Indus Valley Times

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଓ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ ସମାରୋହ

 Breaking News

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଓ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ ସମାରୋହ

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଓ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ ସମାରୋହ
March 08
22:18 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୮/୩ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ସଭାପତିତ୍ବରେ ଜୟୀ ରାଜଗୁରୁ ଟାଉନ ହଲ ଖୋରଧା ଠାରେ ମହିଳା ଓ ଶିଶୁ ଵିକାଶ ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପରିଚାଳନାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଏବଂ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି ।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରି କହିଲେ ଯେ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ମାନଙ୍କ ଆର୍ଥିକ ଶକ୍ତି ବୃଦ୍ଧିରେ ସଫଳତା ଆସିପାରିଛି।
ମହିଳା ମାନଙ୍କର ଆତ୍ମବଳ ଓ ମନବଳ ବୃଦ୍ଧି ଦିଗରେ, ନିଜ ପରିବାରରେ, ସମାଜରେ ମହିଳା ମାନଙ୍କୁ ସୁରକ୍ଷିତ ରଖିବାରେ ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତ କରି ଯୋଜନା ଯାହା ମହିଳା ମନଙ୍କୁ ,ମୁଁ ସକ୍ଷମ ହେବି ଓ ସୁରକ୍ଷିତ ହେବାର, ପ୍ରେରଣା ଯୋଗାଇ ଦେଇଛି ।
ସରକାର ଏହି ଯୋଜନାରେ ସଫଳତା ହାସଲ କରିବା ସହ ହିତାଧିକାରୀ ମାନଙ୍କୁ ସଶକ୍ତ ସୁରକ୍ଷିତ ଓ ଆର୍ଥିକ ସ୍ୱାବଲମ୍ବୀ କରି ବିକଶିତ ଓଡିଶା ୨୦୩୬ ରେ ମହିଳା ମାନଙ୍କ ଆର୍ଥିକ ପ୍ରଗତିରେ ଦୃଷ୍ଟାନ୍ତ କରିବା ପାଇଁ ଯୋଜନା ଜାରି ରହିଛି ।
ବି ଏମ୍ ସି କୁ ବାଦ ଦେଇ ୧୦ ଟି ବ୍ଲକ ଏବଂ ୪ ଟି ପୌରାଞ୍ଚଳ ଓ ବଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ପ୍ରଥମ ସୁଭଦ୍ରା କିସ୍ତିରେ ୪,୪୨,୬୧୩ ହିତାଧିକାରୀ ଙ୍କୁ ଦ୍ୱିତୀୟ କିସ୍ତିରେ ୪,୬୭,୫୧୬ ଜଣଙ୍କୁ ତୃତୀୟ କିସ୍ତିରେ ୪,୬୩,୭୨୧ ଜଣଙ୍କୁ ଏବଂ ଆଜି ଚତୁର୍ଥ କିସ୍ତିରେ ୭୬,୭୮୩ ଜଣ ହିତାଧିକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଇଅଛି ବୋଲି ମନ୍ତ୍ରୀ ପ୍ରକାଶ କରି ଏହି ସହାୟତା ରାଶିରେ ସୁଭଦ୍ରା ମା ମାନଙ୍କ ଆର୍ଥିକ ଅଭିବୃଦ୍ଧି ମଜବୁତ ହେବ ବୋଲି ପ୍ରକାଶ କରିଥିଲେ ।
ଏହି ସୁଭଦ୍ରା ଯୋଜନାକୁ ଆହୁରି ସଶକ୍ତ କରିବା ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ସୁଭଦ୍ରା ଅଭି ଲେଖକ (ଆରଚିଭର୍) କେନ୍ଦ୍ର ଖୋଲିବା ଦିଗରେ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଖୋରଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ କହିଲେ ଯେ ସୁଭଦ୍ରା ଯୋଜନାରେ ସୁଭଦ୍ରା ମା ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ ଏହି ଯୋଜନା ସତ ପ୍ରତିସତ ଲାଭ ଦେଇଛି ।
