Indus Valley Times

ଜିଲ୍ଲାରେ ୩୪୧୦ ଘର ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ

 Breaking News

ଜିଲ୍ଲାରେ ୩୪୧୦ ଘର ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ

March 31
15:06 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୩୧/୩ : ପ୍ରତ୍ୟେକ ଘର ପାଇଁ ୧.୨୦ ଲକ୍ଷ ଟଙ୍କା,ତା ସହିତ ବିଭିନ୍ନ ଯୋଜନାରେ ମିଳିବ ଶୌଚାଳୟ,ରନ୍ଧନ ଗ୍ୟାସ,ସ୍ୱଚ୍ଛ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ।ବଲାଙ୍ଗିର ଜିଲ୍ଲାର ସମସ୍ତ ୧୪ ବ୍ଲକ୍ ରେ ଏହି ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି।
କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।
ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଭୀମଭୋଇ ମେଡ଼ିକାଲ କଲେଜ ପ୍ରେକ୍ଷାଳୟ ରେ ଜିଲ୍ଲାସ୍ତରୀୟ ଅଭାଷୀ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି,ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ , ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର,ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ଏହାକୁ ଏକ ଯୁଗାନ୍ତକାରି ପଦକ୍ଷେପ ବୋଲି କହିଥିଲେ।ଏହି ସରକାର ଲୋକଙ୍କ ସରକାର।ସମସ୍ତ ଯୋଜନା ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଧିଷ୍ଟ।୩୧୦୦ ଟଙ୍କାର କୁଇଣ୍ଟାଲ ପିଛା ସବସିଡ଼ି,ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ବର୍ଷକୁ ଦଶ ହଜାର ଟଙ୍କା,ଆଦି ଅନେକ ଯୋଜନା ସ୍ଵବଲମ୍ବୀ କରିବ ।
ଆଗାମୀ ପାଞ୍ଚ ବର୍ଷରେ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ପାଇଁ ସରକାର ବଦ୍ଧପରିକର।ସମାଜ ର ଅନ୍ତିମ ସୋପାନ ରେ ଥିବା ଲୋକ ଏହି ଲାଭରେ ଲାଭବାନ ହେବେ।ପୂର୍ବରୁ ସୁପାରିଶ ବଦଳରେ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଥିବା ବେଳେ ଏବେ ଗ୍ରାମସଭା ନିଷ୍ପତି ଅନୁସାରେ ଜଣେ ଯୋଜନାର ଲାଭବାନ ହେବ।
ନିଜ ଅଭିଭାଷଣରେ ଏହି ଯୋଜନା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଇଁ ସମ୍ମାନର ସହ ବଞ୍ଚିବାକୁ ଆଶା ଓ ଭରସା ଯୋଗାଇଦେବ ବୋଲି କହିଥିଲେ।
ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବା ସହିତ ଏଥିରେ ଅନ୍ୟାନ୍ୟ ଯୋଜନାର ସମନ୍ୱୟ କରାଯାଇ ବିଭିନ୍ନ ଆବଶ୍ୟକୀୟ ସୁବିଧା ଦିଆଯିବ।
ସ୍ୱଚ୍ଛ ଭାରତ ମିଶନରୁ ଶୌଚାଳୟ,ଉଜ୍ଜ୍ୱଳା ଯୋଜନାରୁ ରନ୍ଧନ ଗ୍ୟାସ, ଜଳ ଜୀବନ ମିଶନରୁ ସ୍ୱଚ୍ଛ ପାନୀୟ ଜଳ,ସୌଭାଗ୍ୟ ଯୋଜନାରୁ ବିଦ୍ୟୁତ ସଂଯୋଗ ଆଦି ଯୋଗାଇ ଦିଆଯିବ। ଜୀବନଯାପନ ପାଇଁ ସବୁ ଆବଶ୍ୟକୀୟ ସୁବିଧା ଦିଆଯିବ।
ଆଗଲପୁର ର ୨୩୬ ଜଣ,ବଲାଙ୍ଗିର ୩୦୩,ବଙ୍ଗୋମୁଣ୍ଡା ୧୬୩,ବେଲପଡା ୩୦୩,ଦେଓଗାଁ ୩୪୧,ଗୁଡଭେଳା ୧୩୩ , ଖପ୍ରାଖୋଲ ୩୧୧ ,ଲୋଇଶିଙ୍ଘା ୧୯୭,ମୁରିବାହଳ ୨୨୬ , ପାଟଣାଗଡ଼ ୩୧୯,ପୁଇଁତଳା ୩୧୫,ସଇଁତଳା ୧୭୨,ଟିଟିଲାଗଡ ୧୯୭, ତୁରେକେଲା ୧୯୪ ଜଣ ଙ୍କୁ ସମୁଦାୟ ୩୪୧୦ ଜଣଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଥିଲା।
ଅଧିକ ଲୋକଙ୍କୁ ଘର ଦେବା ପାଇଁ ଏହି ଯୋଜନାରେ ‘ପରିବାର’ ଓ ‘ପକ୍କା ଘର’ର ସଂଜ୍ଞାକୁ ମଧ୍ୟ ସରଳ କରାଯାଇଛି।ଆଜବେସଟସ୍, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି । କେବଳ ସିମେଣ୍ଟ ଯୋଡେଇ କାନ୍ଥ ସହିତ ଆର.ସି.ସି. ଛାତକୁ ପକ୍କାଘରର ମାନ୍ୟତା ପ୍ରଦାନ କରାଯାଉଛି।
ପ୍ରାରମ୍ଭରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ମଧ୍ୟ ଉପସ୍ଥିତ ଜନସାଧାରଣ ଶୁଣିଥିଲେ।
ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର ସ୍ବାଗତ ଅଭିଭାଷଣ ରଖିଥିଲେ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଧନ୍ୟବାଦ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031