Legatus

ଗଜପତି : ଜିଲ୍ଲାରେ ପିଏମ:-କେଭିୱାଇ: ତଥା “ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା” କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି

 Breaking News

ଗଜପତି : ଜିଲ୍ଲାରେ ପିଏମ:-କେଭିୱାଇ: ତଥା “ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା” କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି

August 02
13:04 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ଗଜପତି,୨/୮: ଗଜପତି ଜିଲ୍ଲାରେ “ପିଏମ୍- କେଭିୱାଇ” ତଥା “ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା” କାର୍ଯ୍ୟକ୍ରମ ବେଶ ସଫଳତାର ଆଗେଇ ଚାଲିଛି ।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ହେଉଛି , ଭାରତ ସରକାରଙ୍କ ଦକ୍ଷତାର ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରାଳୟର ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା । ଏହି ଯୋଜନାର ମୁଖ୍ୟ ଆଭିମୁଖ୍ୟ ହେଉଛି ଯେ , ବହୁ ସଂଖ୍ୟକ ବେ-ରୋଜଗାର ଶିକ୍ଷିତ ଯୁବପିଢ଼ିଙ୍କୁ ଶିଳ୍ପଭିତ୍ତିକ ଦକ୍ଷତା ତାଲିମ ଗ୍ରହଣ କରିବାକୁ ସକ୍ଷମ କରାଇବା ସହ ସେମାନଙ୍କୁ ଏକ ଉତ୍ତମ ଜୀବିକା ସୁନିଶ୍ଚିତ ତଥା ସ୍ୱାବଲମ୍ବୀ କରିବାରେ ସହାୟକ ହେବା ।
ଗଜପତି ଜିଲ୍ଲାରେ ଶିକ୍ଷିତ ବେ-ରୋଜଗାର ଯୁବପିଢିଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଜିଲ୍ଲାରେ ରହିଥିବା ସେଞ୍ଚୁରିଅନ ୟୁନଭରସିଟି ଅନ୍ତର୍ଗତ ଗ୍ରାମ-ତରଙ୍ଗ ମାଧ୍ୟମରେ ଗତ ୭ ବର୍ଷ ଧରି ଏହି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଏଠାରେ କାର୍ଯ୍ୟକାରୀ ହେଉଛି ।
ଏଠାରେ ୬ ଗୋଟି ବିଷୟ ପାଠ୍ୟକ୍ରମ ଉପରେ ତାଲିମ ଦିଆ ଯାଉଥିବା ବେଳେ ସେଗୁଡିକ ହେଲା:- ଇଲେକ୍ଟ୍ରିସିଆନ , ଫିଟର ମେକାନିକ , ମେସିନ ସିଲାଇ , ଛତୁ ଚାଷ ଏବଂ ଅରଗାନିକ ଚାଷ । ଏ ସବୁଥିରେ ପଞ୍ଜୀକୃତ ହୋଇ ତାଲିମ ନେଉଥିବା ମୋଟ ୪୭୯ ଜଣ ଯୁବକ ଯୁବତୀ ମାନଙ୍କୁ ସମ୍ପୂର୍ଣ ମାଗଣାରେ ଆବାସିକ ତାଲିମ ଦିଆଯିବା ସହ ସେମାନେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ରୋଜଗାର ଯୋଗାଇ ଦେବାପାଇଁ ମଧ୍ୟ ପ୍ରୟାସ କରା ଯାଉଛି ।
ଇଲେକ୍ଟ୍ରିସିଆନ ଟ୍ରେଡ଼ରେ ତାଲିମ ପ୍ରଦାନ କରୁଥିବା ପ୍ରଶିକ୍ଷକ ଶ୍ରୀ ଲକ୍ଷ୍ମୀକାନ୍ତ ମଲ୍ଲିକ , ଇଲେକ୍ଟ୍ରିକାଲ ସୁରକ୍ଷା ଓ ତାର ବିଭିନ୍ନ ବ୍ୟବହାର ଉପରେ କିଭଳି ଓ କଣ କଣ ପ୍ରଶିକ୍ଷଣ ଦିଆଯାଉଛି , ସେ ସମ୍ପର୍କରେ କହିଛନ୍ତି ।
