Indus Valley Times

ଓଡ଼ିଶାରେ ଫାର୍ମା ସେକ୍ଟରରେ ସୃଷ୍ଟି ହେବ ୩୮ ହଜାରରୁ ଅଧିକ ଚାକିରି: ମୁଖ୍ୟମନ୍ତ୍ରୀ

 Breaking News

ଓଡ଼ିଶାରେ ଫାର୍ମା ସେକ୍ଟରରେ ସୃଷ୍ଟି ହେବ ୩୮ ହଜାରରୁ ଅଧିକ ଚାକିରି: ମୁଖ୍ୟମନ୍ତ୍ରୀ

December 16
17:58 2025

ଭୁବନେଶ୍ବର,୧୬/୧୨ : ଦେଶର ଫାର୍ମା ହବ୍ ହେବ ଓଡ଼ିଶା । ଓଡ଼ିଶା ଫାର୍ମା ସମିଟ୍‌ରେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫାର୍ମା ନିବେଶକଙ୍କୁ ଅନୁରୋଧ ଓଡ଼ିଶା ଆସନ୍ତୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ସରକାର ।
ଏହି ଫାର୍ମା ସମ୍ମିଳନୀରେ ମୋଟ୍ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଏହାଦ୍ୱାରା ମୋଟ୍ ୩୮,୪୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ଫାର୍ମା ସେକ୍ଟରରେ ଓଡ଼ିଶାର ନାଁ ସାମିଲ ହେବାକୁ ଯାଉଛି । ଆମର ପ୍ରଥମ ପଦକ୍ଷେପ ହେବ ଓଡ଼ିଶାକୁ ନିବେଶକ ମାନଙ୍କର ପ୍ରଥମ ପସନ୍ଦ ବନେଇବୁ । ମାତ୍ର ଦେଢ଼ ବର୍ଷରେ ଆମେ ଆମ ଲକ୍ଷ୍ୟକୁ ହାସିଲ କରିପାରିଛୁ । ଦେଶରେ ଫାର୍ମା ହବ୍ ହେବ ଓଡ଼ିଶା ।
ଗୁଣବତ୍ତାକୁ ଗୁରୁତ୍ୱ ଦିଆଯିବ । ଫାର୍ମା ନିବେଶକଙ୍କୁ ମୋର ଅନୁରୋଧ ଓଡ଼ିଶା ଆସନ୍ତୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ସରକାର । ଆମର ଗ୍ୟାରେଣ୍ଟି କେବେ ପଛକୁ ବୁଲି ଦେଖିବାକୁ ପଡିବନି ।
ଡ୍ରଗ୍ ମାନୁଫାକଚରିଂ ୟୁନିଟ୍ ଖୋର୍ଦ୍ଧାରେ, ଡ଼ିଭାଇସ ମାନୁଫାକଚରିଂ ୟୁନିଟ୍ ବି ଖୋର୍ଦ୍ଧାରେ ନିର୍ମାଣ ହେବ । ଫାର୍ମା ସମ୍ମିଳନୀରେ ୨୦ ଦେଶରୁ ବଡ଼ କମ୍ପାନୀ ଆସିଛନ୍ତି । ମୋଟ୍ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇଛି ।
ଏହାଦ୍ୱାରା ମୋଟ୍ ୩୮,୪୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସମ୍ ଲାଇଫ ସାଇନସେସ୍ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱର ଗୋଠପାଟଣା ଠାରେ ହେବ ସମ୍ ଲାଇଫ୍ ସାଇନ୍ସ ଔଷଧ ଉତ୍ପାଦନ କେନ୍ଦ୍ର । ଏଠାରେ ୨୦୨୭ରୁ ଉତ୍ପାଦନ ଆରମ୍ଭ ହେବ । ଏଥିରେ ଓରାଲ ଟାବଲେଟ, ଇନଜେକ୍ଟଟେବଲସ ପ୍ରମୁଖ ନିର୍ମାଣ କରାଯିବ ।
ସେପଟେ, ଓଡ଼ିଶା ଔଷଧ ଏବଂ ଚିକିତ୍ସା ଉପକରଣ ନୀତି ୨୦୨୫ ଉନ୍ମୋଚିତ ହୋଇଛି । ପଲିସିର ମୁଖ୍ୟ ଉଦ୍ଦେଶ୍ୟ ରହିବ, ନିବେଶ, ନିଯୁକ୍ତି, ନବସୃଜନ ଏବଂ ସବୁଜ ଉତ୍ପାଦନ ମାଧ୍ୟମରେ ଔଷଧ ଏବଂ ଚିକିତ୍ସା ଉପକରଣର ପୂର୍ବାଞ୍ଚଳ କେନ୍ଦ୍ର ଭାବରେ ଓଡ଼ିଶାକୁ ଦ୍ରୁତ ଗତିରେ ପ୍ରତିଷ୍ଠା । ୨୦୩୦ ସୁଦ୍ଧା ୨୫,୦୦୦ କୋଟି ନିବେଶ ସାଙ୍ଗକୁ ୧,୦୦,୦୦୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ଲକ୍ଷ୍ୟ ରହିଛି ।
ଏହି ନୀତିର ଲକ୍ଷ୍ୟ ହେଉଛି ନିବେଶକୁ ଆକର୍ଷିତ କରିବା ଏବଂ ସ୍ଥାନୀୟ ଉଦ୍ୟୋଗିତା ଏବଂ ଏମଏସଏମଇ ଅଭିବୃଦ୍ଧିକୁ ପ୍ରେରଣା ଦେବା, ଦକ୍ଷ ଏବଂ ଅର୍ଦ୍ଧ-ଦକ୍ଷ ବିଭାଗରେ ନିଯୁକ୍ତି ସୃଷ୍ଟି କରିବା । ଔଷଧ ଏବଂ ଚିକିତ୍ସା ଉପକରଣରେ ରପ୍ତାନୀମୁଖୀ ଉତ୍ପାଦନକୁ ଆଗକୁ ବଢାଇବା, ବିଶ୍ୱସ୍ତରୀୟ ପାର୍କ ବିକଶିତ କରି ଲକ୍ଷ୍ୟଭିତ୍ତିକ ଆର୍ଥିକ ଏବଂ ଅଣ-ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରି, ନିୟମ ଏବଂ ଦକ୍ଷତାକୁ ସୁଦୃଢ଼ କରିବା ଏବଂ ୨୦୩୦ ସୁଦ୍ଧା ୧,୦୦,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ୨୫,୦୦୦ କୋଟି ଟଙ୍କା ସଂଗ୍ରହ କରିବା

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930