Indus Valley Times

ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ ନୂଆ ଦଳ ଲଞ୍ଚ୍ କରିବେ

 Breaking News

ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ ନୂଆ ଦଳ ଲଞ୍ଚ୍ କରିବେ

ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ ନୂଆ ଦଳ ଲଞ୍ଚ୍ କରିବେ
March 08
20:04 2026

କଟକ, ୮/୩ : ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଗଢ଼ିଲେ ନୂଆ ଦଳ। ନୂଆ ଦଳର ନାଁ ସ୍ପଷ୍ଟ କରିଛନ୍ତି ମୋକିମ୍। ତାଙ୍କ ଦଳର ନାଁ ରହିବ ‘ଓଡ଼ିଶା ଜନତା କଂଗ୍ରେସ’।
ଦଳୀୟ ପତାକାର ଚିତ୍ର ମଧ୍ୟ ଏବେ ସାମ୍ନାକୁ ଆସିଛି। ଦଳର ନାଁ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ ସବୁଜ ସଙ୍କେତ ମିଳିଥିବା ସୂଚନ ଦେଇଛନ୍ତି ମହମ୍ମଦ ମୋକିମ୍।
ତେବେ ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ ନୂଆ ଦଳ ଲଞ୍ଚ୍ କରିବେ। ଏଥିସହ ଏପ୍ରିଲ ପ୍ରଥମ ସପ୍ତାହରେ ଦଳ ଭୁବନେଶ୍ୱରରେ ସମାବେଶ କରିବ। ସହ ଦଳର ଚିହ୍ନ ପରବର୍ତ୍ତୀ ସମୟରେ ସ୍ଥିର ହେବ ବୋଲି କହିଛନ୍ତି ମୋକିମ୍।
ସେ କହିଛନ୍ତି, ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ନୂଆ ଦଳ ଲଞ୍ଚ କରାଯିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ପ୍ରତିନିଧି ଯୋଗଦେବେ।
ପୂର୍ବରୁ ମୋକିମ୍ କହିଥିଲେ ଯେ, ଆଗକୁ ନିର୍ବାଚନ ରହିଥିବା ବେଳେ ଦଳ ଗଠନ ପରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କାମ କରିବୁ। ତେବେ ତାଙ୍କ ନୂଆ ଦଳ ଓଡ଼ିଶା କୈନ୍ଦ୍ରିକ ପାର୍ଟି ହେବ ଏବଂ ଓଡ଼ିଆ ଲୋକଙ୍କ ପାଇଁ କାମ କରିବ ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930