Indus Valley Times

ଗଜପତି : ଭାରତ ସରକାରଙ୍କ ହାଉସିଂ ଏଣ୍ଡ ଅର୍ବାନ ଏଫେୟାର୍ସ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ଗଜପତି ଜିଲ୍ଲା ଗ୍ରସ୍ତ ଓ ସମୀକ୍ଷା

 Breaking News

ଗଜପତି : ଭାରତ ସରକାରଙ୍କ ହାଉସିଂ ଏଣ୍ଡ ଅର୍ବାନ ଏଫେୟାର୍ସ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ଗଜପତି ଜିଲ୍ଲା ଗ୍ରସ୍ତ ଓ ସମୀକ୍ଷା

June 27
18:49 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୭/୬: ଭାରତ ସରକାରଙ୍କ ହାଉସିଂ ଏଣ୍ଡ ଅର୍ବାନ ଏଫେୟାର୍ସ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀମତୀ ରୁପା ମିଶ୍ର ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକ୍ରମ ପରିଦର୍ଶନ କରି ପାରଳାଖେମୁଣ୍ଡି ଠାରେଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ମୁଖ୍ୟତଃ ଆକାଂକ୍ଷା ଜିଲ୍ଲା ଗଜପତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀତା ହେଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କିଭଳି କାର୍ଯ୍ୟକାରୀ ହେଉଛି ଓ ତାର ଅଗ୍ରଗତିର ପରିଦର୍ଶନ ଓ ସମୀକ୍ଷା କରିଥିଲେ ।
ବିଶେଷ କରି ବର୍ଷା ଜଳ ସଂରକ୍ଷଣର ଜଳସମ୍ପଦ ପରିଚାଳନା ଉପରେ ଜିଲ୍ଲାର ଜଳସେଚନ , ଜଳ ବିଭାଜିକା ଓ ଜଳ ଯୋଗାଣ କ୍ଷେତ୍ରରେ କାର୍ଯ୍ୟକାରୀତା ଓ ଅଗ୍ରଗତି ଉପରେ ପରିଦର୍ଶନ ଓ ସମୀକ୍ଷା କରିଥିଲେ ।
ଯୁଗ୍ମ ସଚିବ ଶ୍ରୀମତୀ ମିଶ୍ର ଗୁମ୍ମା ବ୍ଲକର କୁର୍ଲଣ୍ଡା ଗ୍ରାମରେ ଅମୃତ ସରୋବର ପ୍ରକଳ୍ପର ଖଜୁରୀ ବନ୍ଧ ପରିଦର୍ଶନ କରିବା ସହ ଉକ୍ତ ଯୋଜନାର ମନରେଗା କାମର ହିତାଧିକାରୀଙ୍କୁ ଜବକାର୍ଡ ଓ ପାରିଶ୍ରମିକ ଉପରେ ପଚାରି ବୁଝିଥିଲେ ।
ଏଥି ସହିତ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟକ୍ରମ ଓ ଏହାଦ୍ୱାରା ଚାଷୀ କିଭଳି ଉପକୃତ ହେବେ , ବିଭାଗିୟ ଯନ୍ତ୍ରୀଙ୍କୁ ପଚାରି ବୁଝିଥିଲେ ।
ସେହିଭଳି ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଜୀବା ପଞ୍ଚାୟତର ଅନୁକୁଣ୍ଡା ଗ୍ରାମରେ ହୋଇଥିବା ଅମୃତ ସରୋବର କାର୍ଯ୍ୟ ଅନ୍ତର୍ଗତ ବଡ଼ବନ୍ଧ ପରିଦର୍ଶନ କରି ତାହା ଏସଏଚଜୀ ମହିଳା ମାନଙ୍କୁ ପ୍ରଦାନ କରିବା ଏବଂ ତା’ଦ୍ୱାରା ସେମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ, ସେ ସମ୍ପର୍କରେ ବୁଝାଇଥିଲେ ।
ଯୁଗ୍ମ ସଚିବ ଶ୍ରୀମତୀ ମିଶ୍ରଙ୍କ ଏହି ଗ୍ରସ୍ତ ବେଳେ ତାଙ୍କ ସହିତ ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମନରେଗା ଜିଲ୍ଲା ସଂଯୋଜିକା ରଶ୍ମିତା ଦାସ , ଗୁମ୍ମା ବିଡ଼ିଓ ଶ୍ରୀ ଭାସ୍କର ଚନ୍ଦ୍ର ସାହୁ , ଏପିଡି ଶ୍ରୀ ଜ୍ୟୋତି ରଞ୍ଜନ ଅଧିକାରୀ , କ୍ଷୁଦ୍ର ଜଳସେଚନ ବିଭାଗର ଶ୍ରୀ ସୌମ୍ୟ ସୁଧାକର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହାପରେ ଯୁଗ୍ମ ସଚିବ ଶ୍ରୀମତୀ ମିଶ୍ର ପାରଳାଖେମୁଣ୍ଡି ପୌର ପରିଷଦ ଅଞ୍ଚଳରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ ।
ଏହି ପରିଦର୍ଶନ ବେଳେ ପୌର ପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା , ପୌରଯନ୍ତ୍ରୀ ସୁନୀଲ ଚମ୍ପତ୍ତି , କନିଷ୍ଠ ଯନ୍ତ୍ରୀ ଏମ ଯୁଧିଷ୍ଠିର , ନକୁଳ ବିଶୋଇ ଏବଂ ଇନ୍ଦିରା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।
ସନ୍ଧ୍ୟାରେ ଏସବୁ ଉପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମହାରାଷ୍ଟ୍ରର ପୁନେ ସ୍ଥିତ କେନ୍ଦ୍ରୀୟ ଜଳଶକ୍ତି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଶ୍ରୀ ପରାଗ ପାଟିଲ ଏବଂ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ ।
ଏଥିରେ ସମ୍ପୃକ୍ତ ବିଭିନ୍ନ ବିଭାଗ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଯନ୍ତ୍ରୀ ମାନେ ଉପସ୍ଥିତ ଥିବା ବେଳେ ସମସ୍ତଙ୍କୁ ନେଇ ଯୁଗ୍ମ ସଚିବ ଶ୍ରୀମତୀ ରୁପା ମିଶ୍ର, କାର୍ଯ୍ୟକାରୀତା ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031