Indus Valley Times

ଗାଡ଼ିରୁ ମିଳିଥିଲା ମୋଟା ଅଙ୍କର ଟଙ୍କା; ବନ୍ଧା ହେଲେ ବିଡିଓ ମାଡାମ୍

 Breaking News

ଗାଡ଼ିରୁ ମିଳିଥିଲା ମୋଟା ଅଙ୍କର ଟଙ୍କା; ବନ୍ଧା ହେଲେ ବିଡିଓ ମାଡାମ୍

ଗାଡ଼ିରୁ ମିଳିଥିଲା ମୋଟା ଅଙ୍କର ଟଙ୍କା; ବନ୍ଧା ହେଲେ ବିଡିଓ ମାଡାମ୍
August 02
11:29 2024

ଭବାନୀପାଟଣା,୨/୮: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଶୁକ୍ରବାର ଗିରଫ ହୋଇଛନ୍ତି। ଗୁରୁବାର ଅପରାହ୍ନରେ ସରକାରୀ ଗାଡ଼ିରେ ସେ ପ୍ରାୟ ୫ ଲକ୍ଷ ଟଙ୍କା ନେଇ ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ବାଟରେ କୋଣସି ସୂତ୍ରରୁ ଖବର ପାଇ ଜୁନାଗଡ଼ ବ୍ଲକ ଜାରିଙ୍ଗ ଛକ ନିକଟରେ ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା। ଏହି ସମୟରେ ବିଡିଓଙ୍କ ସରକାରୀ ଗାଡ଼ିରୁ ନଗଦ ୪.୯୨ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଥିବା ବେଳେ ଟଙ୍କାର ସଠିକ୍ ଉତ୍ତର ଦେଇ ପାରି ନ ଥିଲେ।
ଫଳରେ ଭିଜିଲାନ୍ସ ବିଭାଗ ବିଡିଓ କାର୍ତ୍ତିକଙ୍କୁ ନେଇ ଭବାନୀପାଟଣା କାର‌୍ୟ୍ୟାଳୟରେ ଅଟକ ରଖି ପଚରାଉଚରା କରିଥିଲା। ଅନ୍ୟପଟେ, ବିଡିଓ କାର୍ତ୍ତିିକ ଲକ୍ଷାଧିକ ଟଙ୍କା କେଉଁଠୁ ଆଣିଲେ ଓ କାହାଠୁ ଆଣିଲେ ସେନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବା ବେଳେ ସେପଟେ କୋରାପୁଟରେ ଥିବା ତାଙ୍କ ପୈତୃକ ବାସଭବନ, ରାୟଗଡ଼ାରେ ଥିବା ସ୍ବାମୀଙ୍କ ଘର, ଗୋଲାମୁଣ୍ଡା ବ୍ଲକ କାର‌୍ୟ୍ୟାଳୟ ଓ ସରକାର ବାସଭବନ ସମେତ ଭୁବନେଶ୍ୱରରେ ଥିବା କୋଠା ଆଦି ସ୍ଥାନରେ ବର୍ତ୍ତମାନ ଚଢ଼ାଉ ଜାରି ରହିଥିଲା। ତେବେ ଆଜି ତାଙ୍କୁ ଗିରଫ କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031