Indus Valley Times

ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓଙ୍କ ଚଢ଼ାଉ ,ଚାରି ଜଣ ବନ୍ୟଜନ୍ତୁ ଶିକାରୀ ଗିରଫ

 Breaking News

ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓଙ୍କ ଚଢ଼ାଉ ,ଚାରି ଜଣ ବନ୍ୟଜନ୍ତୁ ଶିକାରୀ ଗିରଫ

December 22
14:24 2020

ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ଦଶପଲ୍ଲା,୨୨/୧୨: ନୟାଗଡ ଜିଲ୍ଲା ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ମଧ୍ୟଖଣ୍ଡ ଵିଟ୍ ସିଲିଗୁଡା ଗ୍ରାମରେ ଚଢ଼ାଉ କରି ଚାରି ଜଣ ବନ୍ୟଜନ୍ତୁ ଶିକାରୀ ଙ୍କୁ ଗିରଫ କରିବା ସହ ସାଢ଼େ ତିନି କେଜି ବାରହା ମାଂସ ,ଟାଙ୍ଗିଆ, ଜିଆଇ ତାର ଜବତ କରିଛନ୍ତି।ଶିକାରୀ ମାନେ ହେଲେ ଦଶପଲ୍ଲା ବ୍ଲକ୍ ଘୁଗୁଡିପଡା ପଞ୍ଚାୟତ ସିଲିଗୁଡ଼ା ଗ୍ରାମର ପ୍ରକାଶ ବେହେରା,ସୁଶାନ୍ତ ନାୟକ,ପ୍ରଦୀପ ଘଣ୍ଟା,କାହୁଁ ବେହେରା ବୋଲି ଜଣାପଡ଼ିଛି । ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓଙ୍କ ସହିତ ମଧ୍ୟ ଖଣ୍ଡ ଵିଟ୍ ବନପାଳ ପବିତ୍ର ପରିଡ଼ା ,ଫରେଷ୍ଟ ଗାର୍ଡ ପ୍ରମୁଖ ଚଢ଼ାଉ ରେ ସାମିଲ ଥିଲେ।ଜଙ୍ଗଲ ସଂରକ୍ଷଣ ଆଇନ ଅନୁଯାୟୀ ୪୧/୨୦ ରେ ଏକ ମାମଲା ରୁଜୁ କରାଯାଇ ଦଶପଲ୍ଲା ବିଚାର ବିଭାଗୀୟ ଅଦାଲତକୁ ଗିରଫ ହୋଇଥିବା ଚାରି ଜଣଙ୍କୁ ପଠା ଯାଇଥିବା ବନାଞ୍ଚଳ ଅଧିକାରିଣୀ କହିଛନ୍ତି। ବନାଞ୍ଚଳ ଅଧିକାରିଣୀଙ୍କ ଏଭଳି ଘନ ଘନ ଚଢ଼ାଉ ଦ୍ଵାରା କାଠ ମାଫିଆ ମାନଙ୍କ ସହିତ ଜଂଗଲୀ ଜନ୍ତୁ ଶିକାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031