Indus Valley Times

ଓଡ଼ିଆ ଅସ୍ମିତାକୁ ଉପହସିତ କଲେ ହରଭଙ୍ଗା ବ୍ଲକ କର୍ତୃପକ୍ଷ ବିଜେଡିର ପ୍ରତିବାଦ

 Breaking News

ଓଡ଼ିଆ ଅସ୍ମିତାକୁ ଉପହସିତ କଲେ ହରଭଙ୍ଗା ବ୍ଲକ କର୍ତୃପକ୍ଷ ବିଜେଡିର ପ୍ରତିବାଦ

ଓଡ଼ିଆ ଅସ୍ମିତାକୁ ଉପହସିତ କଲେ ହରଭଙ୍ଗା ବ୍ଲକ କର୍ତୃପକ୍ଷ ବିଜେଡିର ପ୍ରତିବାଦ
February 14
09:46 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୪/୨ : ସମ୍ପ୍ରତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସମସ୍ତ ପଞ୍ଚାୟତରେ ବିକଶିତ ଭାରତ -ଜୀ ରାମ ଜୀ ନାମରେ ଏକ ବ୍ୟାନର ଝୁଲୁଛି । ଯାହା ତ୍ରୁଟିପୂର୍ଣ୍ଣ ଓଡ଼ିଆ ଶବ୍ଦରେ ଲେଖାଯାଇଛି ।
ଏହି ବ୍ୟାନର କୁଆଡେ ପଞ୍ଚାୟତ ସମିତି ହରଭଙ୍ଗା ପକ୍ଷରୁ ଯୋଗାଇ ଦିଆଯାଇଛି । ଯେଉଁଥିରେ ପଞ୍ଚାୟତ ସମିତି ବଦଳରେ କୋଉ ଶବ୍ଦ ଲେଖାଯାଇଛି ତାହା ଓଡ଼ିଆ ଶବ୍ଦ କୋଷରେ ସୁଦ୍ଧା ନାହିଁ ।
ଏଭଳି ଭାବରେ ବ୍ଲକ କର୍ତୃପକ୍ଷ ଓଡ଼ିଆ ଅକ୍ଷରକୁ ଉପହସିତ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା କ୍ଷ ତୁରନ୍ତ ସର୍ବସମ୍ମୁଖରେ ଭୁଲ ମାଗି ସଂଶୋଧନ କରିବା ପାଇଁ ହରଭଙ୍ଗା ବ୍ଲକ ବିଜୁ ଜନତାଦଳ ସଭାପତି ପଙ୍କଜ ସାହୁ, ଅବକାଶ ସାହୁ ସଞ୍ଜୟ ଦେହୁରୀ ସୁଜ୍ଞାନ କର୍ଣ୍ଣ ସୁଶାନ୍ତ ପ୍ରଧାନ ଜ୍ୟୋତିର୍ମୟ ଦାସ ବାସୁଦେବ ଦେହୁରୀ ଗରୁଡ଼ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି ।
ସମ୍ପ୍ରତି ଓଡ଼ିଆ ଅସ୍ମିତାର ସରକାର ଚାଲିଥିବା ବେଳେ ହରଭଙ୍ଗା ବ୍ଲକରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଥିବା ବେଳେ ଏଭଳି ତ୍ରୁଟିପୂର୍ଣ୍ଣ ଶବ୍ଦର ବ୍ୟବହାର ଆଦୌ ସମିଚୀନ ନୁହେଁ । ଯଦି ବିଡ଼ିଓ ତ୍ରୁଟି ସଂଶୋଧନ ନକରନ୍ତି ବାଧ୍ୟହୋଇ ରାଜରାସ୍ତାକୁ ବିଜୁ ଜନତାଦଳ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031