Indus Valley Times

କେମିତି ହୋଇଥିଲା ଡିଜେ ଆଜେକ୍ସଙ୍କ ମୃତ୍ୟୁ, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

 Breaking News

କେମିତି ହୋଇଥିଲା ଡିଜେ ଆଜେକ୍ସଙ୍କ ମୃତ୍ୟୁ, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

କେମିତି ହୋଇଥିଲା ଡିଜେ ଆଜେକ୍ସଙ୍କ ମୃତ୍ୟୁ, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
March 21
17:09 2023

ଭୁବନେଶ୍ୱର,୨୧/୩: ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମଙ୍ଗଳବାର ଆସିଛି। ତାଙ୍କ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଏହି ରିପୋର୍ଟକୁ ନେଇ ଚର୍ଚ୍ଚା ହେଉଛି।
ଡିଜେ ଆଜେକ୍ସ ଆତ୍ମହତ୍ୟା କରିଥିବା ଓ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି ବୋଲି କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।
ଏହା ସହ ସେ କହିଛନ୍ତି, ଡିଜେ ଆଜେକ୍ସ ବେକରେ ଦାଗ ରହିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଲେଖାଯାଇଛି। ରିପୋର୍ଟ ପୋଲିସକୁ ହସ୍ତାନ୍ତର କରାଯାଇଛି। ଗତ ଶନିବାର ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ତାଙ୍କ ଖାରବେଳନଗର ସ୍ଥିତ ଘରୁ ଜବତ କରାଯାଇଥିଲା।
ତାଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ପୁରୁଷ ବନ୍ଧୁଙ୍କ ହାତ ରହିଛି ବୋଲି ପରିବାର ଲୋକେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେମାନଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଭଳି ସଙ୍ଗୀନ ଦଫା ୩୦୬ ଲଗାଇ ତଦନ୍ତ କରୁଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031