Indus Valley Times

ଗଜପତି: ଜିଲ୍ଲାର ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଘରେ ଘରେ ଗଡିବ , ରାଜ୍ୟ ସରକାରଙ୍କ ୩୬ ଟି ଲକ୍ଷ୍ମୀ ବସର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାର ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଘରେ ଘରେ ଗଡିବ , ରାଜ୍ୟ ସରକାରଙ୍କ ୩୬ ଟି ଲକ୍ଷ୍ମୀ ବସର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

October 21
11:43 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୧୦: ଗଜପତି ଜିଲ୍ଲାର ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଘରେ ଘରେ ଗଡିବ , ରାଜ୍ୟ ସରକାରଙ୍କ ୩୬ ଟି “ଲକ୍ଷ୍ମ” ବସର ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଲୋକସେବା ଭବନରେ ଉପସ୍ଥିତ ରହି , ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ଦ୍ଵାରା ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନା କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଆଭାଷି ମାଧ୍ୟମରେ ଶୁଭାରମ୍ଭ କରିଥିଲେ ।
ଠିକ୍ ସେହିଭଳି ଗଜପତି ଜିଲ୍ଲାରେ ଉପସ୍ଥିତ ରହି ଏହାକୁ ଓଡ଼ିଶା ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଏହାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ପୂର୍ଣ୍ଣ ସମାବେଶ ଓ ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଯୋଗ ଦେଇ ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର ଲୋକମାନଙ୍କ ସମେତ ମୁଖ୍ୟତଃ ମହିଳା ମାନଙ୍କ ସଶକ୍ତି କରଣ ଓ ସ୍ୱାବଲମ୍ବୀ ହେବା ଦିଗରେ ଅନେକ ଗୁଡ଼ିଏ ଲୋକହିତକର ତଥା ଜନପ୍ରିୟ ଯୋଜନା କାର୍ଯ୍ୟକ୍ରମ ପ୍ରଣୟନ କରି ଚାଲିଛନ୍ତି ଏବେ ପୁଣି ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କ ପାଇଁ ପୁଣି ଅଧିକ ସଶକ୍ତ କରାଇବା ଉଦ୍ଦେଶ୍ୟ ନେଇ ଆଉ ଏକ ଐତିହାସିକ ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି ଯାହାକି , ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଗାଆଁ ଗାଆଁ ରେ ଘରେ ଘରେ ଲକ୍ଷ୍ମୀ ବସ ଚଳାଚଳ ର ଶୁଭାରମ୍ଭ କରିଛନ୍ତି ।
ଏହାଦ୍ବାରା ବିଭିନ୍ନ କ୍ଷେତ୍ରରେ ମହିଳା ମାନେ ମାତ୍ର କମ ତଥା ମାତ୍ର ୫ ଟଙ୍କା ଟିକେଟ ବ୍ଲକ୍ ସଦର ମହକୁମା ପହଞ୍ଚି ବିଭିନ୍ନ କ୍ଷେତ୍ରରେ ବେଶ୍ ଅଧିକ ଉପକୃତ ହୋଇ ପାରିବେ । ସେମାନେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ବିଶେଷ ଭାବେ ସଶକ୍ତ ହୋଇ ପାରିବେ ବୋଲି କହିଥିଲେ ।
ପ୍ରତ୍ୟେକ ଠାରେ ଉନ୍ନତ ମାନର ବାସ ଷ୍ଟାଣ୍ଡ ସେବା ଯୋଗାଇ ଦିଆଯାଇଛି । ଆଜି ସେହି ଗତିଶୀଳ ଓଡ଼ିଶା ଏକ ସଶକ୍ତ ଓଡ଼ିଶାରେ ପରିଣତ ହୋଇଛି । ମହିଳା ମାନଙ୍କୁ ଏହି ଲକ୍ଷ୍ମୀ ବସ ର ପରିଚାଳନା ଦାୟିତ୍ଵ ଦିଆ ଯାଇଛି ।
