Indus Valley Times

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା: ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

 Breaking News

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା: ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା: ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
June 11
16:08 2022

ଭୁବନେଶ୍ୱର, ୧୧/୬: ଖୁବ୍‌ଶୀଘ୍ର ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି। ରଜରେ ଭିଜିବ ସାରା ଓଡ଼ିଶା। ୪ରୁ ୫ ଦିନ ଭିତରେ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୪ରୁ ୫ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଏଥିପାଇଁ ପାଗ ଅନୁକୂଳ ରହିଛି।
ଗତ କିଛି ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳିଗୁଳିରେ ରାଜ୍ୟବାସୀ ଛଟପଟ ହେଉଥିଲେ। ମାତ୍ର ଗତକାଲିଠାରୁ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ ଆଜି ବି ପାଗ କାଉଁଳିଆ ରହିଛି।
ସୂଚନାଯୋଗ୍ୟ, ୧୩ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବାର ସମ୍ଭାବନା ନାହିଁ ବୋଲି ଦୁଇ ଦିନ ପୂର୍ବରୁ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଥିଲେ।
ସେ କହିଥିଲେ, ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁଲାଣି। ଦକ୍ଷିଣ ଭାରତରେ ବି ମୌସୁମୀର ଅଗ୍ରଗତି ଉତ୍ସାହଜନକ ରହିଛି। ଦକ୍ଷିଣ ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳରେ ୫ ଦିନ ଭିତରେ ମୌସୁମୀ ଛୁଇଁବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031