Indus Valley Times

ଆକ୍ସନ ମୋଡ଼ରେ ନୂଆ ସରକାର, ବସରେ ବୁଲି ସ୍ଥିତି ପରଖିଲେ ମନ୍ତ୍ରୀ

 Breaking News

ଆକ୍ସନ ମୋଡ଼ରେ ନୂଆ ସରକାର, ବସରେ ବୁଲି ସ୍ଥିତି ପରଖିଲେ ମନ୍ତ୍ରୀ

ଆକ୍ସନ ମୋଡ଼ରେ ନୂଆ ସରକାର, ବସରେ ବୁଲି ସ୍ଥିତି ପରଖିଲେ ମନ୍ତ୍ରୀ
July 03
11:39 2024

ଭୁବନେଶ୍ବର, ୩/୭: ‘ମୋ ବସ୍’ରେ ଯାତ୍ରା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ସେ ମାଷ୍ଟର କ୍ୟାଣ୍ଟିନରୁ ଗାଡ଼କଣା ଯାଏ‘ମୋ ବସ୍’ରେ କରିଛନ୍ତି ଯାତ୍ରା। ତାଙ୍କ ସହ ସଚିବ ଅରୁଣ ବୋଥ୍ରା ।
ଏହି ଯାତ୍ରା ସମୟରେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ନିଜେ ଟିକେଟ କାଟିଛନ୍ତି। ଏଥିସହ ସେ ଲୋକଙ୍କ ସହ ସୁବିଧା ଅସୁବିଧା ବି ବୁଝିଛନ୍ତି। ଉକ୍ତ ବସ୍ ରେ ଭିଡ଼ଥିବା ଦେଖିବାକୁ ମିଳିଛି। ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଏଭଳି ବସ୍ ଯାତ୍ରାକୁ ନେଇ ଯାତ୍ରୀମାନେ ପ୍ରଶଂସା କରିଛନ୍ତି।
ଏଣେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଯାତ୍ରୀଙ୍କ ଫିଡବ୍ୟାକ୍ ପାଇବା ପରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି। ତେଣେ ଅରୁଣ ବୋଥ୍ରା କହିଛନ୍ତି, ମୋ କ୍ୟାରିଅରରେ ପ୍ରଥମ ଥର ଜଣେ କ୍ୟାବିନେଟ୍ ମନ୍ତ୍ରୀ ବସ୍ ରେ ଯାତ୍ରା କରୁଥିବା ଦେଖୁଛି। ଏହାଦ୍ବାରା ଆମକୁ ଅଧିକ ଉତ୍ସାହ ମିଳୁଛି। ଖୁବ୍ ଶୀଘ୍ର ୪୦୦ ପ୍ରଧାନମନ୍ତ୍ରୀଙ୍କ ଇ-ବସ୍ ଚାଲିବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031