Indus Valley Times

ଆସିଲା ଇ- ରେଜିଷ୍ଟ୍ରେସନ ଆପ୍, ଗୋଟିଏ ମୋବାଇଲ୍ ଆପ୍‌ରେ ମିଳିବ ସମସ୍ତ ରାଜସ୍ୱ ସେବା

 Breaking News

ଆସିଲା ଇ- ରେଜିଷ୍ଟ୍ରେସନ ଆପ୍, ଗୋଟିଏ ମୋବାଇଲ୍ ଆପ୍‌ରେ ମିଳିବ ସମସ୍ତ ରାଜସ୍ୱ ସେବା

ଆସିଲା ଇ- ରେଜିଷ୍ଟ୍ରେସନ ଆପ୍, ଗୋଟିଏ ମୋବାଇଲ୍ ଆପ୍‌ରେ ମିଳିବ ସମସ୍ତ ରାଜସ୍ୱ ସେବା
June 25
17:59 2025

ଭୁବନେଶ୍ବର, ୨୫/୬ : ରାଜସ୍ବ ସେବା ପାଇଁ ଉଦ୍ଦିଷ୍ଟ ଇ -ରେଜିଷ୍ଟେସନ ଆପ୍‌ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଣିକି ଗୋଟିଏ ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା। ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା ଆପ୍ ଦ୍ଵାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ବିଭିନ୍ନ ସମସ୍ୟାର ସମାଧାନ କରିହେବ ବୋଲି ଜଣାଯାଇଛି। ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି।
ଏହି ଆପରେ ବିଭିନ୍ନ ପ୍ରକାର ସେବା ପାଇଁ ଆବେଦନ ହୋଇପାରିବ। ବିଭିନ୍ନ ଜାଗଜପତ୍ର ଆଦି ଅନ୍‌ଲାଇନ୍‌ରେ ଡାଉନ୍‌ଲୋଡ୍ କରିହେବ।ମୋବାଇଲ୍ ଆପ୍’ରେ ଥି ବା ସୁବିଧା ରହିଛି।
ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍କଟ୍ ବୁକିଙ୍ଗ୍ ଓ ବ୍ଳକ୍ ହୋଇଥିବା ସ୍କୁଟ୍‌ର ସ୍ଥିତି ଜାଣିବା, ଏନ୍‌କ୍ୟୁମ୍‌ବ୍ରାନ୍ସ ସାର୍ଟିଫିକେଟ ପାଇଁ ଆବେଦନ, ପ୍ରମାଣୀକୃତ ନକଲ ପାଇଁ ଆବେଦନ, ନିଜର ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ଜାଣିବା, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା, ପରିଦର୍ଶକ ମୂଳକ ପଞ୍ଜୀକରଣ ନିମନ୍ତେ ଆବେଦନ ସେବା ସମ୍ବନ୍ଧିତ ମତାମତ ପ୍ରଦାନ ଆଦି ବ୍ୟବସ୍ଥା ରହିଛି।
ଏହି ଆପରେ ବିଭିନ୍ନ ପ୍ରକାର ସେବା ପାଇଁ ଆବେଦନ ହୋଇପାରିବ। ବିଭିନ୍ନ ଜାଗଜପତ୍ର ଆଦି ଅନ୍‌ଲାଇନ୍‌ରେ ଡାଉନ୍‌ଲୋଡ୍ କରିହେବ।ମୋବାଇଲ୍ ଆପ୍’ରେ ଥିେବା ସୁବିଧା ରହିଛି। ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍କଟ୍ ବୁକିଙ୍ଗ୍ ଓ ବ୍ଳକ୍ ହୋଇଥିବା ସ୍କୁଟ୍‌ର ସ୍ଥିତି ଜାଣିବା, ଏନ୍‌କ୍ୟୁମ୍‌ବ୍ରାନ୍ସ ସାର୍ଟିଫିକେଟ ପାଇଁ ଆବେଦନ, ପ୍ରମାଣୀକୃତ ନକଲ ପାଇଁ ଆବେଦନ, ନିଜର ସବ୍‌ରେଜିଷ୍ଟ୍ରାର କାର‌୍ୟ୍ୟାଳୟ ଜାଣିବା, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା, ପରିଦର୍ଶକ ମୂଳକ ପଞ୍ଜୀକରଣ ନିମନ୍ତେ ଆବେଦନ ସେବା ସମ୍ବନ୍ଧିତ ମତାମତ ପ୍ରଦାନ ଆଦି ବ୍ୟବସ୍ଥା ରହିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31