Indus Valley Times

ଗଜପତି: ପାରଳାଖେମୁଣ୍ଡି ନୂଆଁ ବସଷ୍ଟାଣ୍ଡ ଠାରେ ଥିବା ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଟିମର ତଦନ୍ତ

 Breaking News

ଗଜପତି: ପାରଳାଖେମୁଣ୍ଡି ନୂଆଁ ବସଷ୍ଟାଣ୍ଡ ଠାରେ ଥିବା ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଟିମର ତଦନ୍ତ

September 21
18:15 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୧/୯:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନୂଆ ବସ୍ଷ୍ଟାଣ୍ଡ ପରିସରରେ ଥିବା ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଅଭିଯୋଗ ହୋଇଛି ।
ଅଭିଯୋଗ ପ୍ରକାରେ , ଏଠାରେ ନିମ୍ନମାନର ଡାଲମା ସାଙ୍ଗକୁ ଦରସିଝା ଭାତ ପରିବେଷଣ କରା ଯାଉଥିବାର ଅଭିଯୋଗ ପାଇବା ପରେ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂସ୍ଥାର ଜିଲ୍ଲା ସଭାନେତ୍ରୀ ତନୁଜା ଶତପଥି ଏବଂ ଜିଲ୍ଲା ସଭାପତି ରଂଜନ ମହାପାତ୍ରଙ୍କ ଏକ ଟିମ୍ ଆହାର କେନ୍ଦ୍ରକୁ ଯାଇ ସେଠାରେ ପରଷା ଯାଉଥିବା ଖାଦ୍ୟକୁ ନିରେଖି ଦେଖିଥିଲେ ।
ସରକାରୀ ନିୟମ ମୁତାବକ ଋତୁ ଅନୁଯାଇ ଆହାର କେନ୍ଦ୍ରରେ ଦିଆ ଯାଉଥିବା ଡାଲମା ଖାଦ୍ୟରେ ବିଭିନ୍ନ ପନି ପରିବା ପକାଯିବା ପାଇଁ ନିର୍ଦ୍ଦେଶ ରହି ଥିବା ବେଳେ ଯାହାକି ଏଠାରେ ତାହାର ବ୍ୟତିକ୍ରମ ହେଉଥିବା ଦେଖାଯାଇଛି ବୋଲି ଏହି ଟିମ୍ କହିଛନ୍ତି ।
ଏମିତିକି , ଡାଲମାରେ କେବଳ ଆଳୁ ଓ ବାଇଗଣ ବ୍ୟତୀତ ଅନ୍ୟ କୌଣସି ପନି ପରିବା ପଡ଼ିଥିବା ସେମାନେ ଦେଖି ନ ଥିବାର ପ୍ରକାଶ କରିଛନ୍ତି ।
ସେହିଭଳି ଡାଲମାରେ ବ୍ୟବହୃତ ଡାଲି ଅତି ନିମ୍ନମାନର ଏବଂ ଆବଶ୍ୟକ ଅନୁଯାୟୀ ଡାଲି ପକାଯାଉ ନଥିବାରୁ ପାଣିଆ ଡାଲମା ପରଷା ଯାଉଛି । ସରକାରୀ ନିୟମ ମୁତାବକ ଗୋଟିଏ ମିଲ୍ ପିଚ୍ଛା ୨୦ ଟଙ୍କା ଖର୍ଚ୍ଚ ହେବା କଥା କିନ୍ତୁ ଏଠାକାର ଖାଦ୍ୟକୁ ଦେଖିଲେ ତାହା ୧୦ ଟଙ୍କାରୁ କମ୍ ଖର୍ଚ୍ଚ କରାଯାଉ ଥିବାର ଅନୁମେୟ କରାଯାଉଛି ।
ଯାହାର ପ୍ରମାଣ କି , ଲୋକେ ଭାତ ଆଣି ତାହା ରୁଚି ନ ଲକ୍ଷଗିବା ଯୋଗୁଁ ଛାଡିଦେଇ ଡଷ୍ଠବିନ ରେ ଖାଦ୍ୟ ପକାଉଥିବା ଦେଖିବାକୁ ମିଳିଛି ।
ଏହି ଆହାର କେନ୍ଦ୍ରରେ ୨ ଗୋଟି ମହିଳା ଗୋଷ୍ଠୀ ଦାୟିତ୍ୱ ନେଇ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ବିଷୟ ପରିଚାଳନା କରୁଛନ୍ତି । ଏଠାରେ ଗୋଟିଏ ମହିଳା ଗୋଷ୍ଠୀ ରୋଷେଇ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ଆଉ ଗୋଟିଏ ଦଳ ଖାଦ୍ୟ ବଣ୍ଟନ ଏବଂ ଅନ୍ୟାନ୍ୟ ସୁବିଧା ଅସୁବିଧା ବୁଝୁଥିବାର ଜଣାପଡିଛି ।
ଏଭଳି ଅଭିଯୋଗ କୁ ନେଇ କିଛି ମହିଳାଙ୍କୁ ଏ ସମ୍ପର୍କରେ ପଚାରି ବୁଝିବାକୁ ଚେଷ୍ଟା କରିଥିବା ବେଳେ ସେମାନେ କେମେରା ଆଗରେ କିଛି ନ କହି ୨୦ ଟଙ୍କାରେ କଣ ମିଳୁଛି ଆଜ୍ଞା ବୋଲି କହିଥିଲେ । ଯାହା କି ସତ୍ୟ ମଧ୍ୟ ।
ତେଣୁ ଏହି ବିଷୟରେ ଦାୟୀତ୍ଵରେ ଥିବା ଅଧିକାରୀ ଏହାର ବିହୀତ ତଦନ୍ତ କରି ଏ ଦିଗରେ ରହିଥିବା ପ୍ରକୃତ ସତ୍ୟ କଣ , ତାହା ଏଠାରେ ପ୍ରକାଶ କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031