Indus Valley Times

ଆଡପ ମଣ୍ଡପରେ କାଳୀୟଦଳନ ବେଶରେ ଦର୍ଶନ ଦେଲେ ପ୍ରଭୁ

 Breaking News

ଆଡପ ମଣ୍ଡପରେ କାଳୀୟଦଳନ ବେଶରେ ଦର୍ଶନ ଦେଲେ ପ୍ରଭୁ

ଆଡପ ମଣ୍ଡପରେ କାଳୀୟଦଳନ ବେଶରେ ଦର୍ଶନ ଦେଲେ ପ୍ରଭୁ
June 27
12:45 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୬ : ବୌଦ୍ଧ ମାଉସୀ ମା ମନ୍ଦିରରେ କାଳୀୟଦଳନ ବେଶରେ ଆଜି ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ । ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ କାଳୀୟ ସର୍ପ କବଳରୁ ଗୋମାତାକୁ ଉଦ୍ଧାର କରିବାସହ କାଳୀ ନାଗର ଦର୍ପ ଗୁଞ୍ଜନ କରିବା ସମୟର ଦୃଶ୍ୟ ପ୍ରଭୁ ଜଗନ୍ନାଥ ବେଶରେ ପ୍ରଦର୍ଶନ କରିଥିବାବେଳେ ବଡ ଠାକୁର ବଳରାମ ଦୋଳି ଖେଳିବା ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା । ଠାକୁରଙ୍କର ମୁଖ୍ୟ ବେଶକାରୀ ବାନାମ୍ବର ମହାପାତ୍ର ଓ ସହ ବେଶକାରୀ କାହ୍ନୁ ଚରଣ ମିଶ୍ର, ଆଶୁତୋଷ ଦାଶ, ସୁଧିର ମହାପାତ୍ର, ଅଭିଷେକ ବିଶି, ନୀଳମଣୀ ମିଶ୍ର ପ୍ରମୁଖ ଠାକୁରଙ୍କର ପହଡ ଭାଙ୍ଗିଲାପରେ ବେଶକରି ସଜେଇ ଦେଇଥିଲେ । ପ୍ରଭୁଙ୍କୁ ଏହି ବେଶରେ ଦର୍ଶନ କରିବା ପାଇଁ ମାଉସୀ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିରହିଥିଲା ।
ଦେବଗଡ଼ ମନ୍ଦିର ଚଟାଣ ଉପରେ ବସି ଲୋକଙ୍କ ସମସ୍ୟା ଶୁଣି ସାଙ୍ଗେ ସାଙ୍ଗେ ତାର ସମାଧାନ ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଲେ ଜ଼ିଲ୍ଲାପାଳ
ବୌଦ୍ଧ,୨୭/୬: ଦେବଗଡ଼ ମନ୍ଦିର ପିଣ୍ଡି ଉପରେ ଚଟାଣ ଉପରେ ବସି ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଲୋକଙ୍କ ସମସ୍ୟା ଶୁଣି ସାଙ୍ଗେ ସାଙ୍ଗେ ତାର ସମାଧାନ ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।
ତତକାଳ ଅବିବାହିତ ଝିଅ, ବୃଦ୍ଧ, ବୃଦ୍ଧା ଙ୍କ ପାଇଁ ଭତ୍ତକ୍ଷ, ଗାଁ ରେ ପିଇବା ପାଣି ର କଂନେକ୍ସନ ଦେବା, ମହାଦେବ ମନ୍ଦିର ପରିସରରେ ଅସଂପୂର୍ଣ୍ଣ ପାଚେରୀ କାମ କୁ ସମ୍ପୂର୍ଣ୍ଣ କରିବା, ଗାଁ ରାସ୍ତା ରେ ମେଟାଲିଙ୍ଗ କରି ସି ସି ରୋଡ଼ କଂକ୍ରିଟ କରିବା, ମନ୍ଦିର ପରିସରରେ ଲାଇଟ ଲଗାଇ ଆଲୋକିତ କରିବା ପାଇଁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏଥିସହିତ ଜ଼ିଲ୍ଲାପାଳ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଭତ୍ତା, ରାସନ ସାମଗ୍ରୀ ମିଳୁଛି କି ନାହିଁ ପଚାରି ବୁଝି ତତ୍କାଳ ସମାଧାନ କରୁଥିଲେ ।
ଗାଁ ରେ ଆଶା, ଅଙ୍ଗନବାଡି ଠିକ ଭାବେ କାର୍ଯ୍ୟ କରୁଛନ୍ତି କି ନାହିଁ ଏବଂ ଏଥିସହିତ ଛୁଆ ମାନଙ୍କୁ ଅଣ୍ଡା, ଛତୁଆ, ସାର୍ଟ, ପ୍ୟାଣ୍ଟ, ଜୋତା ଆଦି ମିଳୁଛି କି ନାହିଁ ପଚାରି ବୁଝିଥିଲେ । ଗାଁ ରାସ୍ତା କାମ ରେ ଆଗରୁ ମେଟାଲିଙ୍ଗ କରିନଥିବାରୁ ଜ଼ିଲ୍ଲାପାଳ ବିରକ୍ତି ପ୍ରକାଶ କଲେ କ୍ଷ ଅଙ୍ଗନବାଡି କେନ୍ଦ୍ର ବିଷୟରେ ମଧ୍ୟ ଲୋକଙ୍କୁ ପଚାରି ବୁଝି ଥିଲେ ।
ଜ଼ିଲ୍ଲାପାଳ ୩ ଜଣ ଅବିବାହିତ ଝିଅ ଙ୍କ ଭତ୍ତା କରିବା ସହ ୩ ଜଣଙ୍କୁ ରେଡ଼କ୍ରସ ପକ୍ଷ ରୁ ୫୦୦୦/- ପାଞ୍ଚ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ମଂଜୁର କରିଥିଲେ ।
ପରେ ପରେ ଗାଁ ମଧ୍ୟରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦେବଗଡ଼ (ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ) ଯାଏଁ ଥିବା ସ୍କୁଲ ପରିସର ବୁଲି ଦେଖିଥିଲେ । ବିଦ୍ୟାଳୟ ର କୋଠରୀ ରେ ପିଲାଙ୍କ ପାଇଁ ଯାଗା କମ ଥିବାରୁ ଆସନ୍ତାକାଲି ଠାରୁ ବିଦ୍ୟାଳୟ ର କାମ ଆରମ୍ଭ ପାଇଁ ନିର୍ଦେଶ ଦେଇଥିଲେ ।
ସେଠାରୁ ଫେରିବା ରାସ୍ତା ରେ ଗ୍ରାମ ଲୋକଙ୍କ ଅଭିଯୋଗ ଶୁଣିଥିଲେ କ୍ଷ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ୩ ଜଣ ଆର୍ଥିକ ସହାୟତା ପାଇଥିବାରୁ ଜ଼ିଲ୍ଲାପାଳ ଙ୍କ ନିକଟରେ ଖୁସି ବ୍ୟକ୍ତ କରିଥିଲେ । ଗାଁ ର ସ୍ତ୍ରୀ ଲୋକ ମାନେ ମଧ୍ୟ ନିଜ ସମସ୍ୟା ଜ଼ିଲ୍ଲାପାଳ ଙ୍କ ନିକଟରେ ଜଣାଇଥିଲେ ଓ ଜ଼ିଲ୍ଲାପାଳ ସେମାନଙ୍କ ସମସ୍ୟା ଧର‌୍ୟ୍ୟ ର ସହ ଶୁଣି ସମାଧାନ କରିବାକୁ ଆଗେଇ ଆସିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031