Indus Valley Times

ଚିକିତ୍ସା ପାଇଁ ବଡ଼ ମେଡିକାଲ ଆଣିଥିଲେ ମାଆ, ଭଲ ହେବା ବଦଳରେ ସବୁଦିନ ପାଇଁ ଛାଡ଼ିଦେଲା ହାତ

 Breaking News

ଚିକିତ୍ସା ପାଇଁ ବଡ଼ ମେଡିକାଲ ଆଣିଥିଲେ ମାଆ, ଭଲ ହେବା ବଦଳରେ ସବୁଦିନ ପାଇଁ ଛାଡ଼ିଦେଲା ହାତ

ଚିକିତ୍ସା ପାଇଁ ବଡ଼ ମେଡିକାଲ ଆଣିଥିଲେ ମାଆ, ଭଲ ହେବା ବଦଳରେ ସବୁଦିନ ପାଇଁ ଛାଡ଼ିଦେଲା ହାତ
March 24
16:40 2026

ଭୁବନେଶ୍ୱର, ୨୪/୩ : ରାଜଧାନୀର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ପୁଣିଥରେ ଚରମ ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ଭୁଲ୍ ଇଞ୍ଜେକ୍‌ସନ ଦେବାରୁ ଜଣେ ୧୧ ବର୍ଷୀୟ ନାବାଳକ ସାଇଙ୍କ ମୃତ୍ୟୁ ଘଟିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି।
ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି।ଖୋର୍ଦ୍ଧା ଜିଲ୍ଲାର ଚାନ୍ଦପୁରରୁ ଆସିଥିବା ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଭୟଙ୍କର ହଙ୍ଗାମା କରିଥିବା ବେଳେ, କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ମେଡିକାଲ ପରିସର।
ସାଇକେଲ ଧକ୍କାରେ ଆହତ ହୋଇଥିବା ଶିଶୁକୁ ଚିକିତ୍ସା ପାଇଁ ଆଣାଯାଇଥିଲା, କିନ୍ତୁ ଭୁଲ୍ ଚିକିତ୍ସା ଓ ଭୁଲ୍ ଇଞ୍ଜେକ୍‌ସନ ଯୋଗୁଁ ତାଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ପରିବାର ପକ୍ଷରୁ ହୋଇଛି।
ପୋଷ୍ଟମର୍ଟମ ୱାର୍ଡରେ ପରିବାର ଲୋକଙ୍କ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଥିବା ବେଳେ, ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯାଇଛି। ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ଅଡି ବସିଛନ୍ତି। ତେବେ ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଉଲ୍ଲେଖନୀୟ ଯେ, ଗତବର୍ଷ ମଧ୍ୟ ଏହି କ୍ୟାପିଟାଲ ହସ୍ପିଟାଲରେ ଭୁଲ୍ ଇଞ୍ଜେକ୍‌ସନ ଯୋଗୁଁ ଜଣେ ୩ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିଲା।
ସେତେବେଳେ ମଧ୍ୟ ଚିକିତ୍ସା ଅବହେଳା ଅଭିଯୋଗ ଉଠିଥିଲା ଏବଂ ମୃତକ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ପୁଣିଥରେ ଏପରି ଘଟଣା ଘଟିବାରୁ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031