Indus Valley Times

ଗଜପତି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରାଞ୍ଚଳର ଗରିବ ପରିବାର ବେଶ ଉପକୃତ ହେଉଛନ୍ତି

 Breaking News

ଗଜପତି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରାଞ୍ଚଳର ଗରିବ ପରିବାର ବେଶ ଉପକୃତ ହେଉଛନ୍ତି

ଗଜପତି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରାଞ୍ଚଳର ଗରିବ ପରିବାର ବେଶ ଉପକୃତ ହେଉଛନ୍ତି
May 20
20:53 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୫ :ସହରାଞ୍ଚଳରେ ଝାଟିମାଟି ଓ ଭଙ୍ଗା ଟିଣ ଛପର ଘରେ ଜୀବନ ବିତାଉଥିବା ଗରିବ ଲୋକ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଛି , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କ ଏକ ଅନନ୍ୟ ପଦକ୍ଷେପ । ଏହି ଯୋଜନା ଦ୍ୱାରା ଗରିବ ଶ୍ରେଣୀ ତଥା ବାସାହିଁ ପରିବାର ଲୋକଙ୍କୁ ଅଳ୍ପ ସୁଲଭ ମୂଲ୍ୟର ଆର୍ଥିକ ସହାୟତା ଦେଇ ଏକ ପକ୍କା ଘର ନିର୍ମାଣ କରିବା ପାଇଁ ସରକାର ସହଯୋଗ ପ୍ରଦାନ କରୁଛନ୍ତି । ଯାହା ଦ୍ୱାରା କି ସେମାନେ ଏଥିରେ ବିଶେଷ ଭାବେ ଉପକୃତ ହେଉଛନ୍ତି ।
ଗଜପତି ଜିଲ୍ଲା ପାରାଳାଖେମୁଣ୍ଡି ସହର ତଥା ପୌରାଞ୍ଚଳରେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଗରିବ ବାସହୀନ ଲୋକଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି ।
ପାରଳାଖେମୁଣ୍ଡି ପୌରାଞ୍ଚଳର ୩ ନମ୍ବର ୱାର୍ଡ ଅନ୍ତର୍ଗତ ସାମୁଟିଆ ସାହିରେ ରହୁଥିବା ବହୁ ଗରିବ ପରିବାର କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଉପକୃତ ହୋଇଛନ୍ତି ।
ଏହି ଯୋଜନାରେ ଉପକୃତ ହୋଇଥିବା ଜଣେ ଗରିବ ମହିଳା ହିତାଧିକାରୀ ଚଞ୍ଚଳା ବେହେରା ଏବଂ ଜଣେ ଟାଇଲସ ମିସ୍ତ୍ରୀ ଶ୍ରୀ ମଧୁ ବେହେରା , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି\’ଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ , ଏଥି ପୂର୍ବରୁ ସେମାନେ ଭଙ୍ଗା ଛପର ଘରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ରହି ଆସୁଥିଲେ । ବର୍ଷା ହେଲେ ଉପରୁ ପାଣି ଗଳୁଥିଲା ଓ ପାର୍ଶ୍ୱରୁ ଛିଟିକା ଆସି ଘରେ ପାଣି ପଶି ଯାଉଥିଲା । ବର୍ଷା ୩ ମାସ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଟଙ୍କା ଅଭାବ\’ରେ ଘର ନିର୍ମାଣ ହୋଇ ପାରୁ ନ ଥିଲା ।
ହେଲେ ସହରାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର‌୍ୟ୍ୟକାରୀ ହେବା ଜାଣି ଦରଖାସ୍ତ କରି ଆମେ ଘର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ପାଇ ସେଥିରେ ପକ୍କା ଘର ନିର୍ମାଣ କରି ବର୍ତ୍ତମାନ ବହୁ ଖୁସି -ଆନନ୍ଦରେ ଅଛୁ । ସେଥିପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ଆର୍ଥିକ ସହାୟତା ୨ ଲକ୍ଷ ଟଙ୍କା ପାଇ ଏବଂ ତାର ସଦ ବିନିଯୋଗ କରି ପକ୍କା ଘରଟିଏ ନିର୍ମାଣ କରି ଖୁସି ଆନନ୍ଦରେ ରହୁଛନ୍ତି । ଯାହାକି , ବର୍ତ୍ତମାନ ସୁଦ୍ଧା ପାରାଳାଖେମୁଣ୍ଡି ପୌରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଟ ୬୩୬ ଟି ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ରାଶି ଯୋଗାଈ ଦିଆ ଯାଇଥିବା ବେଳେ ସେଥିମଧ୍ୟରୁ ୫୮୨ ଟି ଘର ନିର୍ମାଣ ହୋଇ ଗରିବ ବାସହୀନ ଲୋକେ ତା ଦ୍ୱାରା ବେଶ ଉପକୃତ ହୋଇ ପାରିଛନ୍ତି ବୋଲି ପାରଳା ପୌର କାର୍ଯ୍ୟାଳୟର ପୌର ଯନ୍ତ୍ରୀ ଶ୍ରୀ ସଂଜୀବ କୁମାର ଚମ୍ପତ୍ତି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031