Indus Valley Times

କନ୍ଧମାଳ : ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବଡ଼ ଖବର ସଂପାଦକଙ୍କୁ ଅନ୍ୟାୟ ଗିରଫ ପ୍ରତିବାଦର ନିନ୍ଦା

 Breaking News

କନ୍ଧମାଳ : ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବଡ଼ ଖବର ସଂପାଦକଙ୍କୁ ଅନ୍ୟାୟ ଗିରଫ ପ୍ରତିବାଦର ନିନ୍ଦା

କନ୍ଧମାଳ : ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବଡ଼ ଖବର ସଂପାଦକଙ୍କୁ ଅନ୍ୟାୟ ଗିରଫ ପ୍ରତିବାଦର ନିନ୍ଦା
July 04
10:39 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୪/୭: ବଡ ଖବର ର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କୁ ଆକ୍ରୋଶ ମୂଳକ ଭାବେ ଗିରଫକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର ଇଓଡବ୍ଲୁ ଜରିଆରେ ଯେଉଁ ଭଳି ଉଦେଶ୍ୟ ମୂଳକ ଭାବରେ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଧୁ ଦାଶ ଙ୍କୁ ଗିରଫ କରିଛନ୍ତି ତାହା ଅତି ନିନ୍ଦନୀୟ ଅଟେ।
ସତ୍ୟ କୁ ସାମ୍ନାକୁ ଆଣୁଥିବା ସାମ୍ବାଦିକ ଙ୍କ କଣ୍ଠରୋଧ କରାଯିବା ସହ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁ ଏହି ଘଟଣା କୁଠାର ଘାତ କରୁଥିବା ଭଳି ମନେ ହେଉଛି। ଅଗଣତାନ୍ତ୍ରିକ ଭାବେ ଶ୍ରୀ ଦାଶ ଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାରୀ ର ନିରପେକ୍ଷ ଭାବେ ତଦନ୍ତ କରି ସମ୍ବିଧାନ ଓ ସାମ୍ବାଦିକ ଙ୍କ ସୁରକ୍ଷା କ୍ଷେତ୍ର ରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଉତ୍କଳ ସାମ୍ବାଦିକ ସଂଘ, କନ୍ଧମାଳ ପକ୍ଷରୁ ସୋମବାର ଦିନ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସ୍ତରରୁ ବିଡ଼ିଓ ଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହା ସହ ଜିଲ୍ଲାର ମୁଖ୍ୟାଳୟ ରେ ଜିଲ୍ଲାପାଳ ଙ୍କୁ ଓ ବାଲିଗୁଡ଼ାରେ ଉପଜିଲ୍ଲାପାଳ ଙ୍କ ଜରିଆରେ ମଧ୍ୟ ଏକ ଦାବୀ ପତ୍ର ପ୍ରଦାନ କରାଯିବ।
ସଙ୍ଘର ସଭାପତି ସନ୍ତୋଷ କୁମାର ଦାଶ, ମନୋରଞ୍ଜନ ରାୟ, ସଞ୍ଜୟ କୁମାର ପାଣିଗ୍ରାହୀ, ସତ୍ୟ ନାରାୟଣ ପାଢ଼ୀ, ସଦାଶିବ ପାତ୍ର, ସୁବାଷ ଚନ୍ଦ୍ର ପ୍ରଧାନ, ଫିଲମୋହନ ନାୟକ, ବି.ଭି ଶଙ୍କର, ଦୁଃଖୀ ଶ୍ୟାମ ପ୍ରଧାନ, ବୈଦ୍ୟନାଥ ବେହେରା, ପ୍ରେମ ଚାନ୍ଦ ସିଂ, ସୁବାଷ ଚନ୍ଦ୍ର ମହାରଣା, ପ୍ରତାପ ଦିଗାଲ, ପବିତ୍ର ଦିଗାଲ, ପ୍ରତାପ ନାୟକ, ଆଶୁତୋଷ ସାହୁ, ବସନ୍ତ ବେହେରା, ହେମନ୍ତ ମୁଖୀ, ସୁଧାଂଶୁ କହଁର, ଧର୍ମପଦ ନାୟକ, ଅଶ୍ୱିନୀ ମନ୍ତ୍ରୀ, ତରଣୀ ସେନ ସାହୁ, ଓ ଲଷ୍ମୀକାନ୍ତ ରାଜଗୁରୁ ପ୍ରମୁଖ ନିନ୍ଦା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031