ସେହିଭଳି ଫିଟର ମେକାନିକ ତାଲିମ ନେଉଥିବା ଜଣେ ଯୁବକ ଶ୍ରୀ ସମୀର କାଉଁରୀ , ସେ କିଭଳି ପିଏମ-କେଭିୱାଇ: ରେ ତାଲିମ ନେବା ପାଇଁ ଆଗ୍ରହ ହେବା ସହ କଣ କଣ ଟ୍ରେନିଂ ନେଉଛନ୍ତି ଏବଂ କିଭଳି ସବୁ ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ କହିଥିଲେ ।
ସେହିଭଳି ପିଲାଙ୍କୁ ଫିଟର ମେକାନିକ ଉପରେ ବିଭିନ୍ନ ତାଲିମ ପ୍ରଦାନ କରୁଥିବା ପ୍ରଶିକ୍ଷକ ଶ୍ରୀ ନିଲାଞ୍ଚଳ ଜେନା , ପିଲାଙ୍କୁ କଣ ସବୁ ଉପରେ କି କି ପ୍ରକାରର ଟ୍ରେନିଂ ଦିଆଯାଉଛି ଏବଂ ଟ୍ରେନିଂ ନେବା ପରେ ରୋଜଗାରକ୍ଷମ କରାଇବା ଦିଗରେ କଣ ବ୍ୟବସ୍ଥା କରା ହେଉଛି , ସେ ସମ୍ପର୍କରେ କହିଥିଲେ ।
ଅନ୍ୟପକ୍ଷରେ ଏଠାରେ ଯୁବତୀ ମାନଙ୍କୁ ପିଏମ-କେଭିୱାଇ: ରେ ସ୍ୱାବଲମ୍ବୀ କରାଇବା ପାଇଁ ମେସିନ ସିଲାଇ ତାଲିମ ମଧ୍ୟ ଦିଆଯାଉଛି । ଏଥିରେ ଯୁବକ ମାନେ ମଧ୍ୟ ତାଲିମ ନେଉଛନ୍ତି ।
ଏ ସମ୍ପର୍କରେ ମେସିନ ତାଲିମ ପ୍ରଦାନ କରୁଥିବା ପ୍ରଶିକ୍ଷିକା ଜି: ମିନାକୁମାରୀ ଏବଂ ରେଶନା ବେଗମ ମୁଖ୍ୟତଃ କଣ କଣ ଉପରେ ସିଲାଇ ତାଲିମ ଦିଆଯାଉଛି , ଟ୍ରେନିଂ ବେଳେ କଣ ସବୁ ସୁବିଧା ଉପଲବ୍ଧ ହେଉଛି ଏବଂ ଟ୍ରେନିଂ ପରେ କିଭଳି ସେମାନଙ୍କୁ ରୋଜଗାରକ୍ଷମ ପାଇଁ କେଉଁଠାକୁ ପଠା ଯାଉଛି , ସେ ସମ୍ପର୍କରେ କହିଥିଲେ ।
ସେହିଭଳି ଏଠାରେ ଛତୁ ଚାଷ ଉପରେ ମଧ୍ୟ ତାଲିମ ପ୍ରଦାନ କରାଯାଉଛି । ଏଥିପାଇଁ କଣ ସବୁ ଟ୍ରେନିଂ କିଭଳି ଦିଆ ହେଉଛି ସେ ସମ୍ପର୍କରେ ତାଲିମ ନେଉଥିବା ଜଣେ ଯୁବତୀ ହର୍ଷ ପ୍ରିୟଙ୍କା କହିଛନ୍ତି ଯେ , ଏହି ଟ୍ରେନିଂ ନେବା ପରେ ସେମାନେ କିଭଳି ସ୍ୱାବଲମ୍ବୀ ହୋଇ ପାରିବେ ନଚେତ୍ କାମ ପାଇଁ ଯାଇପାରିବେ ସେ ସମ୍ପର୍କରେ କହିଥିଲେ ।
ଗ୍ରାମ-ତରଙ୍ଗ ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ହେଡ-ଇଞ୍ଚାର୍ଜ ଶ୍ରୀ ରମେଶ କୁମାର ଜେନା କହିଛନ୍ତି ଯେ:- ଏଠାରେ ପିଏମ-କେଭିୱାଇ: ରେ ପିଲା ମାନଙ୍କୁ ବିଭିନ୍ନ ଟ୍ରେଡରେ ଗୁଣାତ୍ମକ ମାନର ତାଲିମ ପ୍ରଦାନ କରାଯାଉଛି ।
ଆଗାମୀ ଦିନରେ ଏହି କେନ୍ଦ୍ରରେ ପୂର୍ବବର୍ଷ ମାନଙ୍କ ଭଳି ପ୍ରଶିକ୍ଷଣ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରି ଅଧିକ ସଂଖ୍ୟକ ପିଲାମାନେ କିଭଳି ରୋଜଗାରକ୍ଷମ ହୋଇ ପାରିବେ , ସେଥିପାଇଁ ସେ ଦିଗରେ ଉଦ୍ୟମ ଜାରୀ ରହିଛି ବୋଲି କହିଥିଲେ ।
ଗଜପତି ଜିଲ୍ଲାରେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ କ୍ଷେତ୍ରରେ ରୋଜଗାରକ୍ଷମ ହେବାପାଇଁ ପିଏମ-କେଭିୱାଇ: କେନ୍ଦ୍ର ସେମାନଙ୍କ ପାଇଁ ଏହା ଏକ ଆଶାର କିରଣ ପାଲଟି ଯାଇଛି। ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31