Indus Valley Times

ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଗଲେ ଶିକ୍ଷକ ଦମ୍ପତି

 Breaking News

ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଗଲେ ଶିକ୍ଷକ ଦମ୍ପତି

August 10
22:03 2024

ଘସିପୁରା,୧୦/୮ : ଚାକିରି କରାଇ ଦେବା ନାଁରେ ଅର୍ଥ ତୋଷରପାତ କରି ଜଣେ ଶିକ୍ଷୟିତ୍ରୀଙ୍କୁ ଶେଷରେ ଜେଲ୍ ଯିବାକୁ ପଡ଼ିଛି। ଶିକ୍ଷୟିତ୍ରୀ ଜଣଙ୍କ ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ବେଳେ ଠକାମିର ଶିକାର ଜଣେ ଯୁବତୀ ଶେଷରେ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଆଧାରରେ ପୋଲିସ ଶିକ୍ଷୟିତ୍ରୀଙ୍କୁ ଗିରଫ କରି ଗ୍ରାମ୍ୟ ଅଦାଲତରେ ହାଜର କରିଛି। ତେବେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଶେଷରେ ଶିକ୍ଷୟିତ୍ରୀଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଆନନ୍ଦପୁର ଥାନା ଅଧୀନ ଚୋରଗଡ଼ିଆ ଗୋପାଳପୁରର ଯୁବତୀ ମଧୁସ୍ମିତା ଜେନାଙ୍କ ଅଭିଯୋଗ ଆଧାରରେ ଘସିପୁରା ପୋଲିସ ୩୧୪/୨୪ରେ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କୁମାର ବେହେରାଙ୍କ ସ୍ତ୍ରୀ ଅଭିଯୁକ୍ତ ଶିକ୍ଷୟିତ୍ରୀ ଅନସୂୟା ବାରିକଙ୍କୁ ଆନନ୍ଦପୁର ପୌରାଞ୍ଚଳ ଜଅଁରାସ୍ଥିତ ବାସଗୃହରୁ ଗିରଫ କରିଛି।
ଅଭିଯୁକ୍ତ ଶିକ୍ଷୟିତ୍ରୀ ଯାଜପୁର ଜିଲା ରଗଡ଼ି ତାଳପଦା ସେବାଶ୍ରମରେ ଶିକ୍ଷକତା କରୁଛନ୍ତି। ସେ ଅଭିଯୋଗକାରୀ ମଧୁସ୍ମିତାଙ୍କୁ ପଞ୍ଚାୟତ କାର‌୍ୟ୍ୟନିର୍ବାହୀ ଅଧିକାରୀ ଭାବେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ୫ ଲକ୍ଷ ୬୫ ହଜାର ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଘସିପୁରା ପୋଲିସ ମନୀଷା ଗୁପ୍ତା ତଦନ୍ତ କରି ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଅଦାଲତରେ ହାଜର କରାଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930