Indus Valley Times

ଆଜି ହେଉଛି ଶିଶୁ ଦିବସ: ପଣ୍ଡିତ ଜବାହାର ଲାଲ୍ ନେହେରୁଙ୍କ ଜନ୍ମତିଥୀ

 Breaking News

ଆଜି ହେଉଛି ଶିଶୁ ଦିବସ: ପଣ୍ଡିତ ଜବାହାର ଲାଲ୍ ନେହେରୁଙ୍କ ଜନ୍ମତିଥୀ

ଆଜି ହେଉଛି ଶିଶୁ ଦିବସ: ପଣ୍ଡିତ ଜବାହାର ଲାଲ୍ ନେହେରୁଙ୍କ ଜନ୍ମତିଥୀ
November 14
10:17 2022

ଭୁବନେଶ୍ୱର,୧୪/୧୧: ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। କାରଣ ଶିଶୁମାନଙ୍କୁ ଭଲ ପାଉଥିବା ଚାଚା ନେହେରୁଙ୍କ ଏହା ହେଉଛି ଜନ୍ମଦିନ ।
ସୂଚନା ଥାଉକି, ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଚାଚା ନେହେରୁ । ପୁରା ନାମ ପଣ୍ଡିତ ଜବାହାରଲାଲ ନେହେରୁ । ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ନେହେରୁଙ୍କ ଜନ୍ମ ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ (ଆଲ୍ଲାବାଦ)ରେ ହୋଇଥିଲା ।
ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ ।ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ ।
ଦେଶର କୋଣଅନୁକୋଣରେ ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ଏହି ମହାନ ଦିବସ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031