Indus Valley Times

ଖାକିରେ ଦାଗ ଲଗାଇ ନୟାଗଡ଼ ପୋଲିସ ନିଜେ ନିଜର ବିଶ୍ୱାସନିୟତା ହରାଉଛି : କଂଗ୍ରେସ

 Breaking News

ଖାକିରେ ଦାଗ ଲଗାଇ ନୟାଗଡ଼ ପୋଲିସ ନିଜେ ନିଜର ବିଶ୍ୱାସନିୟତା ହରାଉଛି : କଂଗ୍ରେସ

June 18
20:23 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୮/୬ : ପିସିସି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ ପାଇଁ ପିସିସି ସଭାପତିଙ୍କୁ ଅନୁରୋଧ କଲା ନୟାଗଡ଼ ଡିସିସି
ଓଡିଶା ବିଧାନସଭା ମାନନୀୟା ମହିଳା ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ଆଉଜଣେ ମହିଳା ଯୌନଶୋଷଣ ଶୀର୍ଷକ ସମ୍ବେଦନଶୀଳ ଘଟଣାରେ ସମ୍ପୃକ୍ତ ପୀଡିତା ମହିଳାଙ୍କୁ ନ୍ୟାୟ ଦେବାପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରିଵା ପାଇଁ ପିସିସି ସଭାପତିଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ ପତ୍ର ଲେଖିଛନ୍ତି ।
ନୟାଗଡ଼ ଜିଲ୍ଲାରେ ପୋଲିସର ବାରମ୍ବାର ମହିଳାଙ୍କୁ ଯୌନ ଶୋଷଣ ଭଳି ବିଶୃଙ୍ଖଳିତ ଆଚରଣ ଜିଲ୍ଲାରେ ପୋଲିସ ଉପରୁ ସାଧାରଣ ଜନତାଙ୍କ ଆସ୍ଥାବିଶ୍ୱାସ ଯେତିକି କମିକମି ଯାଉଛି । ସେହି ପରିମାଣରେ ରାଜ୍ୟ ପୋଲିସ ମୁଖିଆଙ୍କ ଢିଲା ପ୍ରଶାସନିକ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଶରଣକୂଳ ଥାନା ଅଂଚଳର ଭାଲିଆଡ଼ିହି ପଞ୍ଚାୟତ ଜାମୁସାହି ଗ୍ରାମର ଜନୈକା ମହିଳଙ୍କ ସହିତ ଶରଣକୂଳ ଥାନା ଆଇଆଇସି ତାଙ୍କ ଇଛା ବିରୁଦ୍ଧରେ ତାଙ୍କୁ ବିଭିନ୍ନ ସ୍ଥାନରେ ବାରମ୍ବାର ଯୌନ ଶୋଷଣ କରିବା, ଭିଡିଓ କଳିଙ୍ଗରେ ଅଶ୍ଳୀଳତା ପ୍ରଦର୍ଶନ କରାଇବା ଭଳି ସଂଗୀନ ଅଭିଯୋଗ ଜିଲ୍ଲାବାସୀଙ୍କୁ ବିସ୍ମିତ କରିଛି ।
ଆପଣଙ୍କୁ ସୂଚିତ କରୁଛି ଦୁଇ ମାସ ପୂର୍ବେ ଖଣ୍ଡପଡା ପୂର୍ବତନ ଏସଡ଼ିପିଓ ମଦନମୋହନ ପ୍ରଧାନ ଜଣେ ମହିଳାଙ୍କୁ ପ୍ରେମନିବେଦନ କରି ତାଙ୍କ ଆଜିସରେ ରାତି ବିତାଇବା ପାଇଁ ଭଏସ କଲିଂ ଭିଡିଓ ଚାଟିଙ୍ଗ କରିବା ଘଟଣା ପୋଲିସ ବର୍ଦ୍ଧିରେ ଦାଗ ଲାଗିଥିଲା ବେଳେ ଏବେ ଜଣେ ଇନ୍ସପେକ୍ଟର ପାହ୍ୟାର ପୋଲିସ ଅଧିକାରୀ ଆଉ ପାଦେ ଆଗକୁ ଯାଇ ପୁଣି ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଭଲି ସଂଗୀନ ଅଭିଯୋଗ ରାଜ୍ୟ ପୋଲିସ ଛବି ମଳିନ ପକାଉଛି ।
ପୋଲିସ ସାଧାରଣରେ ତାହାର ବିଶ୍ୱାସନିୟତା ହରାଉଛି ବୋଲି ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।
ଜିଲ୍ଲାବ୍ୟାପି ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାଶଙ୍କ ନିର୍ଦ୍ଧେଶ ଅନୁସାରେ ନୟାଗଡ଼ ଡିସିସି ଆଗକୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930