Indus Valley Times

ଆମ ସଂକଳ୍ପ ନିଶା ନୁହେଁ, ଜୀବନ ; ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

 Breaking News

ଆମ ସଂକଳ୍ପ ନିଶା ନୁହେଁ, ଜୀବନ ; ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଆମ ସଂକଳ୍ପ ନିଶା ନୁହେଁ, ଜୀବନ ; ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
June 03
09:20 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୩/୬: ସୋମବାର ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମାଦକ ତଥା ନିଶା ଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହିତ ଅପମିଶ୍ରିତ, ବିଶାକ୍ତ ଏବଂ ଚୋରା ମଦ କାରବାର ସଂପୂର୍ଣ୍ଣ ରୋକିବା ଲାଗି ବଳିଷ୍ଠ ପଦକ୍ଷେପ ପ୍ରକାରନ୍ତେ ଜିଲ୍ଲାବ୍ୟାପୀ ତୃଣମୂଳ ସ୍ତରରୁ, ସହରାଞ୍ଚଳ ସମସ୍ତ ସ୍ଥାନରେ ମଇ ୩୧ ରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ଏକତ୍ରିତ ମାଧ୍ୟମରେ ସଚେତନତା କାର୍ଯ୍ୟ ଅନୁଷ୍ଠିତ ହେବ ।
ଉକ୍ତ କାର୍ଯ୍ୟକ୍ରମର ରାଜ୍ୟବ୍ୟାପୀ ବ୍ୟାପକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମଇ ୩୧ ତାରିଖ ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ଦିନ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କ ସହ ଅଭାଷି ବୈଠକ ମାଧ୍ୟମରେ ଉଦ୍ଘାଟନ କରିଥିଲେ ।
ଖୋର୍ଦ୍ଧା ଜିଲ୍ଲାର କୋଣ ଅନୁକୋଣରେ, ବିଭିନ୍ନ ଲୋକାଞ୍ଚଳ ସ୍ଥାନ, ଯଥା ବ୍ଲକ୍ ମୁଖ୍ୟାଳୟ, ପଂଚାୟତ ମୁଖ୍ୟାଳୟ, ଗ୍ରାମରେ ଥିବା ଲୋକାତ୍ରିତ ସ୍ଥାନ ଗୁଡିକରେ ପାରମ୍ପରିକ ନୃତ୍ୟଗୀତ ମାଧ୍ୟମରେ ଜିଲ୍ଲା କଳାକାର ସଂଘ ଓ ବ୍ଲକ୍ କଳାକାର ସଂଘ ଦ୍ୱାରା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ପରିଚାଳନାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ମଧ୍ୟ ପ୍ରଚାର ପ୍ରସାର କାର୍ଯ୍ୟ ଅନୁଷ୍ଠିତ ହେବାକୁ ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଶାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା, ଭୁବନେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ଦେବାଶିଷ ପଟେଲ, ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀ ଯୋଗଦେଇ ଜିଲ୍ଲାରେ ଉକ୍ତ ଅଭିଯାନକୁ ତ୍ବରାନ୍ବିତ କରିବାକୁ ବିଭିନ୍ନ ପ୍ରସ୍ତାବ ଏବଂ କାର‌୍ୟ୍ୟକ୍ରମ ସଂଗଠିତ ଉପରେ ପ୍ରସ୍ତାବ ରଖିଥିଲେ ।
ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଜିଲ୍ଲାର ସମସ୍ତ ବ୍ଲକରେ ସଚେତନତା ରଥ ପରିଭ୍ରମଣ କରି ଗାଁ ଗାଁ ରେ ସଚେତନତା ବାର୍ତ୍ତା ପହଞ୍ଚାଇବ ।
ଜିଲ୍ଲାରେ ଛାତ୍ରଛାତ୍ରୀ ଏବଂ ଯୁବପିଢି ମାନଙ୍କୁ ଅଭିଯାନରେ ସାମିଲ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମାନେ ଉକ୍ତ ଅଭିଯାନ ଜିଲ୍ଲାରେ ସଫଳ ହେବା ଓ ଶତ ପ୍ରତିଶତ ଜନସାଧାରଣଙ୍କୁ ସଚେତନତା ଦିଗରେ ନିଜ ନିଜ ବିଭାଗୀୟ ସମ୍ପୁର୍ଣ୍ଣ ସହଯୋଗ ଅବକାରୀ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅପମିଶ୍ରିତ, ବିଷାକ୍ତ ଏବଂ ବେଆଇନ ମଦ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଧାରା ୨୫,୫୨,୫୫,୫୯(କ),୫୯(ଖ),୫୯(ଗ) ଓ ଧାରା ୫୯(ଘ) ତଥା ନାର୍କୋଟିକ ଡ୍ରଗସ ଆଣ୍ଡ ସାଇକୋଟ୍ରପିକ ସବଷ୍ଟାନ୍ସେସ ଆଇନର ବ୍ୟାପକ ପ୍ରଚାର ପ୍ରସାର ଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ \”ସଚେତନ ରୁହନ୍ତୁ, ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ\”ବାର୍ତ୍ତା ପ୍ରଚାର କରାଯିବାକୁ ଜିଲ୍ଲାପାଳ ଜିଲ୍ଲା ଅବକାରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ବିକଶିତ ଓଡ଼ିଶା ଗଠନରେ ସମସ୍ତେ ନିଶା ନୁହେଁ, ଜୀବନକୁ ବାଛିବା \”ସନ୍ଦେଶ ସ୍ଲୋଗାନରେ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବ୍ରତିରେ ନିଶାମୁକ୍ତ ସମାଜ ଗଠନରେ ଶପଥ ନେବାକୁ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଆହ୍ଵାନ ଦେଇଛନ୍ତି ।
ଆଜିର ବୈଠକରେ ମିଶନ ଶକ୍ତି ସଂପୃକ୍ତି, ବ୍ଲକ୍ ସ୍ତରୀୟ କର୍ମଶାଳା,ଯୋଗ ଦିବସ ସଚେତନତା ଅଭିଯାନ, ଜନପ୍ରତିନିଧି ମାନଙ୍କୁ ସାମିଲ କରିବା , ଜିଲ୍ଲା ପୋଲିସ ଓ ପରିବହନ, ସ୍ଵାସ୍ଥ୍ୟ ବିଭାଗ ଆଦିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳ ଶ୍ରୀ ରାଣା ସଚେତନତା ଅଭିଯାନକୁ ସଫଳତା ପାଇଁ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ ହିଆଳ, ଡି ପି ସି ମିଶନ ଶକ୍ତିଙ୍କ ସମେତ ସଂପୃକ୍ତ ବିଭାଗୀୟ କାର୍ଯ୍ୟାନ୍ଵୟନ ଅଧିକାରୀ ମାନେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031