Indus Valley Times

ଗଜପତି: ମୋହନା ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ମୋହନା ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

November 01
19:19 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୧୧: ଗଜପତି ଜିଲ୍ଲା ମୋହନା ସହର ଦୀର୍ଘବର୍ଷ ଧରି ବସବାସ କରୁ ଆସୁଥିବା ବ୍ରାହ୍ମଣ ପରିବାରଙ୍କୁ ନେଇ ଏକ ବ୍ରାହ୍ମଣ ସମାଜ ସଂଗଠନ ଗଠିତ ହୋଇଯାଇଛି।
ଏହି ପରିପେକ୍ଷୀରେ ସ୍ଥାନୀୟ ବରିଷ୍ଠ ଓକିଲ ସନ୍ତୋଷ କୁମାର ପାଢ଼ୀଙ୍କ ଆବାହକତ୍ଵରେ ରବିବାର ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ପୁରୋହିତ ଶ୍ରୀଶିବ ଶଙ୍କର ପଣ୍ଡା , ସଙ୍କଟ ମୋଚନଙ୍କୁ ଆରାଧନା କରି ଧୂପ, ଦୀପ, ନୈବେଦ୍ୟ ଓ ମନ୍ତ୍ର ଉଚ୍ଚାରଣ କରି ପୂଜାପାଠ କରାଯିବା ପରେ ୨ ଶହରୁ ଉର୍ଦ୍ଧ୍ଵ ବ୍ରାହ୍ମଣ ବ୍ୟକ୍ତିଙ୍କୁ ନେଇ ଏକ ସଭାର ଆୟୋଜନ କରା ଯାଇଥିଲା ।
ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବ୍ରାହ୍ମଣ ସମାଜ ଗଠନ କରିବାର ଆବଶ୍ୟକତା, ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଶୃଙ୍ଖଳିତ ସୁଚିନ୍ତାଧାରାକୁ ନେଇ ମତବ୍ୟକ୍ତ କରିଥିଲେ । ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ପରେ ସମସ୍ତଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ସମାଜ ପାଇଁ ଏକ ପରିଚାଳନା କମିଟି ଚୟନ କରା ଯାଇଥିଲା ।
ଏହି କମିଟିରେ ସଭାପତି ଭାବେ ବରିଷ୍ଠ ଶିକ୍ଷାବିତ ଶ୍ରୀ ରମେଶ ଚନ୍ଦ୍ର ମହାପାତ୍ର ମନୋନୀତ ହୋଇଥିବା ବେଳେ ଉପସଭାପତି ବିଶିଷ୍ଟ ବ୍ୟବସାୟୀ ଶ୍ରୀ ସତ୍ୟନାରାୟଣ ପତି, ସମ୍ପାଦକ ଭାବେ ବରିଷ୍ଠ ଓକିଲ ଶ୍ରୀ ସନ୍ତୋଷ କୁମାର ପାଢୀ, ଯୁଗ୍ମ ସମ୍ପାଦକ ସମାଜସେବୀ ଶ୍ରୀ ମନ୍ମଥ ମିଶ୍ର , ସଙ୍ଗଠନ ସମ୍ପାଦକ ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀ ଗଗନ କୁମାର ଦାଶ , କୋଷାଧ୍ୟକ୍ଷ ଗୁରୁଜୀ ଶ୍ରୀ ସୁଧାଂଶୁ ଶେଖର ପାଣିଗ୍ରାହୀ , ସ୍ୱତନ୍ତ୍ର ପ୍ରତିନିଧି ବରିଷ୍ଠ ଶିକ୍ଷାବିତ ଶ୍ରୀ ମଧୁସୂଦନ ପାଢୀ, ଉପଦେଷ୍ଟା ମଣ୍ଡଳୀରେ ପୁରୋହିତ ଶ୍ରୀ ଶିବ ଶଙ୍କର ପଣ୍ଡା , ପଣ୍ଡିତ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ , ଶ୍ରୀ ରଘୁନାଥ ସୁଆର , ଶ୍ରୀ ରବିନ୍ଦ୍ର କୁମାର ଦାଶ , ଶ୍ରୀ ଭୂବନ ନାୟକ ଓ ଗଣମାଧ୍ୟମ ସଂଯୋଜକ ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ପଞ୍ଚାନନ ଦାଶ ଏବଂ ଶ୍ରୀ ଅଂଶୁମାନ ପଣ୍ଡା ସର୍ବସମ୍ମତି କ୍ରମେ ଚୟନ ହୋଇଥିଲେ ।
ଏହାପରେ ପରିଚାଳନା କମିଟିର କର୍ମକର୍ତ୍ତାଙ୍କୁ ନେଇ ସଭାପତି ଏକ ବୈଠକ କରିଥିଲେ। ସେଥିରେ ନିତୀ ନିର୍ଦ୍ଧାରଣ କରାଯିବା ସହ ଆସନ୍ତା ମାସ ୬ ତାରିଖରେ ସଦସ୍ୟ ମାନଙ୍କ ଉପସ୍ଥିତିରେ ଆଉ ଏକ ବୈଠକ କରାଯିବାକୁ ସ୍ଥିର ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031