Indus Valley Times

ଗଜପତି : ବିଶ୍ଵ ଶାନ୍ତି ଦିବସ ପାଳିତ

 Breaking News

ଗଜପତି : ବିଶ୍ଵ ଶାନ୍ତି ଦିବସ ପାଳିତ

ଗଜପତି : ବିଶ୍ଵ ଶାନ୍ତି ଦିବସ ପାଳିତ
September 22
20:08 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୯: ପାରାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ବିଶ୍ଵଶାନ୍ତି ଦିବସ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ଵାବଧାନରେ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ ।
ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁରର ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ଏହି ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।
ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡିର ବରିଷ୍ଟ ଶିକ୍ଷକ ଶ୍ରୀ ୟୁ: ଧର୍ମା ରାଓ ଙ୍କ ସମେତ ଶିକ୍ଷକ ଶ୍ରୀ ପରମେଶ୍ବର ନାୟକ , ଶ୍ରୀ କେ: ବାସୁଦେବ ରାଓ , ଶ୍ରୀ କେ ଭି: ରେଡ୍ଡୀ , ଶ୍ରୀ ସୁଦୀପ୍ତ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ଶ୍ରୀ ଧୀରେନ୍ଦ୍ର କୁମାର ସାମଲ , ଶ୍ରୀମତୀ ରେଖା ରାଣୀ ଦେଓ , ଶ୍ରୀମତୀ ତପସ୍ଵିନୀ ପଣ୍ଡା , ଦର୍ଶିତା ପଟ୍ଟନାୟକ , ଶ୍ରୀ ଦିଲେଶ୍ୱର୍ ତୃଣ , ଶ୍ରୀ ଶିବରାମ ଭୂୟାଁ , ଶ୍ରୀ ଲିଙ୍ଗରାଜ ସାହୁ ପ୍ରମୁଖ ଶୋଭାଯାତ୍ରାର ପରିଚାଳନାରେ ସହଯୋଗ କରିଥିଲେ ।
ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ , ମହାରାଜ ଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ , ମହେନ୍ଦ୍ର ଗିରି ସରକାରୀ ଉଚ୍ଚ ବିଦ୍ୟାଳୟ , ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୂର୍ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୫୦ ଜଣ ସ୍କାଉଟ ଓ ଗାଇଡ ଛାତ୍ର/ଛାତ୍ରୀ ଏହି ସଚେତନତା ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ପୋଲିସ ବିଭାଗ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031