Indus Valley Times

ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ, ଚତୁର୍ଥ ଲହର ଆଶଙ୍କା ନେଇ ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶକ

 Breaking News

ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ, ଚତୁର୍ଥ ଲହର ଆଶଙ୍କା ନେଇ ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶକ

ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ, ଚତୁର୍ଥ ଲହର ଆଶଙ୍କା ନେଇ ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶକ
April 18
15:06 2022

ଭୁବନେଶ୍ୱର, ୧୮/୪ : ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢିବା ପରେ ସଜାଗ ହେଲେ ରାଜ୍ୟ ସରକାର ।
ରାଜ୍ୟରେ ପଜିଟିଭ୍ ରେଟ୍ କମ୍ ରହିଛି । ତଥାପି ଆଗାମୀ ୪ ର୍ଥ ଲହର ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମ ରାଜ୍ୟରେ ବହୁତ କମ ପଜେଟିଭ ବାହାରୁଛି । ୭ ରୁ ୮ ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ କେସ ନାହିଁ ।
ତେଣୁ ଆମର ସେପରି ଆତଙ୍କିତ ହେବା ପରି ସ୍ଥିତି ନାହିଁ। ତଥାପି ସେପରି କିଛି ପରିସ୍ଥିତି ହେଲେ ବା ଲକ୍ଷ୍ୟ ରଖି ସତର୍କ ରହିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛୁ ।
ସମସ୍ତେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାମାନଙ୍କୁ କୁହାଯାଇଛି । ଆଇସିଏମଆର ଗାଇଡ଼ଲାଇନ ଅନୁଯାୟୀ ଟେଷ୍ଟ ବଢାଯାଉଛି ।
କ୍ଲଷ୍ଟର ଆଉଟ ବ୍ରେକ ଯେଉଁଠି ହେଉଛି ତାହା ଉପରେ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି । ହାଇ ରିକ୍ସ ପପୁଲେସନ ଉପରେ ନଜର ରଖାଯାଇଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031