Indus Valley Times

ଗଣେଶ ଭସାଣୀ ବେଳେ ଅଘଟଣ : ଚାଲିଗଲା ବଡ଼ ଭାଇଙ୍କ ଜୀବନ, ସାନ ଭାଇ ଗୁରୁତର

 Breaking News

ଗଣେଶ ଭସାଣୀ ବେଳେ ଅଘଟଣ : ଚାଲିଗଲା ବଡ଼ ଭାଇଙ୍କ ଜୀବନ, ସାନ ଭାଇ ଗୁରୁତର

ଗଣେଶ ଭସାଣୀ ବେଳେ ଅଘଟଣ : ଚାଲିଗଲା ବଡ଼ ଭାଇଙ୍କ ଜୀବନ, ସାନ ଭାଇ ଗୁରୁତର
September 08
16:43 2024

ବାଲେଶ୍ୱର, ୮/୯ : ଗତକାଲି ଗଣେଶ ପୂଜା ଥିବା ବେଳେ ଆଜି ଧୁମଧାମରେ ହେଉଥିଲା ବିସର୍ଜନ । ବିସର୍ଜନ ଦେଖିବାକୁ ପୋଖରୀ ନିକଟରେ ଜମିଥିଲା ପ୍ରବଳ ଭିଡ଼। ଏହି ସମୟରେ ଘଟିଲା ଅଘଟଣ । ବିସର୍ଜନ ଦେଖିବାକୁ ଯାଇଥିବା ଦୁଇ ସମ୍ପର୍କୀୟ ଭାଇ ପୋଖରୀରେ ବୁଡ଼ିଗଲେ।
ଏପରି ଏକ ଦୁଃଖଦ ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଘଟିଛି। ଏହି ଅଘଟଣରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇର ଅବସ୍ଥା ଗୁରୁତର ରହିଛି।
ମୃତକ ହେଲେ ଅରୁଣ ରାଉତଙ୍କ ବଡ଼ ପୁଅ ୧୧ ବର୍ଷୀୟ ପ୍ରତ୍ୟୁଷ ରଞ୍ଜନ ରାଉତ । ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ । ତାଙ୍କ ଦାଦା ପୁଅ ଭାଇ ୮ ବର୍ଷୀୟ ସତ୍ୟଜିତ ରାଉତ ଗୁରୁତର ଥିବା ଜଣାଯାଇଛି।
ଗତକାଲି କୁଳିଗାଁରେ ବଡ଼ ଧୁମଧାମରେ ବାବା ଗଣେଶଙ୍କ ପୂଜାର୍ଚନା ଚାଲିଥିବା ବେଳେ ଆଜି ହୋଇଥିଲା ବିସର୍ଜନ । ପ୍ରୋସେସନ କରି ଗ୍ରାମର କିଛି ଯୁବକ ଗଣେଶ ମୂର୍ତ୍ତିକୁ ଗାଁରେ ଥିବା ପୋଖରୀ କୂଳକୁ ନେଇଥିଲେ। ବିସର୍ଜନ ଦେଖିବାକୁ ପ୍ରବଳ ଭିଡ ଜମିଥିଲା। ପ୍ରତ୍ୟୁଷ ମଧ୍ୟ ନିଜ ସାନ ଭାଇ ସତ୍ୟଜିତଙ୍କ ସହ ବିସର୍ଜନ ଦେଖିବାକୁ ଯାଇଥିଲେ।
ଏହି ସମୟରେ ଅସାବଧାନତାବଶତଃ ଦୁଇ ଭାଇ ପାଣିରେ ବୁଡ଼ି ଯାଇଥିଲେ। ଏହାଦେଖି ତୁରନ୍ତ ପାଖରେ ଥିବା ଲୋକ ଉଭୟଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରତ୍ୟୁଷଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ଏହି ଦୁଃଖଦ ଘଟଣା ପରେ ହସଖୁସିରେ ଫାଟି ପଡ଼ୁଥିବା ଗାଁରେ ନୀରବତା ଛାଇ ଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930