Legatus

ଏଟିଏମ ତାଡ଼ି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା

 Breaking News

ଏଟିଏମ ତାଡ଼ି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା

January 11
11:30 2024

ବାଲେଶ୍ୱର, ୧୧/୧: ଗ୍ୟାସ କଟରରେ ଏକ୍ସିସ ବ୍ୟାଙ୍କ ଏଟିଏମ କାଟି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା। ଗତକାଲି ବିଳମ୍ବିତ ରାତିରେ ଦୁଇଟି ବୁଲେରୋରେର ୬ରୁ ଅଧିକ ଲୁଟେରା ଆସିଥିଲେ। ବାଲେଶ୍ୱର ଜିଲ୍ଲା ସୋର ଥାନା ଓ ଖଇରା ଥାନା ଅଧିନସ୍ଥ ଦୁଇଟି ଏଟିଏମରୁ ବିଳମ୍ବିତ ରାତିରେ ଲୁଟ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସୋର ଥାନା ଅଧିନ ମଙ୍ଗଳପୁର ଠାରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମରୁ ଲୁଟ ହୋଇଥିବା ବେଳେ ଖଇରା ଥାନା ତୁରିଗଡ଼ିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମରୁ ମଧ୍ୟ ଲୁଟ ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏବାବଦରେ ଜାଣିବା ପରେ ପୁଲିସ ଖବର ଦେଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଦିନକୁ ଦିନ ଏହି ଅଂଚଳରେ ଏଟିଏମ ଲୁଟର ମାତ୍ରା ବଢୁଥିବା ବେଳେ ପୁଲିସର କାର‌୍ୟ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ସଠିକ ଭାବେ ପେଟ୍ରୋଲିଂ କରିବା ସହିତ ମଙ୍ଗଳପୁର ଠାରେ ଏକ ଫାଣ୍ଡି ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31