Legatus

ଜମ୍ମୁ-ତୱି ଏକ୍ସପ୍ରେସ ଲାଇନଚ୍ୟୁତ

 Breaking News

ଜମ୍ମୁ-ତୱି ଏକ୍ସପ୍ରେସ ଲାଇନଚ୍ୟୁତ

November 30
10:11 2023

ସମ୍ବଲପୁର,୩୦/୧୧: ସମ୍ବଲପୁର ରେଳ ଷ୍ଟେସନରେ ଜମ୍ମୁ ତୱି ଏକ୍ସପ୍ରେସ୍ ଟ୍ରେନ ବିଳମ୍ବିତ ରାତିରେ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି।
ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଗାଡ଼ି ଯାଉଥିବା ସମୟରେ ଗୋଟିଏ ବଗିର ଚକ ଟ୍ରାକ ବାହାରକୁ ଚାଲିଯାଇଥିଲା ଯାହାଫଳରେ ଲାଇନଚ୍ୟୁତ ହୋଇଥିଲା।
ଏହା ଜାଣିବା ପରେ ତୁରନ୍ତ ୱାସିଙ୍ଗ ଲାଇନର କର୍ମଚାରୀମାନେ ଟ୍ରେନକୁ ତୁରନ୍ତ ଟ୍ରାକକୁ ପୁଣି ନେଇ ଆସିଥିଲେ। ରେଳ ଲାଇନଚ୍ୟୁତ ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ। ୱାସିଙ୍ଗ ଲାଇନରେ ଘଟଣା ଘଟିଥିବାରୁ ଅନ୍ୟ ଟ୍ରେନର ଯାତାୟାତ ପାଇଁ କୌଣସି ପ୍ରଭାବ ପଡ଼ିନାହିଁ। ଆଜି ସକାଳୁ ମଧ୍ୟ ତିନଟି ଟ୍ରେନ ଯାଇସାରିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31