Indus Valley Times

ଗୁରୁ-ଶିଷ୍ୟର ମହାନ ପରମ୍ପରା, ଜୀବନର ପଥ ପ୍ରଦର୍ଶକରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

 Breaking News

ଗୁରୁ-ଶିଷ୍ୟର ମହାନ ପରମ୍ପରା, ଜୀବନର ପଥ ପ୍ରଦର୍ଶକରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ଗୁରୁ-ଶିଷ୍ୟର ମହାନ ପରମ୍ପରା, ଜୀବନର ପଥ ପ୍ରଦର୍ଶକରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା
September 05
09:09 2024

ଓଡ଼ିଶା, ୫/୯ : ଆଜି ସେପ୍ଟେମ୍ବର ୫ ତାରିଖ। ଗୁରୁ ଦିବସ। ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି।
ଶିକ୍ଷା ଦୀକ୍ଷା ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ ଜଣେ ବ୍ୟକ୍ତିକୁ କରାଏ ସଫଳ। ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ।
ଏହି ଅବସରରେ ଶିକ୍ଷା, ଦୀକ୍ଷା ଓ କର୍ମ ଆଦି ବିଭିନ୍ନ କ୍ଷେତ୍ରରେ ନିଜ ନିଜ ଗୁରୁରଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ଜଣାଇବେ ଶିଷ୍ୟ। ଅନ୍ୟପକ୍ଷରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଧୂମଧାମରେ ପାଳିତ ହେଉଛି ଗୁରୁ ଦିବସ ଉତ୍ସବ।
ଆସନ୍ତୁ ଜାଣିବା, ଏହି ଦିନଟିର ତାତ୍ପର୍ଯ୍ୟ ଏବଂ କେବେଠାରୁ ଓ କାହିଁକି ‘ଗୁରୁ ଦିବସ ପାଳନ କରାଯାଉଛି।
ମହାନ୍ ଦାର୍ଶନିକ, ଶିକ୍ଷାବିତ୍ ତଥା ଭୂତପୂର୍ବ ରାଷ୍ଟ୍ରପତି, ପ୍ରଫେସର୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥିକୁ ଗୁରୁଦିବସ ବୋଲି ପାଳନ କରାଯାଏ।
ଶିକ୍ଷାଦାନ ବୃତ୍ତିରୁ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ହୋଇ ପରେ ‘ଭାରତ ରତ୍ନପାଇଥିବା ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଭାରତୀୟ ଶିକ୍ଷା କ୍ଷେତ୍ରକୁ ସ୍ମରଣୀୟ ଅବଦାନ ରହିଛି। ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ହେବା ପରେ ଡକ୍ଟର୍ ରାଧାକ୍ରିଷ୍ଣନ୍ ୧୯୬୨ ମସିହା ମେ ୧୪ ତାରିଖରେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ ଏବଂ ସଂପୂର୍ଣ୍ଣ ୫ ବର୍ଷ ଯାଏ ଏହି ଦାୟିତ୍ୱରେ ରହିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930