ଏସପି ହୋଇଛନ୍ତି ୨୦୨୦ ବ୍ୟାଚ୍ ଆଇପିଏସ୍ ତଥା ରେଳବାଇ ଏସ୍‌ପି ରାହୁଲ ଗୋୟଲଙ୍କୁ ଏସ୍‌ପି ବୌଦ୍ଧ ଭାବେ ନିଯୁକ୍ତି ମିଳିଛି ।
୨୦୨୧ ବ୍ୟାଚ୍ ଆଇପିଏସ୍ ତଥା ଜୟପୁର ଏସ୍‌ଡିପିଓ ଅଙ୍କିତ କୁମାର ବର୍ମାଙ୍କୁ ଭୁବନେଶ୍ଵର ଅତିରିକ୍ତ ଡିସିପି, ୨୦୨୧ ବ୍ୟାଚ୍ ଆଇପିଏସ୍ ତଥା ପ୍ରୋବେସନର ଥିବା କାଶ୍ୟପ ପାର୍ଥ ଜଗଦୀଶଙ୍କୁ ଜୟପୁର ଏସ୍‌ଡିପିଓ, ୨୦୨୧ ବ୍ୟାଚ୍ ଆଇପିଏସ୍ ତଥା ନୂଆପଡ଼ା ଏସ୍‌ଡିପିଓ ଅମ୍ରିତପାଲ ସିଂହଙ୍କୁ ଖୋର୍ଦ୍ଧା ଅତିରିକ୍ତ ଏସ୍‌ପି, ୨୦୨୧ ଆଇପିଏସ୍ ତଥା ପଦ୍ମପୁର ଏସ୍‌ଡିପିଓ ଅମ୍ରିତପାଲ କୌରଙ୍କୁ ଭୁବନେଶ୍ଵର ଅତିରିକ୍ତ ଡିସିପି ଏବଂ ୨୦୨୨ ବ୍ୟାଚ୍ ଆଇପିଏସ୍ ତଥା ବଣାଇ ଏସ୍‌ଡିପିଓ ସୋନାଲୀ ସିଂହ ପରମାର୍‌ଙ୍କୁ ଭୁବନେଶ୍ଵର ଏସିପି ଭାବେ ବଦଳି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031