Indus Valley Times

ଓଡ଼ିଆରେ ନାମଫଳକ ନଲେଖିଲେ ଦିନକୁ ୫୦୦ ଟଙ୍କା ଲେଖାଏଁ ଜରିମାନା

 Breaking News

ଓଡ଼ିଆରେ ନାମଫଳକ ନଲେଖିଲେ ଦିନକୁ ୫୦୦ ଟଙ୍କା ଲେଖାଏଁ ଜରିମାନା

ଓଡ଼ିଆରେ ନାମଫଳକ ନଲେଖିଲେ ଦିନକୁ ୫୦୦ ଟଙ୍କା ଲେଖାଏଁ ଜରିମାନା
August 06
18:43 2025

ଭୁବନେଶ୍ୱର, ୬/୮: ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବାକୁ ତାଗିଦ ହୋଇଛି । ନିୟମକୁ କଡ଼ାକଡ଼ିଭାବେ ପାଳନ କରାଯାଇଛି କି ନାହିଁ ସେ ନେଇ ସେପ୍ଟେମ୍ବର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନିଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି କରାଯାଇଛି ।
ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଭାଷାଗତ ଐତିହ୍ୟକୁ ପ୍ରୋତ୍ସାହନ ଓ ସଂରକ୍ଷଣ କରିବା ପାଇ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଅନୁସରଣ କରି ତଥା ସାଧାରଣ ଜନତାଙ୍କ ସୁବିଧା ପାଇଁ, ଓଡ଼ିଆ ଭାଷା ଲିପିର ବ୍ୟବହାର ସୁନିଶ୍ଚିତ କରିବାକୁ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି ।
ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଫଳକ(ସାଇନ ବୋର୍ଡ)ରେ ଓଡ଼ିଆ ଭାଷାରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟୁନ ଫଳକ ୬୦% ଭାଗରେ ଓଡ଼ିଆରେ ରହିବା ବାଧ୍ୟତାମୂଳକ । ଯେଉଁମାନେ ଏହି ନିୟମକୁ ପାଳନ କରିବେ ସେମାନଙ୍କୁ ଟ୍ରେଡ୍ ଲାଇନସେନ୍ସ ନବୀକରଣ ସମୟରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏହି ସୁବିଧା ସୁଯୋଗ ପୋର୍ଟାଲରେ ଉପଲବ୍ଧ ହେବ ।
ସେହିପରି ନିୟମର କାର‌୍ୟ୍ୟକାରିତାକୁ ତଦାରଖ କରି ସେପ୍ଟେମ୍ବର ୩୦ ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ । ଯେଉଁମାନେ ଅନୁଷ୍ଠାନ ଏହି ନିୟମ ପାଳନ କରିନଥିବେ ସେମାନଙ୍କୁ ଅତିରିକ୍ତ ୫୫ ଦିନର ସମୟ ସୀମା ପ୍ରଦାନ କରାଯିବ । ନଚେତ୍ ସଂଶୋଧନ ପର‌୍ୟ୍ୟନ୍ତ ୫୦୦ ଟଙ୍କା ଜରିମାନେ ଦେବାକୁ ପଡ଼ିବ । ଅଧିକାରୀମାନେ ୬୦ ଦିନ ଭିତରେ ରିପୋର୍ଟ ପ୍ରଦାନ କରିବେ ବୋଲି ଚିଠିରେ କଡ଼ା ନିର୍ଦ୍ଦେଶ ରହିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31