Indus Valley Times

ଖରା ଛୁଟିରେ ହ୍ବାଟ୍ସଆପରେ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ, ଓସେପା ଆଣିଲା ସମର ଲର୍ଣ୍ଣିଂ ବ୍ୟବସ୍ଥା

 Breaking News

ଖରା ଛୁଟିରେ ହ୍ବାଟ୍ସଆପରେ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ, ଓସେପା ଆଣିଲା ସମର ଲର୍ଣ୍ଣିଂ ବ୍ୟବସ୍ଥା

ଖରା ଛୁଟିରେ ହ୍ବାଟ୍ସଆପରେ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ, ଓସେପା ଆଣିଲା ସମର ଲର୍ଣ୍ଣିଂ ବ୍ୟବସ୍ଥା
April 21
19:21 2026

ଭୁବନେଶ୍ବର, ୨୧/୪:ଏଥର ଖରାଛୁଟିରେ ମଧ୍ୟ ବନ୍ଦ ହେବ ନାହିଁ ପାଠପଢା। ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ପିଲାମାନଙ୍କୁ ଘରେ ବସି ଶିକ୍ଷାଦାନ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। Odisha School Education Programme Authority (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଜାରି ହୋଇଛି।
ଏହି ବ୍ୟବସ୍ଥା ଅନୁଯାୟୀ, ଅଭିଭାବକଙ୍କ WhatsApp ଜରିଆରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ। ଶ୍ରେଣୀ ଅନୁସାରେ ସମର ଲର୍ଣ୍ଣିଂ ବ୍ୟବସ୍ଥା ପାଇଁ ଆସାଇନମେଣ୍ଟ ପଠାଯିବା ସହିତ ଅଡିଓ ଓ ଭିଜୁଆଲ ମାଧ୍ୟମରେ ମଧ୍ୟ ଶିକ୍ଷା ସମଗ୍ରୀ ଯୋଗାଇ ଦିଆଯିବ। ଏହା ମାଧ୍ୟମରେ ପିଲାମାନେ ଛୁଟି ସମୟରେ ମଧ୍ୟ ପଢାରେ ଜଡିତ ରହିପାରିବେ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି।
ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରତ୍ୟେକ ଶ୍ରେଣୀ ପାଇଁ ହ୍ବାଟ୍ସଆପ ଗ୍ରୁପ୍ ତିଆରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ପଢାଶୁଣାକୁ ଆହୁରି ସକ୍ରିୟ କରିବା ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ଦ୍ୱାରା ଡିଜିଟାଲ ଶିକ୍ଷାକୁ ଆଗକୁ ନେବାକୁ ଚେଷ୍ଟା କରାଯାଉଛି।
ଏହି ପଦକ୍ଷେପରେ ଡିଜିଟାଲ ଶିକ୍ଷାକୁ ସୁଦୃଢ କରିବା ସହ ଅଭିଭାବକଙ୍କ ଭୂମିକାକୁ ବଢାଇବା ଲକ୍ଷ୍ୟ ରହିଛି। ଶିକ୍ଷକମାନେ ଅଭିଭାବକଙ୍କ ସହ ସମନ୍ୱୟ କରି ପିଲାମାନଙ୍କ ଆସାଇନମେଣ୍ଟ ସମାପ୍ତ କରାଇବେ। ଏହି ଯୋଜନାର ଖର୍ଚ୍ଚ ସମଗ୍ର ଶିକ୍ଷା ଯୋଜନାର କମ୍ପୋଜିଟ୍ ଗ୍ରାଣ୍ଟରୁ ବ୍ୟୟ ହେବ। ଶିକ୍ଷା ବିଭାଗ ଅନୁସାରେ, ଏହା ଓଡ଼ିଶାରେ ନୂତନ ଶିକ୍ଷା ପଦ୍ଧତିକୁ ଆଗକୁ ନେବା ସହ ଛୁଟି ସମୟରେ ଶିକ୍ଷାର ଅଭାବକୁ ପୂରଣ କରିବ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930