Indus Valley Times

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ଯୁବ ଦିବସ ପାଳିତ

 Breaking News

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ଯୁବ ଦିବସ ପାଳିତ

January 12
20:13 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୨/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ବିବେକାନନ୍ଦ ଙ୍କ ଜୟନ୍ତୀ ଅବସରରେ ବିଶ୍ୱ ଯୁବ ଦିବସ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ସୁଶାନ୍ତ ମୁଣ୍ଡ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ଅଧ୍ୟାପକ ଦଣ୍ଡପାଣି ଭୂୟାଁ, ଯୋଜନା ଅଧିକାରୀ ଅଧ୍ୟାପକ ଦୁଷ୍ମନ୍ତ କୁମାର ଶବର, ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ଯୁବକ ମାନେ ଆମ ଦେଶର ଭବିଷ୍ୟତ ସେମାନେ ସ୍ଵାମୀ ବିବେକାନନ୍ଦଙ୍କ ବାଣୀରେ ନିଜକୁ ଉଦ୍ ବୁଦ୍ଧ କରିବାକୁ ଆହ୍ବାନ ଦେବା ସହ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇ ସମସ୍ତେ ଆଦର୍ଶ ଜୀବନର ମହତ୍ତ୍ଵ ବଖାଣି ଥିଲେ। ଏଥିରେ +୨ ଓ +୩ ଶ୍ରେଣୀର ସ୍ଵେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଥିଲେ।
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ : ୫ ମାସର ଗର୍ଭବତୀ ଥିବା ଜଣାପଡିଛି
ବାଲିଗୁଡା, ୧୨/୧: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଛାତ୍ରୀ ଜଣକ ଏବେ ୫ ମାସର ଗର୍ଭବତୀ ବୋଲି ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ପୋକ୍ସୋ ଆଇନରେ ମାମଲା ନଂ.୮/୨୪ ରେ ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଛାତ୍ରୀ ଜଣଙ୍କୁ ତାଙ୍କ ସହପାଠୀ ବଳାତ୍କାର କରିଥିବା ଓ ଏନେଇ କାହାରିକୁ ନ କହିବା ପାଇଁ ବିଭିନ୍ନ ପ୍ରକାର ଧମକ ଚମକ ମଧ୍ୟ ଦେଇଥିଲେ।
ଫଳରେ ଛାତ୍ରୀ ଜଣକ ଘରେ କିମ୍ବା ଅନ୍ୟ ସହପାଠୀଙ୍କୁ କହିବାକୁ ଭୟ କରିଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ପରିବାର ଲୋକ ସ୍ବାସ୍ଥ୍ୟକେନ୍ଦ୍ର ଆଣି ଚିକିତ୍ସା କରିବାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା ବୋଲି ପୋଲିସ କହିଛି। ଅଧିକ ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି କହିଛି।
ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ସିଡିପିଓ ଅଞ୍ଜଳି ମହାପାତ୍ର କହିଛନ୍ତି, ପରିବାର ଓ ସେ ମିଶି ଦାରିଙ୍ଗବାଡ଼ି ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇଛନ୍ତି। ସେ ମଧ୍ୟ ଘଟଣା ସମ୍ପର୍କରେ ଜିଲା ପ୍ରଶାସନକୁ ଜଣାଇବା ସହ ନିଜେ ମଧ୍ୟ ଘଟଣାର ତଦନ୍ତ କରୁଥିବା ବିଷୟ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30