Indus Valley Times

ଚରକ ବୈଦ୍ୟ ସଂଘର ପାଞ୍ଚଜଣକୁ ଚିକିତ୍ସାକ ପ୍ରମାଣ ପତ୍ର

 Breaking News

ଚରକ ବୈଦ୍ୟ ସଂଘର ପାଞ୍ଚଜଣକୁ ଚିକିତ୍ସାକ ପ୍ରମାଣ ପତ୍ର

September 05
17:58 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ମୁନିଗୁଡ଼ା, ୫/୯: ରାୟଗଡ଼ା ଜିଲ୍ଲା ମୁନିଗୁଡା ଠାରେ ପ୍ରତିଷ୍ଠିତ ରାଜ୍ୟର ସର୍ବପୁରାତନ ତଥା ପ୍ରଥମ ପଞ୍ଜକୂତ ଚରକ ଆୟୁର୍ବେଦ ଵୈଦ୍ୟ ସଂଘର ପାଞ୍ଚାଜଣ ସଦସ୍ୟ ମାନଙ୍କୁ ଵାଙ୍ଗଲାର ସ୍ଥିତ ଟ୍ରେନସ,ଡିସି ପିଲିନାରୀ ହେଲଥ ସାଇନିସ ଆଣ୍ଡା ଟେକ୍ନୋଲୋଜି ବିଶ୍ଵବିଦ୍ୟାଳୟ ତରଫରୁ ପାରମ୍ପରିକ ଗୋଷ୍ଠୀ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ସ୍ବୈଛିକ ପ୍ରମାଣ ପତ୍ର ଯୋଜନାରେ ପାଞ୍ଚା ବର୍ଷ ଅଵଧାର ନବୀକରଣୀୟ ପ୍ରମାଣ ପତ୍ର କରାଯାଇଅଛି ।
ଗତ ମାସ ୨୯ ତାରିଖ ଦିନ ଜିଲ୍ଲା ସଦରମହକୁମା ଅନ୍ତର୍ଗତ ବନ ଖଣ୍ଡ ଅଧିକାରୀଙ୍କ କାର‌୍ୟ୍ୟାଳୟର ପରିସରରେ ଆୟୋଜିତ ଏକ ସଂଗୋଷ୍ଠୀ ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୯ଜଣ କୃତି ବୈଦ ମାନଙ୍କ ମଧ୍ୟରୁ ମୁନିଗୁଡାର ସର୍ବଶ୍ରୀ ଚତୂଭୂଜ ଧାଙ୍ଗଡାମାଝୀ, ବାଞ୍ଛାନିଧି ପାତ୍ର, ପଦ୍ମନ ପ୍ରଧାନୀ,ପ୍ରମୋଦ କୁମାର୍ ସାହୁକାର, ଏବଂ ଅଜିତ କୁମାର୍ ମହାରଣା ଙ୍କୁ ଵିଶ୍ଵ ବିଦ୍ୟାଳୟ ନିବନ୍ଧକ ଙ୍କ ସ୍ବାକ୍ଷର ସମୂଳିତ ପ୍ରମାଣ ପତ୍ର ବନ ଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସଚିନ୍ ଆନ୍ନା ସାହେଵ ଓହୋଲେ ବରିଷ୍ଠ ସହକାରୀ ଵନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ଏବଂ ଶ୍ରୀ ସନ୍ଦୀପ ପୃଷ୍ଠିଙ୍କ ଉପସ୍ଥିତ ରେ ପ୍ରଦାନ କରାଯାଇଥିଲ।ଜନ ଜାତି ଅଞ୍ଚଳର ବିଜ୍ଞାନ ସମ୍ମତ ପାରମ୍ପାରିକ ସ୍ବାସ୍ଥ୍ୟ ରକ୍ଷା ସଂପର୍କିତ ଜ୍ଞାନ କୈଶଳର ସଂରକ୍ଷଣ ସହ ତାହାର ପ୍ରଚାର,ପ୍ରସାର, ଵନାଞ୍ଚଳରେ ଉପଲବ୍ଧ ଔଷଧୀୟ ବୃକ୍ଷ ଲତାର ମହନୀୟ ଅମଳ ସୁରକ୍ଷା ଏବଂ କୃଷି ତଥା ଗୋଷ୍ଠୀ ସ୍ଵାସ୍ଥ୍ୟ ସେବା ପ୍ରଦାନକାରୀ ଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଉକ୍ତ କାର୍ଯ୍ୟକ୍ରମରେ ସୁଯୋଗ ପ୍ରଦାନକାରୀ ସଂସ୍ଥା ପରିମଲରେ ଜିଲ୍ଲା ସଂଯୋଜିକା ଅଶୋକ ଵାଗ, ଟିମ୍ ଲିଡର ସୁଶ୍ରୀ ମ୍ମତାରାଣୀ ସାମନ୍ତରାୟ, ଆୟୁଷ ସାହୁ,ଓ ପୂର୍ଣ୍ଣିମା ପ୍ରମୁଖ ଉପସ୍ଥିତ ରହି ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031