Indus Valley Times

ଗଜପତି : ରାଜ୍ୟ ଭିନ୍ନକ୍ଷମ ଅୟୁକ୍ତ ଓଡ଼ିଶାଙ୍କ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଅଦାଲତ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ରାଜ୍ୟ ଭିନ୍ନକ୍ଷମ ଅୟୁକ୍ତ ଓଡ଼ିଶାଙ୍କ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଅଦାଲତ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

July 21
10:22 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୧/୭: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଓଡ଼ିଶା ଓ ଜିଲ୍ଲାପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଅଦାଲତ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅଦାଲତ ଶିବିର କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଅଧ୍ୟକ୍ଷା ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଜ୍ୟ ଭିନ୍ନକ୍ଷମ ବିଭାଗ , ଓଡ଼ିଶା ଓଏସଡି: ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗଜପତି- ଶ୍ରୀ ସନ୍ତୋଷ କୁମାର ନାୟକ , ରାଜ୍ୟ ଭିନ୍ନକ୍ଷମ ବିଭାଗ ଓଡ଼ିଶା-କାଉନସିଲର ଶ୍ରୀ ସୁରେନ୍ଦ୍ର ବରାଳ ପ୍ରମୁଖ ଉପସ୍ଥିତ ରହି ସମସ୍ତ କେଶକୁ ଶୁଣାଣି କରିଥିଲେ।
ଆଜି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଅଦାଲତ ଶିବିରରେ ୨୧ ଗୋଟି ଅଭିଯୋଗ କେଶ ଶୁଣାଣି ପାଇଁ ଆସିଥିବା ବେଳେ ସେଥି ମଧ୍ୟରୁ ୧୭ ଅଭିଯୋଗକାରୀ ଉପସ୍ଥିତ ଥିଲେ।
ସେଥି ମଧ୍ୟରୁ ୪ ଗୋଟି ଅଭିଯୋଗକୁ ତୁରନ୍ତ ଫୌସଲା କରାଯାଇ ସମାଧାନ କରା ଯାଇଥିବା ବେଳେ ୫ ଗୋଟି ନୂତନ ଅଭିଯୋଗ ଗ୍ରହଣ କରା ଯାଇଥିଲା ।
ସେମାନଙ୍କ ମଧ୍ୟରୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁଇ ଜଣଙ୍କୁ ହୁଇଲ୍ ଚେୟାର ଓ ୨ ଜଣଙ୍କୁ ଟ୍ରାଏ ସାଇକେଲ ଆୟୁକ୍ତ ଅଧ୍ୟକ୍ଷା ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କ ଦ୍ଵାରା ପ୍ରଦାନ କରା ଯାଇଥିଲା ।
ରାଜ୍ୟ ସରକାର ସମାଜରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଅଧିକାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ସେମାନଙ୍କୁ ଯଥା ସମ୍ଭବ ସବୁ କାର୍ଯ୍ୟରେ ଯୋଗଦାନ କରିବାର ଅଧିକାର ଦେବା ଆମ ସମାଜର ପ୍ରଥମ କର୍ତ୍ତବ୍ୟ।
ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ନ୍ୟାୟ ଯୋଗାଇ ଦେବା ନିମନ୍ତେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଗଠନ କରାଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ତ୍ବରିତ୍ ଯୋଗାଇ ଦେବା ନିମନ୍ତେ ତପ୍ତରତା ସହ କାର୍ଯ୍ୟ କରି ଆସୁଛନ୍ତି।
ବିଶେଷକରି ଭିନ୍ନକ୍ଷମ ଅଧିକାରକୁ ସୁରକ୍ଷିତ ରଖିବାପାଇଁ ସେମାନଙ୍କ ସାମାଜିକ , ଅର୍ଥନୈତିକ , ଶିକ୍ଷା , ସ୍ୱାସ୍ଥ୍ୟ କିଭଳି ସୁଦୃଢ ରହିବ ସେଥିପାଇଁ ରାଜ୍ୟ ସରକାର ଭିନ୍ନକ୍ଷମ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବ୍ରତତୀ ହରିଚନ୍ଦନ କହିଥିଲେ।
ଆଜିର ଭିନ୍ନକ୍ଷମ ଅଭିଯୋଗ ଶୁଣାଣି ଶିବିରରେ ନୂଆଗଡ ବିଡ଼ିଓ ଶ୍ରୀ ଲୋକନାଥ ଶବର , କାଶୀନଗର ବିଡ଼ିଓ ଶ୍ରୀ ଡ଼ମ୍ବୁରୁଧର ମଲ୍ଲିକ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ବଡରଇତ , ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଗଜପତି ଶ୍ରୀ ତୁଷାର ହେମ୍ବ୍ରମ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭାଗୀୟ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ରିଙ୍କୁ ମହାରଣା ଓ ଶ୍ରୀ ସୁମନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031