ଏଣୁ ସହାୟତା ରାଶି ପାଇଥିବା ମା ମାନେ ଲକ୍ଷପତି ଦିଦି ହେବାର ଲକ୍ଷ୍ୟ ରଖି ନିଜ ପରିବାର ,ସମାଜର ଆର୍ଥିକ ମେରୁଦଣ୍ଡକୁ ସୃଦୁଡ଼ କରିବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂ କହିଲେ, ମା ସବୁ କଷ୍ଟ ସହି ଆଗକୁ ଯାଇପାରନ୍ତି ।
ଏଣୁ ସୁଭଦ୍ରା ମା ମାନେ ସୁଭଦ୍ରା ସହାୟତା ରାଶିକୁ ଛୋଟ ରାଶି ନଭାବି ନିଜ ଭବିଷ୍ୟତ ପାଇଁ ସ୍ୱାବଲମ୍ବୀ ଦିଗରେ ରାଶିକୁ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ର ଯୋଗଦେଇ କହିଲେ ସୁସ୍ଥ ନାରୀ, ସଶକ୍ତ ସମାଜ ଓ ସମୃଦ୍ଧ ଭାରତ ଗଠନ କରିବାରେ ସେମାନଙ୍କ ତ୍ୟାଗ ଅତୁଳନୀୟ ,ମହିଳା ମାନେ ରାଷ୍ଟ୍ରର ନିର୍ମାତା , ପ୍ରତ୍ୟେକ ମହିଳା ଆଜି ସୁରକ୍ଷିତ ।
ମା ହେଉଛି ମାତ୍ରୀ , ଧାତ୍ରୀ, ଓ ଶିକ୍ଷୟତ୍ରୀ । ମା ର ପରିଧି ବ୍ୟାପକ । ଏଣୁ ନାରୀଶକ୍ତି ଯେତେ ଜାଗ୍ରତ ହେବେ ମହିଳା ସଶକ୍ତି କରଣ ସେତେ ସୃଦୁଢ଼ ହେବ ବୋଲି ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥିଭାବେ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି ଯୋଗଦେଇ ସମସ୍ତ ମହିଳା ମାନଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ ।
ସଭାର ସଭାପତି ଜିଲ୍ଲାପାଳ ନିଜ ସ୍ୱାଗତ ଅଭି ଭାଷଣରେ କହିଲେ ଯେ,ସମୟ ଥିଲା ମହିଳା ମାନେ ଘରର ଏରୁଣ୍ଡିଵନ୍ଧ ଡେଇଁ କିଛି କରିପାରିବେନି ବୋଲି ଭାବନା ଥିଲା ।
ବର୍ତମାନ ସମୟ ବଦଳିଛି, ଲିଙ୍ଗ ଭେଦ ପ୍ରଭେଦ ନଥିବା ସମାଜ ଶଶକ୍ତି କରଣରେ ହିଁ ସମ୍ମାନବୋଧ ଏବଂ ସମାନତାକୁ ବିଶ୍ୱାସ କରି ଆଗକୁ ବଢିଚାଲିଛି । ସମସ୍ତଙ୍କର ମାନବିକତା ସଚେତନ ହେଲେ ଘରେ, ସମାଜରେ ରାଜ୍ୟ ଓ ଦେଶରେ ମହିଳା ମାନେ ସଶକ୍ତ ହୋଇପାରିବେ ବୋଲି ପ୍ରକାଶ କରି ସୁଭଦ୍ରା ଅର୍ଥ ପାଇଥିବା ମା ମାନେ ସୁଭଦ୍ରା ଅର୍ଥକୁ କୁଟୀର ଶିଳ୍ପ, ଗୃହ ଶିଳ୍ପରେ ଲଗାଇ ନିଜର ପରିବାରର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ।
ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଓ ଅତିଥି ମାନଙ୍କୁ ଉତ୍ତରୀୟ ଓ ଚାରା କୁଣ୍ଡ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା ।
ଏହି ଦିବସ ଉପଲକ୍ଷେ ଅନୁଷ୍ଠିତ କୁଇଜ଼, ପ୍ରବନ୍ଧ, ଚିତ୍ରାଙ୍କନ, ସଂଗୀତ, ରଙ୍ଗୋଲୀ, ଖୋକୋ, କବାଡି, ଦୌଡ଼ି ଟଣା ଟଣି, ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ, ଶ୍ରେଷ୍ଠ ଅଙ୍ଗନୱାଡି ହେଲପର୍ , ମାନଙ୍କୁ ସାର୍ଟିପିକେଟ ,ଟ୍ରଫି, ଉତ୍ତରୀୟ ପ୍ରଦାନ କରି ମୁଖ୍ୟ ଅତିଥି ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଧନ୍ୟବାଦ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପହରାଜ ସମ୍ପାଦିତ କରିଥିବା ବେଳେ ଉପସ୍ଥାପିକା ଭାବେ ଗୀତାଞ୍ଜଳି ସାହୁ ସମ୍ପାଦନା କରିଥିଲେ ।
ଦିବସ ଉପଲକ୍ଷେ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସଭାରେ ଉପଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ମଞ୍ଚାସିନ ଥିଲେ । ପୁରୀ ଠାରେ ଅନୁଷ୍ଠିତ ଆଜି ସୁଭଦ୍ରା ଯୋଜନାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଚତୁର୍ଥ କିସ୍ତିର ଲୋକାର୍ପଣ ଉତ୍ସବର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଆଭାଷିରେ ପ୍ରଦର୍ଶିତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31