ଏହି ଯୋଜନା ଦ୍ୱାରା ମହିଳା ମାନଙ୍କ କ୍ଷେତ୍ରରେ ଏକ ଏମ୍ପ୍ଳୟମେଣ୍ଟ ଜେନେରେଟ ସୃଷ୍ଟି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ଯାହାକି ମା ମାନେ ସଶକ୍ତ ହେଲେ ଓଡ଼ିଶା ସଶକ୍ତ ହେବ , ଏହା ଆମ ଭିତରେ ଏକ ଆଶା , ଭଲ ପାଇବା ଏବଂ ଏକତାକୁ ଯୋଡ଼ିବାରେ ବେଶ୍ ସହାୟକ ହୋଇପାରିବ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ , ଅନ୍ୟତମ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ କେବଳ ଯେ ଗାଆଁ ଗଣ୍ଡାରେ ରହୁଥିବା ଲୋକେ ଯାତାୟାତ କ୍ଷେତ୍ରରେ ଉପକୃତ ହୋଇପାରିବେ , ତା\’ ନୁହେଁ , ସବୁ କ୍ଷେତ୍ରରେ ଏବଂ ସବୁ ବର୍ଗର ଗାଁ ଗଣ୍ଡାରେ ବସବାସ କରୁଥିବା ସବୁ ବର୍ଗର ଲୋକେ ବେଶ୍ ଉପକୃତ ହୋଇପାରିବେ ।
କାରଣ , ଗମନାଗମନ କ୍ଷେତ୍ରରେ ରାସ୍ତା ହେଉଛି , ବିକାଶର ଏକ ପ୍ରତୀକ । ତେଣୁ ଆଞ୍ଚଳିକ କ୍ଷେତ୍ରରେ ଯେଉଁ ସବୁ ଦ୍ରବ୍ୟ ଓ ଅନ୍ୟାନ୍ୟ ଜିନିଷ ଉତ୍ପାଦିତ ହେଉଛି , ଏହାଦ୍ବାରା ସେମାନେ ବ୍ୟବସାୟ କ୍ଷେତ୍ରରେ ତାର ଉଚିତ୍ ମୂଲ୍ୟ ପାଇ ପାରିବେ ବୋଲି କହିଥିଲେ ।
ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ , ଅନ୍ୟ ଦଳର ବିଧାୟକ ଭାବେ ରହିଥିଲେ ହେଁ , ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ଲକ୍ଷ୍ମୀ ବସ ଯୋଜନାକୁ ଭୂୟସୀ ପ୍ରଶଂସା କରି ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ଗରିବ , ଆଦିବାସୀ ଓ ଦଳିତ ଲୋକେ ବିଭିନ୍ନ କ୍ଷେତ୍ରରେ ବେଶ୍ ଉପକୃତ ହେବେ ।
ଅନ୍ୟ ପକ୍ଷରେ ପାରଳାଖେମୁଣ୍ଡି ସହରରୁ ଶତାଧିକ ସଂଖ୍ୟାରେ ବେସରକାରୀ ବସ ସବୁ ବିଭିନ୍ନ ରୁଟ ରେ ଏବଂ ବିଭିନ୍ନ ଗ୍ରାମାଞ୍ଚଳ କୁ ଚଳାଚଳ କରୁଥିଲା , ତେବେ ଏହି ଲକ୍ଷ୍ମୀ ବସ ଯୋଜନା ଯୋଗୁଁ ସେସବୁ ସମ୍ପୂର୍ଣ ଭାବେ ପ୍ରଭାବିତ ହେବା ସହ ସେ ଦିଗରେ କାର୍ଯ୍ୟରତ ଡ୍ରାଇଭର , କଣ୍ଡକ୍ଟର , ହେଲପର ଓ ଚେକର ପ୍ରଭୃତି ପରିବାର ମଧ୍ୟ ନିଶ୍ଚିତ ଭାବେ ପ୍ରଭାବିତ ହେବେ , ତେଣୁ ଏହାକୁ ଦେଖି ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ବିଧାୟକ ଶ୍ରୀ ରାଓ ତାଙ୍କ ବକ୍ତବ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି କାର୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସଡିସି: ଅଧ୍ୟକ୍ଷା ଶ୍ରୀମତୀ ମୋରିୟମ ରଇତ ଏବଂ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ ପ୍ରମୁଖ ମଞ୍ଚାସିନ ଅତିଥିଭାବେ ଯୋଗ ଦେଇଥିଲେ ।
ପରେ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଙ୍କ ସମେତ ସମସ୍ତ ମଞ୍ଚାସିନ ଅତିଥି ଗଣ , ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ , ଏସପି: ସ୍ଵାତୀ ଏସ: କୁମାର ଏବଂ ଅନ୍ୟାନ୍ୟ ପଦାଧିକାରୀ ମାନେ ଲକ୍ଷ୍ମୀ ବସ ଯୋଗେ ଗୋଷାଣୀ ବ୍ଲକ୍ ଅନ୍ତର୍ଗତ କତଲକଇଠା ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗ୍ରସ୍ତ କରି ପୁଣି ସେଠାରୁ ଗଜପତି ଷ୍ଟାଡିୟମ୍ ଅଭିମୁଖେ ଫେରିଥିଲେ ।
ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ସଂଖ୍ୟକ ମା ମାନେ ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳରୁ ଆସି ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031